No Result
View All Result
୨୦୨୦-୨୧ ଆର୍ଥିକ ବର୍ଷରେ ୧୩,୮୬୬ଟି ଚାରା ରୋପଣ ଯୋଡ଼ା
ଓଡ଼ିଶା ତାଜା ନ୍ୟୁଜ (୧୯ ସେପ୍ଟେମ୍ବର ସୋମବାର ) ଭୁବନେଶ୍ୱର :- ଟାଟା ଷ୍ଟିଲ ଖଣ୍ଡବନ୍ଧ ଲୌ÷ହ ଓ ମାଙ୍ଗାନିଜ ଖଣିକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ‘ଖଣି” ବିଭାଗରେ ମର୍ଯ୍ୟାଦାଜନକ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର-୨୦୨୨ରେ ସମ୍ମାନିତ କରାଯାଇଛି । ବୁଧବାର ଦିନ ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (ଓଏସ୍ପିସିବି) ର ୩୯ତମ ପ୍ରତିଷ୍ଠା ଦିବସ ଅବସରରେ କମ୍ପାନୀ ପକ୍ଷରୁ ଖଣ୍ଡବନ୍ଧ ମାଇନିଂ ଅପରେସନ୍ସ ବିଭାଗ ମୁଖ୍ୟ ସୁଭ୍ରାଂଶୁ ଶେଖର ମିଶ୍ର, ଓଡ଼ିଶାର ମାନ୍ୟବର ଜଙ୍ଗଲ ଓ ପରିବେଶ, ପ�ାୟତିରାଜ ଓ ପାନୀୟଜଳ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ଏହି ଅବସରରେ ଅନ୍ୟ ଗଣ୍ୟମାନ୍ୟ ଅତିଥିମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁଶାନ୍ତ ନନ୍ଦ ଏବଂ ଓଏସ୍ପିସିବି ର ସଚିବ ସଦସ୍ୟ କେ ମୁର୍ଗେସନ୍ ଉପସ୍ଥିତ ଥିଲେ । ଚଜଋଝଝ ଜଋଖଋଇଝଋ ଖଣ୍ଡବନ୍ଧ ଖଣିକୁ ୩ଟି ନୂତନ ବର୍ଷାଜଳ ସଂରକ୍ଷଣ ପୋଖରୀ ନିର୍ମାଣର ପ୍ରଶଂସନୀୟ ଉଦ୍ୟମ ଏବଂ ଖଣି ଅ�ଳର ପୁନରୁଦ୍ଧାର ଏବଂ ଡମ୍ପିଂ ୟାର୍ଡ଼କୁ ସ୍ଥିର ରଖିବାପାଇଁ ଡମ୍ପିଂ ୟାର୍ଡର ସ୍ଲୋପ୍ରେ ବୃକ୍ଷରୋପଣ ଏବଂ ଖଣି ମଧ୍ୟରେ ସବୁଜ ବଳୟରେ ବୃଦ୍ଧି ଆଣିବା ପାଇଁ ଏହି ପୁରସ୍କାରେ ସମ୍ମାନିତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, କମ୍ପାନୀ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ ୧୩,୮୬୬ ବୃକ୍ଷରୋପଣ କରାଯାଇଛି ।
ଏହା ବ୍ୟତୀତ କମ୍ପାନୀକୁ ବର୍ଜ୍ୟ ତୈଳ (ରୋଷେଇ ଘରର ବର୍ଜ୍ୟବସ୍ତୁକୁ ଜୈବିକ ଗ୍ୟାସରେ ରୂପାନ୍ତରିତ କରିବା) ର ବ୍ୟବହାର ପାଇଁ ଉଚ୍ଚ ପ୍ରଶଂସା କରାଯାଇଛି, ଯାହା ଫଳରେ ବାର୍ଷିକ ୩ଟି ଏଲ୍ପିଜି ସିଲିଣ୍ଡର ବ୍ୟବହାର କମ୍ କରାଯିବା ସହିତ ବାର୍ଷିକ ୦.୧୭୧ ଟନ୍ କାର୍ବନ୍ ଡାଇଅକ୍ସାଇଡ଼ ନିର୍ଗମନ କମ୍ କରାଯାଇପାରିଛି । ବୋହିଯାଉଥିବା ଜଳର ସୁପରିଚାଳନା ପାଇଁ କମ୍ପାନୀରେ ୩ ପିଟ୍ ଅ�ଳରେ ୬୦୦ ମିଟର ଚଉଡ଼ା ୬ ଫୁଟ୍ ଗଭୀରର ଡ୍ରେନ୍ ଚ୍ୟାନେଲର ନିର୍ମାଣ କରାଯାଇଛି । ଏହି ଅବସରରେ ଓଏସ୍ପିସିବିର ସଚିବ ସଦସ୍ୟ ଏହି ପୁରସ୍କାରକୁ ଶିଳ୍ପାନୁଷ୍ଠାନମାନଙ୍କ ଉଦ୍ୟମକୁ ସ୍ୱୀକୃତି ପ୍ରଦାନ କରିବାର ଏକ ସ୍ୱତନ୍ତ୍ର ଉପାୟ ଭାବରେ ବ୍ୟାଖ୍ୟା କରିଥିଲେ । ଏହା ସହିତ ସେ କହିଥିଲେ ଯେ ଏହି ପୁରସ୍କାର ପାଇଥିବା କମ୍ପାନୀମାନେ ପରିବେଶ ଓ ପର୍ଯ୍ୟାବରଣର ସୁରକ୍ଷା ପାଇଁ ସାମଗ୍ରିକ ସ୍ତରରେ ଅତ୍ୟାଧୁନିକ ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ ଦିଗରେ ଉଦାହରଣ ସୃଷ୍ଟିକରିଛନ୍ତି ।

No Result
View All Result