• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଭୁବନେଶ୍ୱର ଜନପଥରେ ନିଜ ଫ୍ଲାଗ୍‌ସିପ୍‌ ସୋ’ରୁମ୍‌ର ପୁନଃ ଉନ୍ମୋଚନ

Proprietor Abhimanyu Maharana by Proprietor Abhimanyu Maharana
October 1, 2022
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଭୁବନେଶ୍ୱର ଜନପଥରେ ନିଜ ଫ୍ଲାଗ୍‌ସିପ୍‌ ସୋ’ରୁମ୍‌ର ପୁନଃ ଉନ୍ମୋଚନ

????????????????????????????????????

Share on FacebookShare on TwitterWhatsapp

ଉଦାହରଣ ସୃଷ୍ଟିକାରୀ ଭବ୍ୟ, ଚମକଦାର ଓ ଚକାଚକ

ଓଡ଼ିଶା ତାଜା ନ୍ୟୁଜ (୦୧ ଅକ୍ଟୋବର ଶନିବାର) ଭୁବନେଶ୍ୱର :- ରିଲାଏନ୍ସ ଜୁଏଲ୍ସ ଭାରତର ଅଗ୍ରଣୀ ଓ ଦ୍ରୁତତମ ଅଭିବୃଦ୍ଧିଶୀଳ ଜୁଏଲାରୀ ବ୍ରାଣ୍ଡ୍‍ ଯାହାର ୧୫୦ରୁ ଅଧିକ ସହରରେ ଉଭୟ ଫ୍ଲାଗସିପ୍‍ ସୋ’ରୁମ୍‍ ଏବଂ ସପ୍‍- ଇନ୍‍-ସପ୍‍ ଫର୍ମାଟରେ ୩୦୦ରୁ ଅଧିକ ଷ୍ଟୋର୍‍ର ନେଟୱର୍କ ରହିଛି । ରିଲାଏନ୍ସ ଜୁଏଲ୍ସ ଓଡ଼ିଶାରେ ତାହାର ଉପସ୍ଥିତିକୁ ନେଇ ଗର୍ବିତ, ଯେଉଁଠାରେ ଏହା ସର୍ବଦା ନିଜର ପୃଷ୍ଠପୋଷକମାନଙ୍କ ନିକଟରୁ ପ୍ରଚୁର ଭଲପାଇବା ଏବଂ ବିଶ୍ୱାସ ଲାଭ କରିଆସିଛି । ସମ୍ପ୍ରତି ଓଡ଼ିଶାରେ ଏହି ବ୍ରାଣ୍ଡ୍‍ର ୧୫ଟି ଷ୍ଟୋର୍‍ ରହିଛି, ଯେଉଁଥିରେ ୧୧ଟି ଫ୍ଲାଗସିପ୍‍ ସୋ’ରୁମ୍‍ ଏବଂ ଟ୍ରେଣ୍ଡ୍‍ସ୍‍ ଷ୍ଟୋର ଭିତରେ ୪ଟି ସପ୍‍-ଇନ-ସପ୍‍ ଷ୍ଟୋର ରହିଛି, ତଥା ଅଧିକ ନୂଆ ଷ୍ଟୋର୍‍ ଖୋଲାଯିବା ଯୋଜନା ରହିଛି । ଆଜି ଅକ୍ଟୋବର ୧ ତାରିଖରେ ରିଲାଏନ୍ସ ଜୁଏଲ୍ସ ଭୁବନେଶ୍ୱର ଜନପଥଠାରେ ତାହାର ନବିକୃତ ଫ୍ଲାଗ୍‍ସିପ୍‍ ସୋ’ରୁମ୍‍ ଉଦ୍‍ଘାଟନ କରୁଛି । ଏହା ଆଜିପର୍ଯ୍ୟନ୍ତ କମ୍ପାନୀର ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନକାରୀ ପୁରାତନ ସୋ’ରୁମ୍‍ ହୋଇଛି ।

ଶ୍ରୀ ସୁନିଲ ନାୟକ, ସିଇଓ, ରିଲାଏନ୍ସ ଜୁଏଲ୍ସ ଏବଂ ସୁପରିଚିତ ଭାରତୀୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ଏହି ନବିକୃତ ସୋ’ରୁମ୍‍ ଉଦ୍‍ଘାଟନ ଅବସରରେ ଉପସ୍ଥିତ ଥିଲେ । ଏଲିନା ସାମନ୍ତରାୟ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସହିତ ଜଡିତ ଏବଂ ସେ ‘ଇସ୍କ ତୁ ହି ତୁ’ ଚଳଚ୍ଚିତ୍ରରେ ତାଙ୍କର କ୍ୟାରିୟର ଆରମ୍ଭ କରିôଥଲେ । ସେ ରିଅଲିଟି ଟେଲିଭିଜନ ସୋ’ ‘କିଏ ହେବ ମୋ ହିରୋଇନ’ ପ୍ରଥମ ସିଜନର ବିଜୟିନୀ ହୋଇଥିଲେ, ଯାହା ତରଙ୍ଗ ଟିଭିରେ ପ୍ରସାରିତ ହୋଇଥିଲା । ସେ ମଧ୍ୟ ବେଙ୍ଗଲ ଚଳଚ୍ଚିତ୍ର ଶିଳ୍ପ ସହିତ କାର୍ଯ୍ୟ କରୁଛନ୍ତି । ସମ୍ମୋହିତ କଲାଭଳି ନୂଆ ଇେଌକ୍ଷଗ୍ଧ;ରିୟର ଏବଂ ସମ୍ପୂର୍ଣ୍ଣ ଔଜ୍ଜଲ୍ୟମୟ ଲୁକ୍‍ ଦେଉଥିବା ଏହି ପ୍ରିମିୟମ ଫ୍ଲାଗସିପ୍‍ ସୋ’ରୁମ୍‍ ଭୁବନେଶ୍ୱର ଜନପଥରେ ନୂଆ ଅଳଙ୍କାର କିଣାକିଣି ଅନୁଭୂତି ଉଚ୍ଚସ୍ତରକୁ ନେଇଯିବ ।

ନୂତନ ନବିକୃତ ସୋ’ରୁମ୍‍ ଏହାର ପୃଷ୍ଠପୋଷକଙ୍କୁ ନୂଆ ଡିଜାଇନଗୁଡିକ ଯୋଗାଇଦେବ ଯାହା ବୈଭବର ଗାଥା କହିବ ଏବଂ କେବଳ ସୁନା ଓ ହୀରା ଅଳଙ୍କାର ସମ୍ଭାରକୁ ପ୍ରଦର୍ଶିତ କରିବ । ଗ୍ରାହକମାନେ ସୁନା ଅଳଙ୍କାର ଗଢା ମଜୁରୀ ଏବଂ ହୀରା ଅଳଙ୍କାର ଇନ୍‍ଭଏସ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପାଇପାରିବେ । (ସର୍ତ୍ତାବଳୀ ଲାଗୁ) ଏହା ବର୍ଷର ସେହି ସମୟ ଯେତେବେଳେ ଦୀପ ଔଜ୍ଜଲ୍ୟକୁ ଏବଂ ଔଜ୍ଜଲ୍ୟ ଆନନ୍ଦ ଉଲ୍ଲାସକୁ ଭେଟିଥାଏ, ପବିତ୍ର ଦୀପାବଳି ପର୍ବ ପାଳନ କରିବାକୁ ରିଲାଏନ୍ସ ଜୁଏଲ୍ସ ଭୁବନେଶ୍ୱର ଜନପଥରେ ତାହାର ନୂତନ ନବିକୃତ ସୋ’ରୁମ୍‍ରେ ପ୍ରଥମ ୧୦୦ ଗ୍ରାହକଙ୍କୁ ମାଗଣା ସ୍ୱର୍ଣ୍ଣମୁଦ୍ରା ଏବଂ ପ୍ରଥମ ୫୦୦ ଗ୍ରାହକଙ୍କୁ ମାଗଣା ରୌପ୍ୟ ମୁଦ୍ରା ପ୍ରଦାନ କରୁଛି । ରିଲାଏନ୍ସ ଜୁଏଲ୍ସ ତାହାର ଅନେକ ସମ୍ଭାର ନିମନ୍ତେ ପରିଚିତ, ଯାହା ଭାରତର ସମୃଦ୍ଧ ଓ ବିବିଧ ଐତିହ୍ୟକୁ ରୂପ ଦେଉଥିବା ଭିନ୍ନ ଭିନ୍ନ କଳା ଓ ସଂସ୍କୃତି, ପରମ୍ପରା ଓ ବିଶ୍ୱାସ ଦ୍ୱାରା ଅନୁପ୍ରେରିତ ।

ଦୁଇବର୍ଷ ତଳେ ଏହା ‘ଉତ୍କଳ’ ନାମରେ ଏକ ଚମତ୍କାର ଅଳଙ୍କାର ସମ୍ଭାର ପ୍ରଚଳନ କରିଥିଲା ଏବଂ ଏହା ଓଡ଼ିଶାର କଳା, ସ୍ଥାପତ୍ୟ ଓ ଐତିହ୍ୟ ଦ୍ୱାରା ପ୍ରେରିତ ଏବଂ ଏହି ଅଳଙ୍କାର ସମ୍ଭାର ଦେଶବ୍ୟାପୀ ଗ୍ରାହକମାନଙ୍କୁ ଦ୍ୱାରା ବେଶ୍‍ ଆଦୃତ ହୋଇଥିଲା । ତାହା ପରବର୍ତ୍ତୀ ସମୟରେ ଏହା ବନାରସ ଦ୍ୱାରା ପ୍ରେରିତ ହୋଇ ‘କାସ୍ୟମ୍‍’ ଏବଂ କଚ୍ଛ ଦ୍ୱାରା ପ୍ରେରିତ ହୋଇ ‘ରାନ୍‍କାର୍‍’ ସମ୍ଭାର ଆଣିଥିଲା । ରିଲାଏନ୍ସ ଜୁଏଲ୍ସ ଏହାର ଅଳଙ୍କାର ଡିଜାଇନ ଗୁଡିକ ଜରିଆରେ ସମୃଦ୍ଧ ଏବଂ ବିବିଧ ଐତିହ୍ୟ ସର୍ବସମ୍ମୁଖକୁ ଆଣିବା ପ୍ରୟାସ ନିରନ୍ତର ଜାରି ରଖିଛି । ଚଳିତ ବର୍ଷ ଦୀପାବଳି ଏବଂ ଏହି ନବିକୃତ ଫ୍ଲାଗସିପ୍‍ ସୋ’ରୁମ୍‍ ପୁନଃ ଉଦଘାଟନକୁ ସ୍ମରଣୀୟ ଏବଂ ଚମକ୍‍ଦାର କରିବା ସକାଶେ ରିଲାଏନ୍ସ ଜୁଏଲ୍ସ ନିଜର ଗ୍ରାହକଙ୍କ ପାଇଁ ନୂଆ ମହାଳୟା ସମ୍ଭାର ଆଣିଛି ।

ମହାଳୟା ନାମରେ ମହାନତା ଏବଂ ସୌନ୍ଦର୍ଯ୍ୟର ସମାବେଶ ଘଟିଛି, ‘ମହା’ ଅର୍ଥ ମହାନ୍‍ ଏବଂ ‘ଆଳୟା’ ଅର୍ଥ ସୌନ୍ଦର୍ଯ୍ୟ, ଯାହା ମହାରାଷ୍ଟ୍ରରେ ଜୀବନର ପ୍ରାୟ ପ୍ରତିଟି କ୍ଷେତ୍ରରେ ପରିଲକ୍ଷିତ ହୁଏ । ପିଥାନି ସିଲ୍କ ଶାଢୀର ସୌନ୍ଦର୍ଯ୍ୟପୂର୍ଣ୍ଣ ବୁଣାବୁଣି ଠାରୁ ୱର୍ଲି ଜନଜାତି ଚିତ୍ରକଳା ପର୍ଯ୍ୟନ୍ତ, ପାହାଡ ପର୍ବତର ମନଲୋଭା ଦୃଶ୍ୟରାଜି ଠାରୁ ନେଇ ରାଜପରିବାର ପରିଧାନ କରୁଥିବା ଗାଡ୍ସ ଏବଂ ୱାଡାସ୍‍ ଓ ରୟାଲ ରେଗାଲିଆ ଆଦି ଅଳଙ୍କାରର ବୈଭବ ଆଦିରୁ ରିଲାଏନ୍ସ ଜୁଏଲ୍ସର ଅତ୍ୟନ୍ତ ସୂକ୍ଷ୍ମ ଭାବରେ ହସ୍ତନିର୍ମିତ ସ୍ୱର୍ଣ୍ଣ ଓ ହୀରା ଅଳଙ୍କାର ଡିଜାଇନଗୁଡିକ ପ୍ରେରଣା ଲାଭ କରୁଛି । ଗ୍ରାହକମାନେ ବହୁବିଧ ଡିଜାଇନରେ ଅତି ନିଖୁଣ ଭାବରେ ଏବଂ କଳାଚାତୁରୀରେ ପରିପୂର୍ଣ୍ଣ ସୁନା ଓ ହୀରା ଅଳଙ୍କାରଗୁଡିକ ମଧ୍ୟରୁ ନିଜ ପାଇଁ ପସନ୍ଦ କରିପାରିବେ ଯାହା ଏହି ସମସ୍ତ ପ୍ରେରଣାକୁ ଧରି ରଖୁଛି ।

ଏହାର ଡିଜାଇନରମାନେ ବିଭିନ୍ନ ଅଞ୍ଚଳରୁ ପ୍ରେରଣା ଲାଭ କରୁଥିବାବେଳେ ଚୂଡାନ୍ତ ଅଳଙ୍କାର ସମ୍ଭାର ପ୍ରତ୍ୟେ ଭାରତୀୟ ନାରୀକୁ ଖାପଖୁଆଇବା ଭଳି ଡିଜାଇନ କରାଯାଇଥାଏ । ମହାରାଷ୍ଟ୍ରର ଗୌରବ ଗାଥା ରିଲାଏନ୍ସ ଜୁଏଲ୍ସର ମହାଳୟା ସମ୍ଭାର ଜରିଆରେ https://youtu.be/ckUZtx6Hpgk ଏହି ସୁନ୍ଦର ଚଳଚ୍ଚିତ୍ରରେ ପ୍ରଦର୍ଶିତ ହେଉଥିବାବେଳେ ତାହା ଉପଭୋଗ କରନ୍ତୁ । ନବିକୃତ ସୋ’ରୁମ୍‍ ଉଦ୍‍ଘାଟନ ଅବସରରେ ନିଜର ଚିନ୍ତାଧାରା ପ୍ରକାଶ କରି ସୁନିଲ ନାୟକ, ସିଇଓ, ରିଲାଏନ୍ସ ଜୁଏଲ୍ସ କହିଛନ୍ତି, “ଭୁବନେଶ୍ୱର ଜନପଥରେ ଆମେ ଆମର ନବିକୃତ ସୋ’ରୁମ୍‍ ପୁନଃଉଦଘାଟନ କରି ଅତ୍ୟନ୍ତ ଆନନ୍ଦିତ ।

ସୁନ୍ଦର ସହର ଭୁବନେଶ୍ୱରର ପ୍ରତ୍ୟେକ ନାଗରିକଙ୍କୁ ମୁଁ ଆମନ୍ତ୍ରଣ କରୁଛି, ସେମାନେ ରିଲାଏନ୍ସ ଜୁଏଲ୍ସ ପରିବାରର ଜଣେ ଜଣେ ଅଂଶବିଶେଷ ହୁଅନ୍ତୁ ଏବଂ ଖାସ୍‍କରି ଆପଣମାନଙ୍କ ପାଇଁ ଅତି ନିଖୁଣ ଭାବରେ ପ୍ରସ୍ତୁତ କରିଥିବା ଅଳଙ୍କାରର ଏକ୍ସକ୍ଲୁସିଭ ସୋ’ରୁମ୍‍ର ଅନୁଭୂତି ନିଅନ୍ତୁ । ଅଳଙ୍କାର ହେଉଛି ଜଣଙ୍କର ବ୍ୟକ୍ତିତ୍ୱ ଏବଂ ଷ୍ଟାଇଲ୍‍ର ସୃଜନାତ୍ମକ ଅଭିବ୍ୟକ୍ତି । ରିଲାଏନ୍ସ ଜୁଏଲ୍ସରେ ଆମ ଗ୍ରାହକମାନଙ୍କର ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବାକୁ ଫର୍ମାଲ, ସମକାଳୀନ, ପାରମ୍ପରିକ ଠାରୁ ଦୈନନ୍ଦିନ ପରିଧାନ କରିବା ନିମନ୍ତେ ବହୁବିଧ ଡିଜାଇ, ମୂଲ୍ୟ ବର୍ଗ ଓ ଷ୍ଟାଇଲର ଅଳଙ୍କାର ରହିଛି, ଯାହା ଗୁଣବତ୍ତାର ପ୍ରତିଶୃତି ସହିତ ଏକ ଜାତୀୟ ଅଳଙ୍କାର ବ୍ରାଣ୍ଡ୍‍ର ଶୁଦ୍ଧତାର ପ୍ରତିଶୃତି ଦେଉଛି ।

ରିଲାଏନ୍ସ ଜୁଏଲ୍ସରେ ଆମେ ଆମର ସମୃଦ୍ଧ ଐତିହ୍ୟ, କଳା ଓ କାରିଗରୀରୁ ପ୍ରେରଣା ନେଇ ଗତ ତିନିବର୍ଷ ଧରି ଅନନ୍ୟ ସମ୍ଭାର ବଜାର ପ୍ରବେଶ କରାଉଥିବା ନେଇ ଅତ୍ୟନ୍ତ ଗର୍ବିତ ମନେକରୁଛୁ ଏବଂ ସେଗୁଡିକ ଆମର ସମସ୍ତ ଗ୍ରାହକଙ୍କ ଦ୍ୱାରା ବେଶ୍‍ ଆଦୃତ ହୋଇଛି । ଆମେ ଚଳିତ ପାର୍ବଣ ଋତୁରେ ଆମର ଷଷ୍ଠ ସମ୍ଭାର ସହିତ ଆମର ଯାତ୍ରା ଜାରି ରଖିବାନେଇ ଉଲ୍ଲସିତ ଅନୁଭବ କରୁଛୁ । ଆମର ଇନ୍‍ହାଉସ ଡିଜାଇନର ଏବଂ ଏକ୍ସପର୍ଟମାନଙ୍କର ଟିମ୍‍, ଗହଣା ସମ୍ଭାର ନିମନ୍ତେ ସେମାନଙ୍କର ପ୍ରେରଣା ଚୂଡାନ୍ତ କରିବାକୁ ମାସ ମାସ ଧରି ବ୍ୟାପକ ଗବେଷଣା ଜରିଆରେ ବହୁବିଧ ଡିଜାଇନର ପ୍ରସ୍ତୁତି ଏବଂ ସେଥିମଧ୍ୟରୁ ଚୂଡାନ୍ତ ଡିଜାଇନ ମନୋନୀତ କରି ତାହାକୁ ଅତ୍ୟନ୍ତ ନିଖୁଣ କାରିଗରୀ କୌଶଳରେ ଉପଯୋଗ କରି ଆମ ଗ୍ରାହକମାନଙ୍କ ପାଇଁ ପ୍ରତ୍ୟେକ ଋତୁରେ ଅଳଙ୍କାର ସମ୍ଭାର ପ୍ରସ୍ତୁତ କରିଆସୁଛନ୍ତି ।

ଆମ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେଉଥିବା ଆଗାମୀ ପବିତ୍ର ପାର୍ବଣ ଋତୁ ନିମନ୍ତେ ଆମେ ଆମର ଅତି ଚମତ୍କାର ଅର୍ନେଟ ସମ୍ଭାର ‘ମହାଳୟା’ ଉପସ୍ଥାପନ କରିବା ନେଇ ଅତ୍ୟନ୍ତ ଉଲ୍ଲସିତ ରହିଛୁ, ଯାହା ମହାରାଷ୍ଟ୍ରର ସମୃଦ୍ଧ ଏବଂ ବିବିଧତାରେ ପରିପୂର୍ଣ୍ଣ ଐତିହ୍ୟରୁ ପ୍ରେରଣା ଲାଭ କରିବା ସହିତ ଆମର ଡିଜାଇନ ପରମ୍ପରାକୁ ବଜାୟ ରଖିଛି । ପ୍ରତିଟି ସୁନା ଓ ହୀରା ହାର, ମଙ୍ଗଳସୂତ୍ର, ଇୟର ରିଂ, ରିଂ, ବ୍ରେସଲେଟ ଏବଂ ଚୁଡି ଆଦି ଏହି ସମ୍ଭାରରେ ରହିଛି ଏବଂ ସେଗୁଡିକ ସ୍ୱତନ୍ତ୍ର ହୋଇଥିବାବେଳେ ମହାରାଷ୍ଟ୍ରର ମହାନତା, ଗୌରବ ଏବଂ ରାଜକୀୟତାକୁ ପ୍ରତିନଧିତ୍ୱ କରୁଛି ।” ବିଗତ ବର୍ଷଗୁଡିକରେ ରିଲାଏନ୍ସ ଜୁଏଲ୍ସ ଅନେକ ଏକ୍ସକ୍ଲୁସିଭ କଲେକ୍ସନ ବଜାରକୁ ଛାଡିବା ସହିତ ନିଜର ଗ୍ରାହକଙ୍କର ବହୁବିଧ ଆବଶ୍ୟକତା ପୂରଣ କରିଆସିଛି ।

ଏହା ବିବିଧ ମୂଲ୍ୟ ବର୍ଗରେ ପ୍ରତିଦିନଠାରୁ ନେଇ ସ୍ୱତନ୍ତ୍ର ଅବସରରେ ପରିଧାନ କରିବା ଭଳି ଗହଣା ଯୋଗାଇ ଆସୁଛି । ଗ୍ରାହକଙ୍କ ନିକଟରେ ପହଞ୍ଚିବା ଏବଂ ଅନନ୍ୟ ଅଳଙ୍କାର ସେମାନଙ୍କ ପାଇଁ ଉପଲବ୍ଧ କରାଇବା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନକରି ରିଲାଏନ୍ସ ଜୁଏଲ୍ସ ଏହାର ଉପସ୍ଥିତିରେ ଦ୍ରୁତଗତିରେ ବୃଦ୍ଧି ଘଟାଉଛି । ଏହା ଭାରତର ୧୫୦ରୁ ଅଧିକ ସହରରେ କମ୍ପାନୀ ମାଲିକାନାରେ ଥିବା ଷ୍ଟାଣ୍ଡ୍‍ଆଲୋନ ସୋ’ରୁମ୍‍ ଏବଂ ଟ୍ରେଣ୍ଡସ୍‍ ଷ୍ଟୋର ଭିତରେ ଅବସ୍ଥିତ ସପ୍‍-ଇନ-ସପ୍‍ ଫର୍ମାଟରେ ଉପଲବ୍ଧ ହେଉଛି । ସମ୍ପ୍ରତି ରିଲାଏନ୍ସ ଜୁଏଲ୍ସର ଉପସ୍ଥିତି ସମଗ୍ର ଭାରତର ୧୫୦ରୁ ଅଧିକ ସହରରେ ୩୦୦ରୁ ଅଧିକ ଷ୍ଟୋର୍‍ରେ ରହିଛି । ରିଲାଏନ୍ସ ଜୁଏଲ୍ସ ଏହାର ଗ୍ରାହକଙ୍କୁ ଚମତ୍କାର ପରିବେଶ, ଅତ୍ୟନ୍ତ ସୁନ୍ଦର ପ୍ରଦର୍ଶନ, ସମୃଦ୍ଧ ସାଜସଜ୍ଜା ଏବଂ ଗ୍ରାହକଙ୍କ ପାଇଁ ସହାୟତାକୁ ନେଇ ଏକ ଚମତ୍କାର ଅନୁଭୂତି ପ୍ରଦାନ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026
ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

March 18, 2026

Recent News

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026
ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

March 18, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version