ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ମଙ୍ଗଳବାର ) ବୈପାରିଗୁଡା :- ଏବେ ପର୍ଯ୍ୟନ୍ତ ସମସ୍ତ ପ୍ରକାର ମୌଳିକ ସୁବିଧା ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମପୀଠ ତେନ୍ତୁଳିଗୁମ୍ମା ପଂଚାୟତବାସୀ ପାଉଥିବା ନେଇ ସଭାସମିତିରେ ନେତା, ମନ୍ତ୍ରୀ,ସରକାରୀ ଅଧୀକାରୀଙ୍କ ଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥା କହୁଥିଲେ ମଧ୍ୟ ସେହି ପଂଚାୟତକୁ ଆଜି ସୁଦ୍ଧା କୋରାପୁଟ ଜିଲ୍ଲାର ଜୟପୁର କିମ୍ବା ବୈପାରିଗୁଡା ଠାରୁ କୌଣସି ପ୍ରକାର ସରକାରୀ କିମ୍ବା ବେସରକାରୀ ବସ ସେବା ନଥିବା ବେଳେ ଅଂଚଳବାସୀ ଓ ଛାତ୍ରଛାତ୍ରୀ ମାନେ ଯାତାୟକ କରିବା ନେଇ ସବୁ ସମୟରେ ଅସୁବିଧାର ସମ୍ମୁଖ୍ୟନ ହେଉଥିଲେ ।
ଏବେ ଆଉ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଯିବାଆସିବା ପାଇଁ କାହାକୁ ଅପେକ୍ଷା କରିବାକୁ ପଡିବ ନାହିଁ । କାରଣ ମାଗଣା ବସ ସେବା ଆରମ୍ଭ କରିଛି ମିନାକ୍ଷୀ ପାୱାର ପ୍ଲାଣ୍ଟ । ଏହି ମାଗଣା ବସ ସେବା ପ୍ରତିଦିନ ତେନ୍ତୁଳିଗୁମ୍ମା ଠାରୁ ବାହାରି ମାଲକାନଗିରି ଜିଲ୍ଲାର ମାଥିଲ ବ୍ଲକର ଝୁଲନିବାହାଲ ଠାରେ ଥିବା ଆର୍ଦଶ ବିଦ୍ୟାଳୟକୁ ଯିବା ।
ତେନ୍ତୁଳିଗୁମ୍ମା, ସାନଗୁମ୍ମା, କତନପାଲି, ଉଦୟଗିରି, ସେରପଲ୍ଲୀ, କସିଗୁଡା, କିଆଙ୍କ ଅଂଚଳର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟକୁ ଯିବାଆସିବା କରିବେ ବୋଲି ଜଣାପଡିଛି । ସ୍ଥାନୀୟ ସରପଂଚ ମନମତି ନାୟକ ଓ ପୂବତନ ସରପଂଚ ବୁଦ୍ରା ନାୟକ, ମିନାକ୍ଷୀ ପାୱାର ପ୍ଲାଣ୍ଟର ଜିଏମ ବୈଦ୍ୟନାଥ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ପତାକା ଦେଖାଇ ବସ ସେବା ଆରମ୍ଭ କରିଛନ୍ତି । ମାଗଣା ବସ ସେବା ଆରମ୍ଭ ହେବା ପରେ ସ୍ଥାନୀୟ ଅଂଚଳରେ ଖୁସିର ଲହରୀ ଖୋଳି ଯାଇଛି ।

© 2023 Odisha Taza News.