ଓଡ଼ିଶା ତାଜା ନ୍ୟୁଜ (୬ ସେପ୍ଟେମ୍ବର ମଙ୍ଗଳବାର) କଳାହାଣ୍ଡି ଓ ସୁନ୍ଦରଗଡ଼ :– ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ବୀର ଗାଥାକୁ ମନେ ପକାଇବା ପାଇଁ ସାରା ରାଜ୍ୟରେ ଅହିଂସା ରଥ ପରିକ୍ରମା କରୁଛି । ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା, ଗାନ୍ଧିଜୀ ଓ ଓଡ଼ିଶା ଶୀର୍ଷକ ଚଳଚ୍ଚିତ୍ର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ନେଇ ଏହି ରଥ ଆଜି କଳାହାଣ୍ଡି ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନ ପରିକ୍ରମା କରିଛି । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ଅହିଂସା ରଥ ଆଜି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି । କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ସୀମାରେ ଅବସ୍ଥିତ ଗୋଲାମୁଣ୍ଡା ବ୍ଲକର ତୁମୁରାଠାରେ ଦୁଇଟି ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା ।
ସ୍ୱାଗତ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ପଟେଲ, ଧର୍ମଗଡ ଉପଜିଲ୍ଲାପାଳ ଶ୍ରୀ ସଚିନ ପାୱାର, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ,ବିଡିଓ ଶ୍ରୀଧର ପଣ୍ଡା, ଜିଲ୍ଲାସ୍ତରୀୟ ଅଧିକାରୀ, ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା, ପଞ୍ଚାୟତ ସମିତି ସଭ୍ୟ ବନିତା ନାଇକ, ଶ୍ରୀମତୀ ସସ୍ମିତା ମଙ୍ଗରାଜ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସଂକୀର୍ତ୍ତନ ଦଳ ପ୍ରମୁଖ ସ୍ୱାଗତ କରିଥିଲେ । ଗୋଟିଏ ଅହିଂସା ରଥ ଗୋଲାମୁଣ୍ଡା ପଞ୍ଚାୟତରୁ ବୃନ୍ଦାବାହଲ, ବେହେରା ବାଟ ଦେଇ ଧର୍ମଗଡରେ ପହଞ୍ଚିଛି ଏବଂ ଅନ୍ୟ ଅହିଂସା ରଥଟି ଗୋଲାମୁଣ୍ଡାରୁ ମହାଲିଙ୍ଗ, ବୋର୍ଡା, କର୍ଲାପଡ଼ା, ପଷ୍ଟିକୁଡ଼ି ମାର୍ଗଦେଇ କେସିଙ୍ଗାଠାରେ କାର୍ଯ୍ୟକ୍ରମ କରିଛି । ଏହି କ୍ରମରେ ଗୋଲାମୁଣ୍ଡା ନୋଡାଲ ହାଇସ୍କୁଲରେ ବିଡ଼ିଓ ଶ୍ରୀଧର ପଣ୍ଡା, ସରପଞ୍ଚ ଶ୍ରୀ ପୁରୁଷୋତ୍ତମ ରାଉତ, ପଞ୍ଚାୟତ ସମିତି ସଭ୍ୟ ଶ୍ରୀମତୀ ବନ୍ଦିତା ନାୟକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ହେମାଙ୍ଗିନୀ ରାଉତ, ବ୍ଲକ ସ୍ତରୀୟ ଅଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ଛାତ୍ରୀମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ସହ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାଲିଂଗ ପଞ୍ଚାୟତଠାରେ ସରପଞ୍ଚ ଶ୍ରୀ ଗୌରୀ ଚନ୍ଦନ, ସମିତି ସଭ୍ୟ କିରଣ କୁମାର ସିଂ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଜୟସେନ ସାହୁ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ ପଟେଲ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ପ୍ରମୁଖ ରଥକୁ ସ୍ୱାଗତ କରିଥିଲେ । ସ୍ଥାନୀୟ କଳାକାର, ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଘୁମୁରା, ବଜାସାଲ ଆଦି ନୃତ୍ୟ ଆୟୋଜିତ ହେବା ସହ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୋର୍ଡା ଗ୍ରାମପଞ୍ଚାୟତଠାରେ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ହୃଦାନନ୍ଦ ସାହୁ ଓ ଦୟାନିଧି ନାୟକ, ବୋର୍ଡା ସରପଞ୍ଚ ସୁଷମା ସେନାପତି ପ୍ରମୁଖ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ସେହିପରି ବେହେରା ପଞ୍ଚାୟତଠାରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାଟ୍ଟଯୋଷି,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଗୋପୀ ମହାନନ୍ଦ,ପ୍ରଣବ ଭାଇଁସଲ, ଶଙ୍କର ଯୁଇଡ, ସମସ୍ତ ପଞ୍ଚାୟତ ସମିତି ସଭ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀମାନେ ରଥକୁ ସ୍ୱାଗତ କରିଥିଲେ । ଉଭୟ ସ୍ଥାନରେ ଭିଡ଼ିଓ ସୋ ପ୍ରଦର୍ଶନ ସହ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସୁନ୍ଦରଗଡ଼ଠାରେ ଆଜି ଦ୍ୱିତୀୟ ଦିବସରେ ଗୋଟିଏ ରଥ ବଡଗାଁ, କୁତ୍ରା ଓ ରାଜଗାଗଂପୁର ବ୍ଲକ ଭ୍ରମଣ କରିଥିବାବେଳେ ଅନ୍ୟ ରଥଟି ବାଲିଶଙ୍କରା ଓ ସବଡେଗା ବ୍ଲକ ପରିକ୍ରମା କରିଛି । ଅହିଂସା ରଥକୁ ବଡଗାଁ ବ୍ଲକର ଦେଓକରଣପୁର ହାଇସ୍କୁଲରେ ଭବ୍ୟ ସ୍ୱାଗତ କରାଯାଇଥିଲା ।
ସେଠାରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଦୁଲାରି ସୋରେଙ୍ଗ, ଉପାଧ୍ୟକ୍ଷା ରଶ୍ମିତା ପଟେଲ, ସମିତି ସଭ୍ୟା ମଂଜୁ ମହାନନ୍ଦିଆ, ଜରଙ୍ଗୋଲି ସରପଂଚ ମେନକା କାଲୋ, ବରଂଗାତୋଚର ସରପଂଚ ରାଜେଶ୍ୱରୀ କାଲୋ, ବଡଗାଁ ବିଡିଓ କ୍ଷମାନିଧି ଭୋଇ, ଗ୍ରାମବାସୀ , ସ୍କୁଲ କର୍ତ୍ତୃପକ୍ଷ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା ସେହିପରି ବଡଗାଁ ଆଇ. ଟି. ଆଇ ପରିସରରେ ମଧ୍ୟ ରଥଟିକୁ ପାରମ୍ପରିକ ନୃତ୍ୟଗୀତ, ବାଦ୍ୟ ମାଧ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଭିନ୍ନ ସାଂସ୍କୃତିକ ଦଳ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟଗୀତ ପରିବେଷଣ କରାଯାଇଥିଲା । ବାଲିଶଙ୍କରା ଓ ସବଡେଗା ବ୍ଲକରେ ମଧ୍ୟ ରଙ୍ଗାରଙ୍ଗ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ରଥକୁ ସ୍ୱାଗତ କରାଯାଇଥିଲା ।© 2023 Odisha Taza News.