No Result
View All Result
ବୈପାରିଗୁଡା :- ବୈପାରିଗୁଡା ପଂଚାୟତ ସମିତି ପରିସର ଠାରେ ସୋମବାର ଦିନ କୋରାପୁଟ ଜିଲ୍ଲାପାଳ ଙ୍କ ଦ୍ୱାରା ଏକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲାପାଳ ମହମ୍ମଦ୍ ଅବଦ୍ଦଲ ଅଖତାର ଙ୍କ ଉପସ୍ଥିତ ରହି ୯୪ ଟି ମୌଳିକ ସମସ୍ୟା ସହିତ ବିଭିନ୍ନ ବିଭିନ୍ନ ପ୍ରକାର ଅଭିଯୋଗ ଆସିଥିବା ବେଳେ ସେଗୁଡିକ କୁ ଜିଲ୍ଲାପାଳ ଶୁଣିଥିଲେ । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ମଧ୍ୟରେ ବ୍ୟକ୍ତଗତ ଓ ସାମୂହିକ ଭାବେ ୯୪ ଟି ଅଭିଯୋଗ ଗୁଡିକ ମଧ୍ୟରୁ ସେଗୁଡିକ କିପରି ଭାବେ ସମାଧାନ ହୋଇ ପାରିବ ସେ ନେଇ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ସମାଧାନର ପନ୍ଥା ବାହାର କରିବା ପାଇଁ ନିଦେର୍ଶ ଦେଇଥିଲେ ।
ବ୍ଲକ ପରିସର ଭିତରେ ଥିବା ସଭାଗୃହ ଠାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ବୈଠକରେ ଜିଲ୍ଲାପାଳ ମହମ୍ମଦ୍ ଅବଦ୍ଦଲ ଅଖତାର ଙ୍କ ସହିତ ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଠପାଲି, ଜୟପୁର ଉପଜିଲ୍ଳାପାଳ, ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥି, ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ଅତିରିକ୍ତ ତହସିଲଦାର ସଞ୍ଜୀବ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ବ୍ଲକ ଉପାଧ୍ୟକ୍ଷ ପୂର୍ଣ୍ଣମା ବାରିକଙ୍କ ସହିତ ଜିଲ୍ଲା ଓ ବ୍ଲକ ସ୍ତରୀୟ ସମସ୍ତ ବିଭାଗ ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ବାରଟା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୨ ଟା ପରେ ଶେଷ ହୋଇଥିବାର ଦେଖିବାକୁ ମିଳିଛି ।
ତେବେ ଏହି ଅଭିଯୋଗ ଶୁଣାଣି ଶିବିରରେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ରାସ୍ତା, ବିଦ୍ୟୁତ୍ ସହିତ ବିଭିନ୍ନ ପ୍ରକାର ମୌଳିକ ସମସ୍ୟା ଗୁଡିକ ଆସିଥିବାର ଜଣାପଡିଛି । ବ୍ଲକ ଉପାଧ୍ୟକ୍ଷ ପୂର୍ଣ୍ଣମା ବାରିକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଯେ ବୈପାରିଗୁଡା ଗ୍ରାମର ସହିଦ ଲକ୍ଷ୍ମଣ ନାୟକ ପାଠାଗାର ପାଖରେ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ନେଇ ସ୍ଥିର କରାଯାଇଥିବା ବେଳେ କାହିଁକି ସେହି ସ୍ଥାନରେ ନ କରି ବୈପାରିଗୁଡା ଠାରୁ ଅଳ୍ପ ଦୂର ଅନ୍ୟ ଏକ ସ୍ଥାନରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଉଛି ବୋଲି ପ୍ରଶ୍ନ ଉଠାଇଥିଲେ ।
ସେହି ପରି ଭାବେ ବୈପାରିଗୁଡା ମୁଖ୍ୟରାସ୍ତାରେ ଥିବା ପୂରାତନ ବିଦ୍ୟାଳୟ ନିର୍ମାଣ ପାଇଁ ଟଙ୍କା ଆସିଥିଲେ ମଧ୍ୟ ୨ ବର୍ଷ ହେବ ତାହା ନିର୍ମାଣ ନ ହେବା ପଛ ର ରହସ୍ୟ କଣ ବୋଲି ବୈପାରିଗୁଡା ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଶାନ୍ତି ଶୃଙ୍ଗଳା ପାଇଁ ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


No Result
View All Result