ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ଶୁକ୍ରବାର) ପାରଳାଖେମୁଣ୍ଡି :– ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରୁ ଗତ ୪ ତାରିଖରୁ ବଂଶଧାରା ନଦୀରେ ଭାସିଯାଇଥିବା ଜଣେ ବ୍ୟକ୍ତିଙ୍କ ଶବକୁ ଗଜପତି ଜିଲ୍ଲାକାଶୀନଗର ଥାନା ଅନ୍ତର୍ଗତ କିଡିଗାଁନିକଟସ୍ଥ ବଂଶଧାରା ନଦୀରୁ ଉଦ୍ଧାର କରାଯାଇଛି l ଘଟଣାରୁ ପ୍ରକାଶ ଯେ, ଗୁଣୁପୁର ଢେପ ସାହିଅଞ୍ଚଳ ର ଜଣେ ଯୁବକ ବି.ଗୋପୀ ବଂଶଧାରା ନଦୀକୁ ଗାଧୋଇବାକୁ ଯାଇ ଭାସି ଯାଇଥିଲେ ।
ଗତକାଲି କାଶୀନଗର ଥାନା ଅନ୍ତର୍ଗତ କୀଡୀଗାଁ ଗ୍ରାମ ର କିଛି ବ୍ୟକ୍ତି ଶବକୁ ଦେଖି କାଶୀନଗର ଥାନାକୁ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତାଙ୍କ ପରିବାର କୁ ଶବ ହସ୍ତାନ୍ତର କରିଥିବା କହିଛନ୍ତି l














