No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ଗୁରୁବାର) ବୈପାରିଗୁଡା :- ବୈପାରିଗୁଡା ବ୍ଲକ ଓ ଲମତାପୁଟ ବ୍ଳକ ର ଜମି ର ସୀମା ଗୋଟିଏ ପାଖରେ ଲାଗି ରହିଥିବା ବେଳେ କମ୍ ଦୂର ଭିତରେ ଗାଁ କୁ ଗାଁ ମଧ୍ୟ ଲାଗିଛି । ପ୍ରାୟ ୧ ବର୍ଷ ତଳେ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ , ଅତିରିକ୍ତ ତହସିଲଦାର ସଞ୍ଜୀବ କୁମାର ସାହୁ ଓ ବୈପାରିଗୁଡା ଥାନାର ପୋଲିସ କର୍ମଚାରୀ ଓ ଲମତାପୁଟ ତହସିଲଦାର ଙ୍କ ଉପସ୍ଥିତିରେ ଗ୍ରାମକୁ ଯାଇ ଦୁଇ ପାଶ୍ୱର୍ର ଗ୍ରାମବାସୀ ମାନଙ୍କୁ ଡକାଯାଇ ଆରଆଇ ଓମିନ୍ ମାନଙ୍କ ସହାୟତାରେ ଜମି ସୀମା ନିର୍ଦ୍ଧାରଣ କରାଯାଇଥିଲା । ମାତ୍ର ଏବେ ସେହି ପଟ ର କିଛି ଲୋକ ମାନେ ବାରମ୍ବାର ଏପଟେ ପଶି ଗାଈଗୋରୁ ମାନଙ୍କୁ ଛାଡି ଦେବା ଫଳରେ ଆମ ଫସଲ,ଧାନ ଗଛ ଗୁଡିକ ନଷ୍ଟ ହେଉଛି ।
ଏହାର ପୁଣି ଥରେ ସମାଧାନର ବାଟ କାଢାଯାଉ ବୋଲି କହିଛନ୍ତି ଗ୍ରାମବାସୀ । ଏମିତି କିଛି ଦାବି ନେଇ ଆଜି ବୈପାରିଗୁଡା ବ୍ଲକ ମହୁଲି ପଂଚାୟତର ଲେଞ୍ଜା ଗ୍ରାମର ଗ୍ରାମବାସୀ ମାନେ ବୈପାରିଗୁଡା ଆସି ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଏହି ଦାବିପତ୍ରରେ ଉଲ୍ଳେଖ କରିଛନ୍ତି ଯେ ବୈପାରିଗୁଡା ତହସିଲ ଅଧିନରେ ଏହି ସ୍ଥାନ ଥିବା ସହିତ ବର୍ଷ ବର୍ଷ ଧରି ଆମେ ଓ ଆମ ପରିବାର ସଦସ୍ୟ ମାନେ ଏହି ସ୍ଥାନରେ ଚାଷ କରୁଅଛୁ ।
ଜମି ର ସୀମା ଚିହ୍ନଟ ହେବା ପରେ ଚଳିତ ବର୍ଷ ଆମେ ଧାନ ଚାଷ ମଧ୍ୟ କରିଥିଲୁ ମାତ୍ର ଗତ ୨୪ ତାରିଖ ଦିନ ଲମତାପୁଟ ବ୍ଳକର ମାଛକୁଣ୍ଡ ଥାନା ଅନ୍ତର୍ଗତ ମୂର୍ଜା ଗ୍ରାମର ବୁନ୍ଦ୍ରା ବଡନାୟକ, ନିଳାମ୍ବାର ବଡନାୟକ, ଭଗବାନ ବଡନାୟକ, ସୁତ ବଡନାୟକ, ଗୁରୁ ପୂଜାରୀ, ଦାନୁ ପୂଜାରୀ, ଦୈତାରୀ ପୂଚାରୀ, ଚିଙ୍ଗୁଡୁ ପୂଜାରୀ, ରଘୁ ବଡନାୟକ, ରଘୁନାଥ ପୂଜାରୀ ଙ୍କ ସହ କିଛି ଲୋକ ମାନେ ଏଠାକୁ ଆସି ଜବରଦସ୍ତ ସେମାନଙ୍କର ଗାଈଗୋରୁ ଗୁଡିକକୁ ଏପଟେ ଛାଡିବା ଫଳରେ ଚାଷ ଜମିର ଧାନ ଖାଇବା ସହ ଏପଟେ ସେପଟେ ବୁଲାବୁଲି କରିବା ଫଳରେ ଧାନ ଗଛ ଗୁଡିକ ନଷ୍ଟ ହୋଇଛି । ତେଣୁ ଆପଣ ସହାୟତାରେ ସେହି ବ୍ୟକ୍ତ ମାନଙ୍କ ପ୍ରତି କାର୍ଯ୍ୟନୁଷ୍ଟାନ ଗ୍ରହଣ କରିବା ପାଇଁ ଅନୁରୋଧ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।

No Result
View All Result