ଓଡ଼ିଶା ତାଜା ନ୍ୟୁଜ (୧୦ଅକ୍ଟୋବର,ସୋମବାର) ଭୁବନେଶ୍ୱର :- ଲେନିନ ମହାନ୍ତି OTDC ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର ଓ ଲେନିନ ମହାନ୍ତି ଓଡ଼ିଶା ପର୍ଯ୍ୟଟନ ନିଗମର ନୂଆ ଅଧ୍ୟକ୍ଷ ହୋଇଛନ୍ତି ଓ ପୂର୍ବତନ ସାଂସଦ କଳିକେଶ ସିଂଦେଓଙ୍କୁ ଓଡ଼ିଶା ହାଉସିଂ ବୋର୍ଡର ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ମିଳିଛି ଓ ପ୍ରଭାତ ମିଶ୍ର ହେଲେ ଏପିକଲ୍ର ଅଧ୍ୟକ୍ଷ, ଡି. ବିଶ୍ବନାଥଙ୍କୁ ଓଆରଏଚ୍ଡିସି ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ଦିଆଯାଇଛି ।
ଶ୍ରୀମୟୀ ମିଶ୍ରଙ୍କୁ ଓଵିଓସିଡବ୍ଲ୍ୟୁର ଅଧ୍ୟକ୍ଷା ଭାବେ ନିଯୁକ୍ତ ମିଳିଥିବାବେଳେ ସଂଗ୍ରାମ ପାଇକରାୟଙ୍କୁ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦିଆଯାଇଛି ଓ ଚଳଚିତ୍ର ଅଭିନେତା କୁନା ତ୍ରିପାଠୀଙ୍କୁ ଓଏଫଡିସି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି ଓ ଦେବାଶିଷ ମହାନ୍ତିଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଅଧ୍ୟକ୍ଷ, ଚିନ୍ମୟ ସାହୁଙ୍କୁ ଓଏସଆଇସି ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ମିଳିଛି















