ଓଡ଼ିଶା ତାଜା ନ୍ୟୁଜ (୦୮ ଆଶ୍ୱିନ ୨୦୨୨,ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ନୂଆଗଡ଼ ସଦର ମହକୁମାରେ ଥିବା ଲକ୍ଷ୍ମୀ ନୃସିଂହ ନୋଡାଲ ବିଦ୍ୟା ପୀଠର ଶୁଭପ୍ରଦ ସାହୁ ପ୍ରକାଶ ପାଇଥିବା ୨୦୨୦-୨୦୨୧ ଶିକ୍ଷା ବର୍ଷର ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷାରେ ବ୍ଲକରେ ପ୍ରଥମ ସ୍ଥାନ ପାଇଥିବା ବେଳେ ଜିଲ୍ଲାସ୍ତର ରେ ତୃତୀୟ ସ୍ଥାନ ପାଇ ସଫଳତାର ସହ କୃତିତ୍ବ ଅର୍ଜନ କରିଛନ୍ତିପିତା ଶିକ୍ଷକ ମହେନ୍ଦ୍ର କୁମାର ସାହୁ ଏବଂ ମାତା ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁଙ୍କ ଏକମାତ୍ର ପୁତ୍ର ଶୁଭପ୍ରଦ।
ଏହି ସଫଳତା ପାଇଁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୟନ ମଣ୍ଡଳ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ କାର୍ଜି, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ ପରିବାର ବର୍ଗ ସୁଭପ୍ରଦଙ୍କୁ ଶୁଭେଚ୍ଛା ଜଣାଇବା ସହ ଛାତ୍ରର ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳ ମୟ ହେବା ନିମନ୍ତେ ଅଶ୍ରିବାଦ କାମନାକରିଛନ୍ତି। ସେ ପୂର୍ବରୁ ତୃତୀୟ ଶ୍ରେଣୀ ଏବଂ ପଞ୍ଚମ ଶ୍ରେଣୀର ବୃତ୍ତି ପରୀକ୍ଷାରେ ୨ୟ ,୩ୟ ସ୍ଥାନରେ ସଫଳତାର ସହ କୃତିତ୍ବ ଅର୍ଜନ କରିଥିଲେ।















