ପୁର୍ବରୁ ମଧ୍ୟ ସେ ବିସି ହାଇସ୍କୁଲ ମ୍ୟାଟ୍ରିକ ପରୀକ୍ଷାରେ ଅଧିକା ନମ୍ବର ରଖି ଟପ୍ପର ହୋଇ ରଣପୁର ର ଗର୍ବ ଗୌରବ ସାଜିଥିଲେ ।
ଏବେ ( ଓଏଏସ୍ ) ପରୀକ୍ଷା ରେ ପୁଣି ଥରେ ରଣପୁର ବ୍ଲକ୍ ରେ ଟପ୍ପର ହୋଇ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ଓ ରଣପୁର ର ଗର୍ବ ଗୌରବ ।
ଓଡ଼ିଶା ତାଜା ନ୍ୟୁଜ (୦୮ ଆଶ୍ୱିନ ୨୦୨୨,ଶନିବାର ) ରଣପୁର :- ଓପିଏସସି ଦ୍ଵାରା ପରିଚାଳିତ ହୋଇଥିବା ଓଡ଼ିଶା ପ୍ରଶାସନିକ ସେବା ( ଓଏଏସ୍ ) ପରୀକ୍ଷା ର ଫଳାଫଳ ଶୁକ୍ରବାର ଦିନ ପ୍ରକାଶ ପାଇଥିଲା । ଏଥିରେ ୩୯୨ ଟି ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ର ଆଇନଜିବି କିଶୋର ମହାନ୍ତି ଙ୍କ ପୁଅ ସତ୍ୟଜିତ୍ ମହାନ୍ତି ୧୧୫ ସ୍ଥାନରେ ରହି ରଣପୁର ବ୍ଲକ୍ ଟପ୍ପର ରୂପେ ଘୋଷଣା ହୋଇଛନ୍ତି ।
ସେ ବିସି ହାଇସ୍କୁଲ ର ଛାତ୍ର ଥିଲେ ଓ ପୁର୍ବରୁ ମଧ୍ୟ ମ୍ୟାଟ୍ରିକ ପରୀକ୍ଷାରେ ଅଧିକା ନମ୍ବର ରଖି ଟପ୍ପର ହୋଇ ସେ ରଣପୁର ର ଗର୍ବ ଗୌରବ ସାଜିଥିଲେ । ଏବେ ପୁଣି ଥରେ ରଣପୁର ବ୍ଲକ୍ ରେ ଟପ୍ପର ହୋଇ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି । ରଣପୁର ର ଗର୍ବ ସାଜିଥିବାରୁ ତାଙ୍କ ପରିବାର ଲୋକ ଓ ସତ୍ୟଜିତ୍ ମହାନ୍ତି ଅନେକ ଅନେକ ଖୁସି ଜାହିର କରିଛନ୍ତି ।
ରଣପୁର ର ଗୌରବ ଶ୍ରୀମାନ ସତ୍ୟଜିତ ମହାନ୍ତି ଙ୍କ ବାସଭବନରେ ସ୍ଥାନୀୟ ଏନଏସି ଚେୟାରମ୍ୟାନ ରଙ୍ଗୀନ୍ ମହାନ୍ତି ଓ ଯୁବନେତା ତଥା ସାଂସଦ ପ୍ରତିନିଧି ସ୍ବରାଜ ମହାନ୍ତି ପହଞ୍ଚି ରଣପୁର ର ପ୍ରଥମ ଓଏସ ରୂପେ କୃତି ଅର୍ଜନ କରିଥିବା ସତ୍ୟଜିତ୍ ଙ୍କ ଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ।















