No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ବୁଧବାର ) କଳାହାଣ୍ଡି :- ପବିତ୍ର ଗୁରୁ ଦିବସ ତଥା ସର୍ବ ପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ମହା ସମାରୋହରେ ରୁପ୍ରାରୋଡ ସରସ୍ଵତୀ ଶିଶୁ ମନ୍ଦିର ଠାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଖେଳ ଶିକ୍ଷକ ଶ୍ୟାମସୁନ୍ଦର ଶର୍ମା ଯୋଗଦାନ କରି ଗୁରୁ ,ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରିବାରେ ସର୍ବ ପଲ୍ଲୀ ରାଧାକ୍ରିଷ୍ଣନଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ସଂପାଦକ ସଞ୍ଜିବ ଦାସ ଯୋଗଦାନ କରିଥିଲେ ।
ଅତିଥିଙ୍କ ପରିଚୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଭୋଇ । ଉପସ୍ଥିତ ଗୁରୁଜୀ ଓ ଗୁରୁମାଙ୍କୁ ଶିଶୁ ଭାଇ, ଭଉଣୀ ଦ୍ଵାରା ବନ୍ଦାପନା କରାଯାଇ ଗୁରୁ ପୂଜନ କରାଯାଇ ଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଗୁରୁମା ମାନସୀ ବିଶ୍ୱାଳ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁଜୀ ଜିତେନ୍ଦ୍ର ଗଉଡ ।


No Result
View All Result