No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଏଆଇସିସି ସଂପାଦକ ଶ୍ରୀ ଜି. ରୁଦ୍ର ରାଜୁଙ୍କ ସମେତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ୱର ରାଜୀବ ଭବନ ପରିସରରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପିସିସି ପକ୍ଷରୁ କଂଗ୍ର୍ରେସ ଭବନ ପରିସରରେ ଥିବା ରାଜୀବଜୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅନନ୍ତ ପ୍ରସାଦ ସେଠୀ, ଯୁଧିଷ୍ଠୀର ଜେନା, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, କିଶୋର ଜେନା, ଲୋକନାଥ ମହାରଥି, ମନୋରଞ୍ଜନ ଦାଶ, ଅମୀୟ କୁମାର ପଟ୍ଟନାୟକ, ସୁଦର୍ଶନ ଦାସ, ବିଶ୍ୱଜିତ ଦାଶ, ମାନସ ଆଚାର୍ଯ୍ୟ, ପ୍ରକାଶ ଜେନା, ନିରଞ୍ଜନ ନାୟକ, ଜ୍ୟୋତିଷ ସାହୁ, ସଂକୁନା କହଁର, ପ୍ରକାଶ ମିଶ୍ର, ରଜନୀ ମହାନ୍ତି,
ଲିଙ୍ଗରାଜ ସାହୁ, ଦୀପକ ସାହୁ, ନରୋତମ ନାୟକ, ସୁବାଷ ରାଉତ, ସୁଶାନ୍ତ ତ୍ରିପାଠୀ, କୈଳାସ ମୁଖି, ତ୍ରିଲୋଚନ ମହାନ୍ତି, ରସିକ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ତରୁଣ ମିଶ୍ର, ସତ୍ୟବ୍ରତ ନାୟକ, ଆଲୋକ ମହାନ୍ତି, କନକଲତା ମଲ୍ଲିକ, ପ୍ରଣତି ମିଶ୍ର, ମିହିର ଆଚାର୍ଯ୍ୟ, ଏମଡି ଶାହାଦୁଲ୍ଲା, ସଂଜୟ ମିଶ୍ର, ଭାସ୍କର ସେଠୀ, ଦୀପକ କୁମାର ମହାପାତ୍ର, ମନୋରଞ୍ଜନ ରାଉତରାୟ, ତାପସ ସେଠୀ, ସୁଭାଷ ପ୍ରଧାନ, ଦେବେନ୍ଦ୍ର ପ୍ରସାଦ ଦାସ, ସାଗର ପରିଡ଼ା, ତୁଷାରକାନ୍ତ ତପସ୍ୱୀ, କୁଳମଣି ସାହୁ, ଗୋକୁଳାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result