ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶନିବାର ) ବୈପାରିଗୁଡା :- ନଦୀରେ ପ୍ରବଳ ପାଣି ପ୍ରବାହିତ ହେଉଥିବା ସମୟ ରେ ଜଣେ ବୃଦ୍ଧବୃଦ୍ଧା ହାଟ କୁ ଯାଇ ଘରକୁ ଫେରିବା ସମୟରେ ବୃଦ୍ଧ ଜଣକ ପାଣିରେ ଭାସିଯାଇ ନିଖୋଜ ହୋଇଥିବା ଘଟଣା । ପ୍ରାୟ ୧୦ ଦିନ ପରେ ନିଖୋଜ ବୃଦ୍ଧଙ୍କ ମୃତଦେହକୁ ଠାବ କରିଛନ୍ତି ବୈପାରିଗୁଡା ଅଗ୍ନିଶମ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକେ । ଗତ ୩୧ ତାରିଖରୁ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଆଖପାଖ ଅଂଚଳରେ ଜୋରଦାର ଭାବେ ଅପରେସନ କରିଥିଲେ ମଧ୍ୟ ମୃତଦେହ ଉଦ୍ଧାର ହୋଇ ପାରିନଥିଲା ।
ରାମଗିରି ଫାଣ୍ଡି ଏଏସଆଇ ବଳରାମ ହିକକା କହିବା ଅନୁସାରେ ମଙ୍ଗଳବାର ଦିନ ସ୍ୱାମୀ ଓ ସ୍ତ୍ରୀ ରାମଗିରି ହାଟ କୁ ଆସିଥିଲେ । ହାଟ ସାରି ଘରକୁ ଫେରିବା ବେଳେ ନଦୀ ପାର ହୋଇ ଯିବା ବେଳେ ନଦୀର ପାଣି ସୁଅରେ ବୃଦ୍ଧ ବେୃତ ସାନ୍ତା ଭାସି ଯାଇଥିଲେ । ଘଟଣା ବିଷୟରେ ବେୃତ ଙ୍କ ସ୍ତ୍ରୀ ଗ୍ରାମବାସୀଙ୍କୁ ଜଣାଇବା ପରେ ବାଙ୍କୁଲିଯୋଡି ଗ୍ରାମବାସୀ ଓ ବୈପାରିଗୁଡା ଅଗ୍ନିଶମ କର୍ମଚାରୀ ମାନେ ସେହି ସ୍ଥାନରେ ବହୁ ସମୟ ଧରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ବେତୃ ଙ୍କ କୌଣସି ପର୍ତିା ମିଳିପାରିନଥିଲା ।
ନିଖୋଜ ଘଟଣାର ୧୦ ଦିନପରେ ଅର୍ଥାତ ଶନିବାର ଦିନ ବେୃତ ସାନ୍ତାଙ୍କ ମୃତଦେହକୁ ଚାମିଳିକୁଣ୍ଡ ଗ୍ରାମ ପାଖରେ ଥିବା କମାରବେଡା ନଦୀ କୂଳ ରୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ପ୍ରଦାନ କରିଛି ରାମଗିରି ଫାଣ୍ଡି ପୋଲିସ । ଅଗ୍ନିଶମ ବିଭାଗର ହାବିଲଦାର ଉମେଶ ଚନ୍ଦ୍ର ବାଘ, ଅଚ୍ୟୁତ ଓରାମ, ଜି.ହିକିମ, ଟି.ଚାଲାଣ ଓ ଏସ.କେ.ନାୟକ ପ୍ରମୁଖ ଉକ୍ତ ସ୍ଥାନ କୁ ଯାଇ ନଦୀ ଭିତରୁ ମୃତଦେହ ଉଦ୍ଧାର କରିଥିବା ନେଇ ସୂଚନା ପ୍ରଦାନ କରିଛି ବୈପାରିଗୁଡା ଅଗ୍ନିଶମ କାର୍ଯ୍ୟାଳୟ ।















