ଓଡ଼ିଶା ତାଜା ନ୍ୟୁଜ (୨୨ ସେପ୍ଟେମ୍ବର ଗୁରୁବାର ) ଖୋର୍ଦ୍ଧା-ଜଟଣୀ :- ଚଳିତ ମାସ ୧୬ ରୁ ୩୦ ପର୍ଯ୍ୟନ୍ତ ଚାଲିଥିବା “ସ୍ଵଚ୍ଛତା ପଖୱାଡା” ର ଏକ ଅଂଶ ଭାବରେ,ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ “ସ୍ଵଚ୍ଛ ରେଳଗାଡି” ଉପରେ ଦୁଇ ଦିନ ପାଇଁ ବିଶେଷ ଧ୍ୟାନ ଦେଇଛି। ଉଦ୍ଦେଶ୍ୟ ହେଉଛି ଟ୍ରେନରେ ପରିଷ୍କାର ପରିଚ୍ଛନ୍ନତା ରକ୍ଷଣାବେକ୍ଷଣ କରିବା ଏବଂ ଯାତ୍ରୀମାନଙ୍କୁ ସୁସ୍ଥ ପରିବେଶ ଯୋଗାଇବା. ସ୍ଵଚ୍ଛ ରେଳଗାଡି ପାଳନ ସମୟରେ ଡିଭିଜନ୍ ରେ ଥିବା ସମସ୍ତ ପ୍ରମୁଖ ରେଳ ଷ୍ଟେସନ୍,ଯଥା ଭୁବନେଶ୍ୱର, ପୁରୀ,ଖୋର୍ଦ୍ଧାରୋଡ଼, କଟକ,ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ଼, ବ୍ରହ୍ମପୁର ଏବଂ ପଲାସା ରେ ଟ୍ରେନ୍ ଗୁଡ଼ିକର, ଅଧିକାରୀ ଏବଂ ସ୍ୱାସ୍ଥ୍ୟ ନିରୀକ୍ଷକଙ୍କ ଦ୍ୱାରା ତନ୍ ତନ୍ ଯାଞ୍ଚ କରାଯାଇଥିଲା ।
ସୌଚାଳୟର ପରିଚ୍ଛନ୍ନତା ସହିତ ଟ୍ରେନ୍ କୁ ପରିଷ୍କାର ରଖିବା ନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା । ୟୁନିଫର୍ମ ଏବଂ ସମସ୍ତ ସୁରକ୍ଷା ଉପକରଣ ସହିତ ଅନବୋର୍ଡ ହାଉସ୍ କିପିଙ୍ଗ ଷ୍ଟାଫ୍ (ଓ ବି ଏଚ ଏସ) କର୍ମଚାରୀଙ୍କ ଉପଲବ୍ଧତା ମଧ୍ୟ ଯାଞ୍ଚ କରାଯାଇଥିଲା । ଟ୍ରେନରେ ଦିଆଯାଇଥିବା ସ୍ଵଚ୍ଛତା ସେବା ଉପରେ ଯାତ୍ରୀମାନଙ୍କଠାରୁ ମତାମତ ନିଆଯାଇଥିଲା ।
ଯାତ୍ରୀମାନଙ୍କ ସଚେତନତା ପାଇଁ ଟ୍ରେନରେ କରଣୀୟ/ଅକରଣୀୟ ପୋଷ୍ଟରର ପ୍ରଦର୍ଶନ ନିଶ୍ଚିତ କରାଯାଇଥିଲା । ଡିପୋରୁ ବାହାରିବା ପୂର୍ବରୁ ଟ୍ରେନର ପରିଷ୍କାର ପରିଚ୍ଛନ୍ନତା ଯାଞ୍ଚ କରିବା ପାଇଁ ପୁରୀ ଏବଂ ଭୁବନେଶ୍ୱର କୋଚିଂ ଡିପୋରେ ଅଧିକାରୀମାନଙ୍କୁ ମନୋନୀତ କରାଯାଇଥିଲା ।
ପ୍ୟାଣ୍ଟ୍ରି କାରଗୁଡିକ ସଫା କରିବା ନିଶ୍ଚିତ କରାଯାଇଥିଲା । ଚାଲିଥିବା ସ୍ଵଚ୍ଛତା ପଖୱାଡା ଅବଧି ସମୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ଇଏନ୍ଏଚ୍ଏମ୍ ୱିଙ୍ଗି ରେଳ ବ୍ୟବହାରକାରୀ ଏବଂ କର୍ମଚାରୀଙ୍କ ପାଇଁ ସୁସ୍ଥ ଏବଂ ସ୍ଵଚ୍ଛ ପରିବେଶ ସୁନିଶ୍ଚିତ କରିବା ପାଇଁ ରେଳ ଷ୍ଟେସନ,ଟ୍ରେନ୍, ଅଫିସ୍ କୋଠା,ରେଳ କଲୋନୀ ଇତ୍ୟାଦିରେ ବିଭିନ୍ନ ପରିଷ୍କାର ପରିଚ୍ଛନ୍ନତା କାର୍ଯ୍ୟକଳାପ, ସ୍ଵଚ୍ଛତା ଯାଞ୍ଚ ଏବଂ ସଚେତନତା କାର୍ଯ୍ୟକ୍ରମ ପାଇଁ ଯୋଜନା କରୁଅଛି ।

© 2023 Odisha Taza News.