ଓଡ଼ିଶା ତାଜା ନ୍ୟୁଜ (୨୧ ସେପ୍ଟେମ୍ବର ବୁଧବାର ) ବୈପାରିଗୁଡା :- ବୈପାରିଗୁଡା ଥାନା ଗୁଣ୍ଠାଗୁଡା ପାଖରେ ଚଢାଉ କରି ୨୦ କେଜି ୩୬୦ ଗ୍ରାମ ଗଞ୍ଜେଇ ସହ ଏକ ବାଇକ ଜବତ କଲା ବୈପାରିଗୁଡା ପୋଲିସ । ଏହା ସହ ଜଣେ ଯୁବକ ଗିରଫ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ । ଗିରଫ ହୋଇଥିବା ଯୁବକ ଜଣକ ପକୁଲପଡା ଗ୍ରାମର ବୋଲି ସୂଚନା ଦେଇଛି ପୋଲିସ ।
ଗୁଣ୍ଠାଗୁଡା ଗ୍ରାମ ପାଖରେ ବୈପାରିଗୁଡା ପୋଲିସ ଯାନବାହାନ ଯାଂଚ କରୁଥିବା ସମୟରେ ଏହି ଗଞ୍ଜେଇ ଜବତ କରାଯାଇଥିବା ନେଇ କହିଛି ପୋଲିସ । ବୈପାରିଗୁଡା ପଟରୁ ଏକ ବାଇକ ଜୟପୁର ପଟେ ଯାଉଥିବା ବେଳେ ବାଇକରେ ବସ୍ତା ଥିବା ଦେଖି ପୋଲିସ ବସ୍ତାକୁ ଯାଂଚ କରିଥିଲା । ପୋଲିସ ବସ୍ତାକୁ ଯାଂଚ କରିବାରୁ ସେଥିରୁ ୨୦ କେଜି ୩୬୦ ଗ୍ରାମ ଗଞ୍ଜେଇ ମିଳିଥିଲା । ପୋଲିସ ଗଞ୍ଜେଇ ସହିତ ବାଇକକୁ ଜବତ କରି ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ।















