No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଶୁକ୍ରବାର ) ନୂଆଦିଲ୍ଲୀ :- ବେରିଂ ପ୍ରଣାଳୀ ଆନ୍ତର୍ଜାତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ରୁଷ ରୁଷ ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ଆର୍କଟିକ କାଉନସିଲ୍ର ଅଧ୍ୟକ୍ଷତା କରୁଥିବାବେଳେ ଏହା ଦ୍ୱାରା ଆୟୋଜନ କରାଯାଉଥିବା ବିଭିନ୍ନ ମୁଖ୍ୟ ମୁଖ୍ୟ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏହି ଉତ୍ସବ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ବିଷୟ ଭିତ୍ତିକ ଏକ କାର୍ଯ୍ୟକ୍ରମ ମଧ୍ୟ ସ୍ଥାନ ପାଇଥିଲା । ବେରିଂ ଗେମ୍ସ ଇଌକ୍ଷଗ୍ଧ;ରନ୍ୟାସନାଲ କ୍ରୀଡା ପ୍ରତିଯୋଗିତା ଏବଂ ଉକ୍ତ ଅଞ୍ଚଳରେ ଏକ ଅଭିଯାନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ତାହାସହିତ ଏହି ଉତ୍ସବରେ ଅଗଷ୍ଟ ୯ ତାରିଖରେ ବିଶ୍ୱ ମୂଳନିବାସୀ ଜନସାଧାରଣ ଆନ୍ତର୍ଜାତିକ ଦିବସ ନିମନ୍ତେ ଉତ୍ସର୍ଗୀକୃତ କାର୍ଯ୍ୟକ୍ରମମାନ ସ୍ଥାନ ପାଇଥିଲା ।
ରୋସ୍କଂଗ୍ରେସ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆର୍କଟିକ ଏବଂ ସୁଦୂର ପ୍ରାଚ୍ୟରେ ଦୀର୍ଘସ୍ଥାୟୀ ବିକାଶ ଏବଂ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହି ଉତ୍ସବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଚୁକୋତ୍କାଠାରେ ଏହି ଉତ୍ସବ ଆୟୋଜନର ମଧ୍ୟ ସ୍ୱତନ୍ତ୍ର ଗୁରୁତ୍ୱ ରହିଥିଲା । ଏଥିପ୍ରତି ଭ୍ରମଣକାରୀ କମ୍ପାନୀ ଏବଂ ଆର୍କଟିକ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଯେଉଁଭଳି ଆଗ୍ରହ ପ୍ରକାଶ ପାଇଥିଲା ତାହା ରୁଷର ଉତ୍ତରାଞ୍ଚଳରେ ବିପୁଳ ସୁଯୋଗ ଓ ସମ୍ଭାବନା ଥିବା ବିଷୟକୁ ନିଶ୍ଚିତ କରିଛି । ଏ କ୍ଷେତ୍ରରେ ଆକାଶ ପଥ ଏବଂ ପର୍ଯ୍ୟଟନ ମାର୍ଗଗୁଡିକର ବିକାଶକୁ ଧନ୍ୟବାଦ ଦେବାକୁ ହେବ,
କାରଣ ଏହାଦ୍ୱାରା ଏହି ଅଞ୍ଚଳଗୁଡିକ ଅଧିକରୁ ଅଧିକ ଗମନାଗମନଯୋଗ୍ୟ ହୋଇପାରୁଛି, ଆର୍କଟିକ ଅଞ୍ଚଳରେ ନିବେଶ ପାଇଁ ଗ୍ରହଣୀୟତା ବୃଦ୍ଧିଘଟୁଛି ଏବଂ ମୂଳନିବାସୀଙ୍କ ସମେତ ଉକ୍ତ ଅଞ୍ଚଳର ବାସିନ୍ଦାଙ୍କର ଜୀବନଧାରଣ ମାନରେ ଉନ୍ନତି ଘଟୁଛି ବୋଲି ସୁଦୂର ପ୍ରାଚ୍ୟ ଏବଂ ଆର୍କଟିକ ଅଞ୍ଚଳର ବିକାଶ ଦାୟିତ୍ୱରେ ଥିବା ରୁଷର ଉପ ପ୍ରଧାନମନ୍ତ୍ରୀ ଗାଦ୍ଝିମାଗୋମେଦ୍ ଗୁସେନୋଭ କହିଛନ୍ତି । ବେରିଂ ପ୍ରଣାଳୀ ଉତ୍ସବ ପ୍ରତ୍ୟେକଙ୍କୁ ଆର୍କଟିକ ଅଞ୍ଚଳରେ ବାସକରୁଥିବା ମୂଳନିବାସୀଙ୍କ ସମେତ ଅନ୍ୟାନ୍ୟ ଜନସାଧାରଣଙ୍କର ପାରମ୍ପରିକ ସଂସ୍କୃତି ଏବଂ ସୂଦୂର ଉତ୍ତରଭାଗର ଅନନ୍ୟ ପ୍ରକୃତି ସମ୍ପର୍କରେ ପରିଚିତ କରାଇବା ସହିତ ଏହି ପ୍ରୟାସ ପ୍ରତି ଅର୍ଥପୂର୍ଣ୍ଣ ଅବଦାନ ରଖୁଛି ।
ବେରିଂ ପ୍ରଣାଳୀର ବିଷୟ ଭିତ୍ତିକ କାର୍ଯ୍ୟକ୍ରମରେ ରୁଷର ଉତ୍ତରାଞ୍ଚଳରେ ପର୍ଯ୍ୟଟନ ଶିଳ୍ପର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା । ତାହାସହିତ ସେଠାରେ ଦୀର୍ଘସ୍ଥାୟୀ ପର୍ଯ୍ୟଟନ ଦିଗ ଏବଂ ଭିତ୍ତିଭୂମିରେ ଉନ୍ନତି ଉପରେ ମଧ୍ୟ ଅଗ୍ରାଧିକାର ଦିଆଯାଇଥିଲା । ଉଦ୍ଯାପନୀ ଅଧିବେଶନରେ ‘ଆର୍କଟିକ ଅଞ୍ଚଳରେ ପର୍ଯ୍ୟଟନ ଉନ୍ନତ ବିକାଶ’ ବିଷୟଟି ଉତ୍ସବର ମୁଖ୍ୟ ପ୍ରସଙ୍ଗ ଥିଲା । ଏଥବରେ ଚୁକୋତ୍କା ସ୍ୱୟଂଶାସିତ ଅଞ୍ଚଳର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋମାନ କୋପିନ, ପ୍ରମୁଖ ସଂଗଠନର ମୁଖ୍ୟମାନେ ଏବଂ ରୁଷର ସୁଦୂର ପ୍ରାଚ୍ୟ ଓ ଆର୍କଟିକ ଅଞ୍ଚଳ ବିକାଶ ମନ୍ତ୍ରଣାଳୟର ପ୍ରତିନିଧିମାନେ ଯୋଗଦେଇ ଘରୋଇ ପର୍ଯ୍ୟଟନ, ଆର୍କଟିକ ଅଞ୍ଚଳରେ ସ୍ୱତନ୍ତ୍ର ଶାସନ ବ୍ୟବସ୍ଥା ଏବଂ ବିମାନ ଚଳାଚଳରେ ଉନ୍ନତି ନିମନ୍ତେ ରୁଷୀୟମାନଙ୍କର ଦାବି ପୂରଣ ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିଲେ ।
ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଘଟୁଥିବାରୁ ମେରୁ ଅଞ୍ଚଳରେ ବରଫ ତରଳିବାରେ ଲାଗିଛି ଏବଂ ରଣକୌଶଳ, ଅର୍ଥନୈତିକ, ବୈଜ୍ଞାନିକ, ବୈଷୟିକ, ପରିବେଶଗତ, ପରିବହନ, ସମ୍ବଳ ଏବଂ ଅନ୍ୟାନ୍ୟ ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱ ବୃଦ୍ଧିପାଇବାରେ ଲାଗିଛି । ଆର୍କଟିକ କାଉନସିଲର ଅଧ୍ୟକ୍ଷ ଭାବରେ ରୁଷ ଉତ୍ତର ସାଗର ପଥ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶ ସୁରକ୍ଷା ସହିତ ଉକ୍ତ ଅଞ୍ଚଳରେ ଦୀର୍ଘସ୍ଥାୟୀ ବିକାଶକୁ ସୁନିଶ୍ଚିତ କରିବା ନିମନ୍ତେ ରୁଷ ପାରୁପର୍ଯ୍ୟନ୍ତ ଉଦ୍ୟମ କରୁଛି । ଏହି ଉତ୍ସବ ସେହି ସମସ୍ତ ପ୍ରୟାସସମୂହର ଅଂଶବିଶେଷ ଥିଲା ବୋଲି ଚୀନର ଭ୍ଲାଡିଭୋସ୍ତକସ୍ଥିତ କନ୍ସଲ ଜେନେରାଲ ପିଆଓ ୟାଙ୍ଗଫାନ୍ କହିଥିଲେ ।
No Result
View All Result