ଓଡ଼ିଶା ତାଜା ନ୍ୟୁଜ (୧୬ ଅକ୍ଟୋବର ରବିବାର ) ପାରଳାଖେମୁଣ୍ଡି :- ସାରା ରାଜ୍ୟରେ ହଲଚଲ ଖେଳାଇ ଦେଇଥିବା ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର କଳା କାହାଣୀର ଫର୍ଦ୍ଦ ଶେଷ ନହେଉଣୁ, ଏବେ ଏପରି ଆଉ ଏକ ଖବର ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକର। ଲେଡି ନୁହଁ ବରଂ ଜଣେ ଯୁବକ ବ୍ଲାକମେଲ କରି ଜଣେ ସରାକାରୀ ବାବୁଙ୍କ ଠାରୁ ଲୁଟୁଥିଲେ ଲକ୍ଷାଧିକ ଟଙ୍କା । ଜଣେ ଯୁବତୀଙ୍କ ସହ ସରକାରୀ ଯନ୍ତ୍ରୀଙ୍କ ନ୍ୟୁଡ କଲକୁ ଭାଇରାଲ କରିବା ନେଇ ଯନ୍ତ୍ରୀଙ୍କ ଠାରୁ ଟଙ୍କା ଲୁଟୁଥିଲେ ଯୁବକ । ଦୀର୍ଘ ଏକ ବର୍ଷ ଧରି ବ୍ଲାକ ମେଲିଂ ପରେ ୬ଲକ୍ଷ ଟଙ୍କା ଦେଇ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି ସରକାରୀ ଯନ୍ତ୍ରୀ, ଅଭିଯୋଗ ପରେ ଯନ୍ତ୍ରୀଙ୍କୁ ବ୍ଲାକମେଲ କରୁଥିବା ଯୁବକଙ୍କୁ ଗିରଫ କଲା ପୋଲିସ । ଏଥି ସହ ୨ଜଣ ଯୁବତୀଙ୍କୁ ମଧ୍ୟ ପଚରାଉଚୁରା କରୁଛି ପୋଲିସ ।
ବ୍ଲାକମେଲର ଶିକାର ହେଉଥିବା ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଜଣେ ସରକାରୀ କନିଷ୍ଠ ଯନ୍ତ୍ରୀ । ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ସେରଙ୍ଗ ଥାନା ଆଇଆଇସି ଅଶୋକ ହାଁସଦା ।ନ୍ୟୁଡ କଲ କରିଥିବା ଯୁବତୀ ଜଣଙ୍କ ପ୍ରଥମେ ଫେସବୁକ ମାଧ୍ୟମରେ ଯନ୍ତ୍ରୀଙ୍କ ସହ ବନ୍ଧୁତା କରିଥିଲେ, ପରେ ନମ୍ବର ଦିଆନିଆ ହୋଇ ହ୍ବାଚ୍ସଆପରେ ଚାଟିଂ ଆରମ୍ଭ କରିଥିଲେ, ଏହାପରେ ଯୁବତୀଙ୍କ ସହ ନ୍ୟୁଡ କଲ ପରେ ଫଶି ଯାଇଥିଲେ ସରକାରୀ ବାବୁ ଜଣଙ୍କ । ଯୁବତୀଙ୍କ ସହ ନ୍ୟୁଡ କଲକୁ ରେକର୍ଡ କରି ଜଣେ ଯୁବକ ଯନ୍ତ୍ରୀଙ୍କୁ ବ୍ଲକମେଲ କରିବା ଆରମ୍ଭ କରିଦେଇଥିଲେ । ଟଙ୍କା ଦିଅ ନଚେତ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଉଥିଲେ ।ତେବେ ଲୋକ ଲଜ୍ଜା ଭୟରେ କନିଷ୍ଠ ଯନ୍ତ୍ରୀ ପର୍ଯ୍ୟାୟ କ୍ରମେ ୬ ଲକ୍ଷ ଟଙ୍କା ଦେଇଥିଲେ ।
ବାରମ୍ୱାର ବ୍ଲକମେଲିଂର ଭୟ ଦେଖାଇ ଟଙ୍କା ଲୁଟୁଥିବାରୁ ଏନେଇ କନିଷ୍ଠ ଯନ୍ତ୍ରୀ ସେରଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ୨ଜଣ ଯୁବତୀଙ୍କୁ ଥାନାରେ ପୋଲିସ ଅଟକ ରଖିଥିବା ବେଳେ ବ୍ଲାକମେଲ କରୁଥିବା ଯୁବକଙ୍କୁ ଗିରଫ କରିଛି ପୋଲିସ । ଯୁବକ ଜଣକ ହେଲେ ରାୟଗଡ଼ା ଜିଲ୍ଲା ର ଭି.ନିଖିଲେଷ, ସେ ଜଣେ ଇଞ୍ଜିନିୟର ଛାତ୍ର ହୋଇଥିବା ଜଣାପଡିଛି । ଗିରଫ ଇଞ୍ଜିନିୟର ଛାତ୍ର କୋରାପୁଟ ସହର କହ୍ନେଇପୁଟ ଗ୍ରାମର ରାୟଗଡ଼ା ଜିଲ୍ଲାର ଏକ ଘରୋଇ ଇଞ୍ଜିନିୟର କଲେଜରେ ପଢୁଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ବ୍ଲାକମେଲର ଶିକାର ହେଉଥିବା ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଜଣେ ସରକାରୀ କନିଷ୍ଠ ଯନ୍ତ୍ରୀ । ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ସେରଙ୍ଗ ଥାନା ଆଇଆଇସି ଅଶୋକ ହାଁସଦା ।















