ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ଗୁରୁବାର ) ଖୋର୍ଦ୍ଧା-ଜଟଣୀ :– ଅନ୍ନଦାତା କୃଷକଙ୍କ ସହ ଚାଷଜମିରେ ତଳି ରୂଆଇଲେ ଅପରାଜିତା l ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି (ବୁଧବାର) ବେଗୁନିଆରେ ବିଭିନ୍ନ କାର୍ଯ୍ୟକ୍ରମରୁ ଫେରିବା ସମୟରେ ଅନ୍ନଦାତା କୃଷକ ବନ୍ଧୁ ମାନଙ୍କ ସହ ମିଶି ଚାଷୀଙ୍କ ବିଲରେ ଧାନ ତଳି ରୁଆଇଲେ ଏବଂ ଦୁଃଖ,ସୁଖ ବୁଝିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l
ଓଡ଼ିଶାର ଲଘୁଚାପଜନିତ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ର ତର୍ଜମା କରୁଥିବା ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ନଜରକୁ ଆସିଥିଲେ ଅପରଜିତା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟରରେ ବସି ଆକାଶ ମାର୍ଗ ଦେଇ ବନ୍ୟାଞ୍ଚଳ ପରିଦର୍ଶନ କରୁଥିବା ସମୟରେ ଭୁବନେଶ୍ୱର ସାଂସଦ ଅପରଜିତା ଷଡଙ୍ଗୀ ଖୋର୍ଦ୍ଧା ଜିଲ୍ଲାର କୃଷକ ଭାଇ ଭଉଣୀ ମାନଙ୍କ ସାଙ୍ଗ ରେ ମିଶି ବିଲରେ ଧାନ ରୋପଣ କରୁଥିବାର ଦେଖି ଖୁସି ଜାହିର କରିଥିବା ଜଣା ପଡିଛି ।















