No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ସେପ୍ଟେମ୍ବର ଗୁରୁବାର) ବୈପାରିଗୁଡା :- ପାଖରେ ଅର୍ଥ ର ଅଭାବ ସାଙ୍ଗ କୁ ଭଲ ଶିକ୍ଷା ଦେବା ଉର୍ଦ୍ଦେଶ୍ୟ ନେଇ ଗରୀବ ଶ୍ରେଣୀର ପରିବାର ଲୋକେ ଭଲ ପାଠ ପଢାଇବା ନେଇ ତାଙ୍କ ଜନ୍ମ କରିଥିବା ପିଲା ଓ ଝିଅ କୁ ଜୀବନ ଠାରୁ ଅଧିକ ମୂଲ୍ୟବାନ ଭାବି ଦୂର ସ୍ଥାନ କୁ ମଧ୍ୟ ଛାଡନ୍ତି । କିଛି ଅବହେଳା ପାଇଁ ବେଳେ ବେଳେ ଛାତ୍ରଛାତ୍ରୀ ଙ୍କ ମୃତ୍ୟୁ ଘଟେ ସେଥି ପାଇଁ କିଏ ଦାୟୀ । କତୃପକ୍ଷଙ୍କ ଅବହେଳା ନା ତାଙ୍କ ପରିବାର । ଏମିତି କିଛି ଅଘଟଣ ଆଜି ଘଟିଛି ବୈପାରିଗୁଡା ଥାନା ଅନ୍ତର୍ଗତ କୁନ୍ଦୁରା ବ୍ଲକର ଦିଗାପୁର ଠାରେ ଥିବା ଆବାସିକ ବିଦ୍ୟାଳୟ ଠାରେ । ମିଳିଥିବା ସୂଚନା ଅନୁସାରେ ବୈପାରିଗୁଡା ଥାନା ଦିଗାପୁର ଠାରେ ଥିବା ଆବାସିକ ବିଦ୍ୟାଳୟରେ ବୈପାରିଗୁଡା ଅଂଚଳର ଜି.ଭାଲୁଗୁଡା ଗ୍ରାମର ୧୬ ବର୍ଷିୟ ସବିତା ମାଠ ପଡିଆ ସେହି ଠାରେ ଶିକ୍ଷାଦାନ ଗ୍ରହଣ କରୁଥିଲେ ।
ତେବେ ବିଦ୍ୟାଳୟ ପରିସରରେ ଥିବା ଏକ ହାଈମାକ୍ସ ଲାଇଟ ଖୁଣ୍ଠରେ ଲାଗି ଯିବା ଫଳରେ ବିଦ୍ୟୁତ୍ ଆଘାତରେ ମୃତ ହୋଇଥିବା ନେଇ ଶୁଣିବାକୁ ମିଳୁଛି । ତେବେ ଘଟଣା ଘଟିବା ପରେ ସବିତା କୁ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଯୋଗେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିବାର ନେଇ ସୂଚନା ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ । ଏ ନେଇ ପରିବାରବର୍ଗଙ୍କୁ ଖବର ଦିଆଯିବା ପରେ ପରିବାର ସଦସ୍ୟ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାକୁ ପରିବାର ସଦସ୍ୟ ଗଲା ବେଳ କୁ ଛାତ୍ରୀର ମୃତ୍ୟୁ ଘଟିଥିଲା ବୋଲି କହିଥିଲେ ମୃତ ସବିତା ମା ଓ ପରିବର ସଦସ୍ୟ ।
ଉକ୍ତ ବିଷୟକୁ ନେଇ ବିଦ୍ୟାଳୟର ଶିକ୍ଷୟତ୍ରୀ ବୈପାରିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ଦେଇଥିବାର ଜଣାପଡିଛି । ତେବେ ଏବେ ଚର୍ଚ୍ଚ ଚାଲିଥିବାର ଶୁଣିବାକୁ ମିଳୁଛି ଯେ କତୃପକ୍ଷଙ୍କ ଅବହେଳା ପାଇଁ ଛାତ୍ରୀଙ୍କ ଜୀବନ ଗଲା କି ? ବିଦ୍ୟାଳୟ ପରିସର ଭିତରେ ହାଈମାକ୍ସ ଲାଇଟ ଲଗାଯାଇଥିବା ନେଇ କାହିଁକି ବାରମ୍ବାର ଛାତ୍ରୀ ମାନଙ୍କୁ ସଚେତନତା କରାଯାଇ ପାରିଲା ନାହିଁ କି ? ସବିତାର ମୃତ୍ୟୁ ଖବର ଦିଗାପୁର ଓ ବୈପାରିଗୁଡା ଅଂଚଳରେ ପ୍ରଚାରିତ ହେବା ପରେ ଦୁଇ ଟି ଯାକ ବ୍ଲକରେ ଶୋକର ଛାୟୀ ଖେଳି ଯାଇଛି । ପରିବାର ବର୍ଗ ଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନେଇ ସାଧାରଣରେ ମତ ପ୍ରକାଶ ପାଇଛି ।

No Result
View All Result