• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଅର୍ଚ୍ଚନା ନାଗ ଗିରଫର ୫ ଦିନ ପରେ ଆଜି ପୁଲିସ ମୁହଁ ଖୋଲିଛି : ଲେଡି ବ୍ଲାକମେଲର

Proprietor Abhimanyu Maharana by Proprietor Abhimanyu Maharana
October 9, 2022
in ଅପରାଧ, ଓଡ଼ିଶା, ମହାନଗର, ହୋମ୍
0
ଅର୍ଚ୍ଚନା ନାଗ ଗିରଫର ୫ ଦିନ ପରେ ଆଜି ପୁଲିସ ମୁହଁ ଖୋଲିଛି : ଲେଡି ବ୍ଲାକମେଲର
Share on FacebookShare on TwitterWhatsapp

କୋଲକତା ଓ ମୁମ୍ବାଇରୁ ସୁନ୍ଦରୀ ଯୁବତୀଙ୍କୁ ଆଣି ଏହି ବେପାର କରୁଥିଲେ । ତାଙ୍କ ଜାଲରେ ପଡିଥିବା ଜଣ ଜଣ ପ୍ରଭାବଶାଳୀ ନେତା, ଗହଣା ବ୍ୟବସାୟୀ, ବିଲଡର ଏବଂ ସରକାରୀ ଅଧିକାରୀଙ୍କ ଏକାଧିକ ଫଟୋଏବେ ଗଣମାଧ୍ୟମରେ ଘୂରି ବୁଲୁଛି ।

ଓଡ଼ିଶା ତାଜା ନ୍ୟୁଜ (୦୯ ଅକ୍ଟୋବର,ରବିବାର ) ଭୁବନେଶ୍ୱର :- ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫର ୫ ଦିନ ପରେ ଆଜି ପୁଲିସ ମୁହଁ ଖୋଲିଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅର୍ଚ୍ଚନାଙ୍କ ବିରୋଧରେ ଗତ ୨ ତାରିଖରେ ଖଣ୍ଡଗିରି ଥାନାରେ ଜଣେ ଯୁବତୀ ଅଭିଯୋଗ କରିଥିଲେ । ବ୍ୟକ୍ତିଗତ ଫଟୋକୁ ରଖି ଅର୍ଚ୍ଚନା ବ୍ଲାକମେଲ୍ କରୁଥିବା ତାଙ୍କର ଅଭିଯୋଗ ଥିଲା । ଅର୍ଚ୍ଚନାଙ୍କ ନାଁରେ କେସ୍ ନଂ ୪୯୬/୨୨ ଏବଂ ଦଫା ୩୮୭, ୪୨୦, ୫୦୬ ଓ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି । ଡିସିପି କହିଛନ୍ତି ଘଟଣାର ସବୁ ଦିଗରୁ ତଦନ୍ତ ଆରମ୍ଭ ହୋଇଛି । ଅର୍ଚ୍ଚନାଙ୍କ ଘରୁ ପେନଡ୍ରାଇଭ, ଲାପଟପ୍, ପାସବୁକ୍ ଜବତ ହୋଇଛି । ତାଙ୍କର ବ୍ୟାଙ୍କ କାରବାର ସମ୍ପର୍କିତ ତଥ୍ୟ ଆରବିଆଇକୁ ମଗାଯାଇଛି । କେଉଁମାନେ ବ୍ଲାକମେଲର ଶିକାର ହେଉଛନ୍ତି ତାହାର ତଦନ୍ତ ହେଉଛି । ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ହାଜର ହେବା ଲାଗି ନୋଟିସ୍ ହୋଇଛି । ଦରକାର ପଡ଼ିଲେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଅଣାଯିବ ।

ସାମ୍ବାଦିକ ସମ୍ମିଳନୀରେ ଡିସିପିଙ୍କ ଏହି ମାପଚୁପା ବୟାନରୁ କୌଣସି ନୂଆ ତଥ୍ୟ ଉନ୍ମୋଚିତ ହୋଇ ନ ଥିଲେ ମଧ୍ୟ ମାମଲାଟି ସାଂଘାତିକ ଝଡ ସୃଷ୍ଟି କରିସାରିଲାଣି । ଅର୍ଚ୍ଚନାଙ୍କ ଇମେଲ୍ ଆଇଡିରେ ୬୪ ଜଣ ରାଜନେତାଙ୍କ ଅଶ୍ଲୀଳ ଫଟୋ ରହିଥିବା କୁହାଯାଉଥିବାରୁ ମାମଲାର ଗମ୍ଭୀରତା ବାରି ହୋଇଗଲାଣି । ମିଳିଥିବା ସୂଚନା ଅନୁଯାୟୀ, ଅର୍ଚ୍ଚନା ୨୦୧୮ ରୁ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଚଳାଇଥିଲେ ଏବଂ ପ୍ରଭାବଶାଳୀ ଲୋକଙ୍କୁ ବ୍ଲାକମେଲିଂ କରି ପ୍ରଚୁର ଅର୍ଥ ଶୋଷୁଥିଲେ । କୋଲକତା ଓ ମୁମ୍ବାଇରୁ ସୁନ୍ଦରୀ ଯୁବତୀଙ୍କୁ ଆଣି ଏହି ବେପାର କରୁଥିଲେ । ତାଙ୍କ ଜାଲରେ ପଡିଥିବା ଜଣ ଜଣ ପ୍ରଭାବଶାଳୀ ନେତା, ଗହଣା ବ୍ୟବସାୟୀ, ବିଲଡର ଏବଂ ସରକାରୀ ଅଧିକାରୀଙ୍କ ଏକାଧିକ ଫଟୋ ଏବେ ଗଣମାଧ୍ୟମରେ ଘୂରି ବୁଲୁଛି । କିଛି ନେତା ଗଣମାଧ୍ୟମରେ ନିଜକୁ ବଞ୍ଚାଇବାକୁ ସେହି ମହିଳାଙ୍କୁ ଆଦୌ ଚିହ୍ନି ନାହାନ୍ତି ବୋଲି ସଫେଇ ଦେବାକୁ ଆରମ୍ଭ କରିଛନ୍ତି ।

ଯେମିତି କି ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କର ଗଣ୍ଡା ଗଣ୍ଡା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ ସେ ସିଧା ସିଧା ତାହାକୁ ଉଡ଼େଇ ଦେଇଛନ୍ତି । ସେ କିଏ ମୁଁ ଜାଣିନି ବୋଲି ଗୋଟିଏ ପଦରେ ଛିଣ୍ଡାଇ ଦେଇଛନ୍ତି । ବିଜେପିର ବରିଷ୍ଠ ନେତା ତଥା ସାଂସଦ ଜୁଏଲ୍ ଓରାମ୍ ମଧ୍ୟ ଅନୁରୂପ ସଫେଇ ଦେଇଛନ୍ତି ।
ବିଜେପିର ଆଉ ଜଣେ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ତାଙ୍କ ପତ୍ନୀ ସାଂସଦ ସଙ୍ଗୀତା ସିଂହଦେଓଙ୍କ ବିରୋଧରେ ରାଣୀ ମହୁମାଛି ଅର୍ଚ୍ଚନା ୨୦୨୦ ନଭେମ୍ବର ୨୫ ତାରିଖରେ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସେ ସଂକ୍ରାନ୍ତରେ ଏକ ମାମଲା ମଧ୍ୟ ରୁଜୁ କରିଥିଲା । ମାତ୍ର ସେହି କେସ୍ ଟି କ’ଣ ଏବଂ ତାହାର ତଦନ୍ତ କାହିଁକି ଅଟକିଲା ତାହା ଏ ପର‌୍ୟ୍ୟନ୍ତ ସ୍ପଷ୍ଟ ହୋଇପାରୁନାହିଁ ।

ଆଉ ଜଣେ ପ୍ରଭାବଶାଳୀ ନେତା ତଥା ପୂର୍ବତନ ମନ୍ତ୍ରୀ ମଧ୍ୟ ଅର୍ଚ୍ଚନାଙ୍କ ହନିଟ୍ରାପ୍ ରେ ଫସିଥିବା ଜଣାପଡ଼ିଛି । ଗତବର୍ଷ ମଞ୍ଚେଶ୍ୱର ଥାନାକୁ ଏହି କେସ୍ ଯାଇଥିଲା । ମାତ୍ର ତତ୍କାଳୀନ ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ରଙ୍କ ହସ୍ତକ୍ଷେପରେ ମାମଲା ରଫାଦଫା ହୋଇଥିବା ଚର୍ଚ୍ଚା ହେଉଛି ।
ରାଣୀ ମହୁମାଛି ଅର୍ଚ୍ଚନାଙ୍କ ସହ ସୂର‌୍ୟ୍ୟ ପାତ୍ରଙ୍କର କି ପ୍ରକାରର ସମ୍ପର୍କ ଥିଲା ତାହାକୁ ନେଇ ବେଶୀ ଚର୍ଚ୍ଚା ହେଉଛି । ଅର୍ଚ୍ଚନାଙ୍କ ସତ୍ୟବିହାର ରାଜ ଉଆସ ଭଳି ଘରର ପ୍ରତିଷ୍ଠା ଉତ୍ସବରେ ସେ ମୁଖ୍ୟ ଅତିଥି ଥିଲେ । ସେଦିନ ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ ଶ୍ରୀ ପାତ୍ରଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ତାଙ୍କୁ ଏକ ବଡ଼ ପିତ୍ତଳ ଥାଳିରେ ଠିଆ କରାଇ ତାଙ୍କ ଗୋଡକୁ ଫୁଲ ଚନ୍ଦନ ପାଣିରେ ଧୋଇଥିଲେ ।

ସେହି ପ୍ରତିଷ୍ଠା ଉତ୍ସବରେ ବହୁ ନାମୀଦାମୀ ରାଜନେତା, ବ୍ୟବସାୟୀ, ଖଣି ମାଲିକ, ଫିଲ୍ମ ପ୍ରଯୋଜକ ଯୋଗ ଦେଇଥିଲେ । ଅତିଥିଙ୍କୁ ୭୦ ପ୍ରକାରର ବ୍ୟଞ୍ଜନ ପରସା ଯାଇଥିଲା । ତାକୁ ପ୍ରସ୍ତୁତ କରିବା ପାଇଁ କୋଲକତାରୁ ରୋଷେୟା ଆସିଥିଲେ । ତଦନ୍ତରେ ସାମିଲ ଜଣେ ପୁଲିସ ଅଧିକାରୀଙ୍କ ଗୋପନ ସୂଚନା ଅନୁଯାୟୀ, ଅର୍ଚ୍ଚନାଙ୍କ ସହ ଜଣେ ବରିଷ୍ଠ ରାଜନେତାଙ୍କର ଅନ୍ତରଙ୍ଗ ମୁହୁର୍ତ୍ତର ଏକ ଭିଡ଼ିଓ ରହିଛି । ଦେଢ଼ଘଣ୍ଟା ଅବଧିର ଏହି ଭିଡିଓକୁ ଦେଖାଇ ଅର୍ଚ୍ଚନା ତାଙ୍କୁ ପରବର୍ତ୍ତୀ ସମୟରେ ବ୍ଲାକମେଲିଂ କରିଥିଲେ । ନିଜର ଇଜ୍ଜତ ଓ ପଦ ବଞ୍ଚାଇବା ପାଇଁ ସେ ଅର୍ଚ୍ଚନାଙ୍କ ଦାବି ମୁତାବକ ୫ କୋଟି ଟଙ୍କା ଗଣି ଦେଇଥିଲେ ।

ଏହି ନେତାଙ୍କ ନାଁ ସଂପୃକ୍ତ ପୁଲିସ ଅଧିକାରୀ ଗୋପନ ରଖିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହି ଘଟଣା ତାଙ୍କ ପଦ ନେଇଯାଇଥିବା ଇଙ୍ଗିତ କରିଛନ୍ତି । ଅନ୍ୟପକ୍ଷରେ ରାଜଧାନୀର ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ଅର୍ଚ୍ଚନା ୩ କୋଟି ଟଙ୍କା ନେଇଥିବା ବେଳେ ଜଣେ ପ୍ରତିଷ୍ଠିତ ହୋଟେଲ ବ୍ୟବସାୟୀଙ୍କଠାରୁ ମଧ୍ୟ କୋଟି କୋଟି ଟଙ୍କା ନେଇଛନ୍ତି । ସଂପୃକ୍ତ ବ୍ୟବସାୟୀ ତାଙ୍କ ଘରେ ବିଦେଶୀ ଆସବାବପତ୍ର ଖଞ୍ଜି ଦେଇଥିବା ବେଳେ ତାଙ୍କୁ ମୁମ୍ବାଇ ନେଇ ଅତ୍ୟାଧୁନିକ ଲେଜର ଚିକିତ୍ସା ଦ୍ୱାରା ତାଙ୍କ ଶରୀରକୁ ଅଧିକ ଆକର୍ଷଣୀୟ କରାଇଥିଲେ । ମାଳ ମାଳ ନେତା, ବ୍ୟବସାୟୀ, ବିଲଡର ଏବଂ ଅଧିକାରୀଙ୍କ ଛଡ଼ା ଅର୍ଚ୍ଚନାଙ୍କ ଗରାଖ ତାଲିକାରେ ଏକାଧିକ ପୁଲିସ ଇନସପେକ୍ଟର/ ଏସିପି ବି ଅଛନ୍ତି । ଅର୍ଚ୍ଚନା ସେମାନଙ୍କ ସହାୟତାରେ ନିଜର କଳାସାମ୍ରାଜ୍ୟକୁ ଆହୁରି ବିସ୍ତାରିତ କରିଥିବା ଏକ ସୂତ୍ରରୁ ସୂଚନା ମିଳିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍‌ସନ୍ ଏଗ୍ରୋ

September 28, 2026

New Delhi hosts 3rd World Peace Conclave

ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ

September 28, 2026
New Delhi hosts 3rd World Peace Conclave

New Delhi hosts 3rd World Peace Conclave

September 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍‌ସନ୍ ଏଗ୍ରୋ

September 28, 2026
HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

September 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version