ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ବୁଧବାର ) ନୟାଗଡ଼ :- ପବିତ୍ର ସ୍ୱାଧୀନତା ଦିବସ ଅବସରରେ ନୟାଗଡ଼ ରେ ଉଦଘାଟନ ହେଲା ଅତ୍ୟାଧୁନିକ କୈଳାସ ହସ୍ପିଟାଲ । ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସମ୍ମୁଖରେ ଅବସ୍ଥିତ କୈଳାସ ହସ୍ପିଟାଲ କୁ ମୁଖ୍ୟଅତିଥି ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ମ୍ୟୁନିସିପାଲଟି ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶ୍ରୀକାନ୍ତ ଖଟେଇ ଯୋଗଦେଇଥିଲେ । ଏହି ଉଦଘାଟନୀ କାର୍ଯକ୍ରମ ରେ ମ୍ୟୁନିସିପାଲଟି ର କାଉନସିଲର, ସାମ୍ବାଦିକ, ସମାଜସେବୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।
ଏହି ହସ୍ପିଟାଲ ରେ ସମସ୍ତ ଉନ୍ନତ ମାନର ଯନ୍ତ୍ରପାତି ଥିବା ବେଳେ ବହୁ ନାମିଦାମୀ ଡାକ୍ତର ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ସର୍ଜରୀ ଡାକ୍ତର ପ୍ରଫେସର ରଘୁନାଥ ମହାପାତ୍ର ଉପସ୍ଥିତ ରହି ରୋଗୀମାନଙ୍କୁ ସ୍ବତନ୍ତ୍ର ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ସମସ୍ତ ଉନ୍ନତ ଧରଣର ଅସ୍ତ୍ରୋପଚାର ସହିତ ଆବଶ୍ୟକ ସ୍ଥଳେ ଗରିବ ଶ୍ରେଣୀର ଲୋକମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ହସ୍ପିଟାଲ ରେ ମ୍ୟନେଜିଂଗ ଡାଇରେକ୍ଟର ମାନସୀ ଘଡେ଼ଇ ପ୍ରକାଶ କରିଛନ୍ତି । ଏହି ଉଦଘାଟନୀ କାର୍ଯକ୍ରମ କୈଳାସ ହସ୍ପିଟାଲ ର ଚେୟାରମ୍ୟାନ ରୂପାଲି ଗୁରୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା ।














