No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ବ୍ଲକର ସଦର ମହକୂମା କାଶୀନଗର ସ୍ଥିତ ଶ୍ରୀ ରାମ ଡ଼ିଗ୍ରୀ କଲେଜ ପରିସରରେ ଏସିଡ ଫିଙ୍ଗା ନେଇ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ଆଇନ ସେବା ପ୍ରାଧିକାରଣ ତରଫରୁ ଅନୁଷ୍ଠିତ ଏହି ଆଇନ ସଚେତନ ଶିବିରରେ ଶ୍ରୀରାମ ଡିଗ୍ରୀ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ ବନପାଲି ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏହି ଶିବିରରେ ଜିଲ୍ଲା ଜର୍ଜ ଶ୍ରୀ ରବି ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଏତଦବ୍ୟତୀତ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ: ଦୁର୍ଗା ପ୍ରସାଦ ପଣ୍ଡା ଯୋଗ ଦେଇଥିଲେ |
ଶ୍ରୀରାମ ଡିଗ୍ରୀ କଲେଜ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ମଧ୍ୟ ଏହି ଆଇନ ସଚେତନତା ଶିବିରରେଉପସ୍ଥିତ ଥିଲେ କଲେଜ ର ସମର ଶୁକ୍ଷାର୍ଥୀ ବାହିନୀ ତରଫରୁ ମନରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ୍ବହୋଇଥିଲା | ପସ୍କ ଏକ୍ଟ, ନାବାଳିକା ଧର୍ଷଣ, ଓ ବିଭିନ ଧାରା ଉପରେ ଆଲୋଚନା କରାଯାଇ ଆଗାମୀ ଯୁବପିଢ଼ି ଙ୍କୁ ସଚେତନ ଓ ଜାଗ୍ରତ କରାଯାଇଥିଲା |
ଏସିଡ ଫିଙ୍ଗା ଓ ତତଜନିତ ସମସ୍ୟା ଓ ଦଣ୍ଡ ଵିଧି ଉପରେ ଉପସ୍ଥିତ ଶ୍ରୋତା ଙ୍କୁ ସଚେତନ କରାଯାଇଥିଲା | ଏସିଡ ଫିଙ୍ଗା ଦ୍ୱାରା ଯୁବକ ମାନେ ନାବାଳିକା ମାନଙ୍କୁ ଯେଉଁ ପ୍ରକାର ହଇରାଣ କରି ଜୀବନ କୁ ବରବାଦ କରୁଛନ୍ତି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝା ଯାଇଥିଲା ଏଥି ପ୍ରତି ଯୁବ ପୀଢ଼ି ସଜାଗ ରହିବା ପାଇଁ କୁହାଯାଇ ଥିଲା


No Result
View All Result