No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ସୋମବାର ) ପାରଳାଖେମୁଣ୍ଡି :- ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜି.ଚନ୍ଦ୍ରାରାଓମ ମୂଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ କାନ୍ଧରେ କାନ୍ଧ ମିଳାଇ ଭାଇଚାରାର ବନ୍ଧନରେ ବାନ୍ଧି ହୋଇ ଦେଶର ଏକତା ଓ ଅଖଣ୍ଡତା କୁ ବଜାୟ ରଖିବା ସହିତ ଦେଶର ପ୍ରଗତି ପାଇଁ କାମ କରିବାକୁ ଆହ୍ବାନ ଦେଇଥିଲେ ।
ରାଜ୍ୟ ସ୍ତରରେ ବ୍ରୋଞ୍ଜ ମେଡାଲ୍ ପାଇଥିବା ଖେଳାଳୀ ଅନୁମାତାଙ୍ଗିନି ଗୁରୁ ଖେଳାଳୀ ମାନଙ୍କ ପ୍ରତି ଅବହେଳା ଓ ଆବଶ୍ୟକ ପ୍ରୋତ୍ସାହନ ଅଭାବରୁ ଜିଲ୍ଲାରେ ଅଧିକ ପ୍ରତିଭାବାନ ଖେଳାଳୀ ତିଆରି ସୋଇପାରୁନଥିବା ନେଇ ଦୁଃଖ ପ୍ରକାଶ କରିଥିଲେ । ଦଳର ବରିଷ୍ଠ ସାଥୀ କିଶୋର ଚନ୍ଦ୍ର ଗୁରୁ, ଲିଙ୍ଗରାଜ ପାଣିଗ୍ରାହୀ, ବାବୁଲା ରଣା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନକୁ ମନେ ପକେଇବା ସହିତ ଦେଶର ସମ୍ପ୍ରତିକ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପାଇଲା ମୂରଲୀ କ୍ରିଷ୍ଣା,ଲୋଗସ୍ ଦାସ୍ ବର୍ଦ୍ଧନ, ଶିଶିର ପାଢି, ତ୍ରିନାଥ ପଟନାୟକ,ସେଖ ମୋଜିବ,ଭରତ ସାହୁ,ଏଲିୟାଜର ମଣ୍ଡଳ, ଅଜିତ ଅଧିକାରୀ, ଚିତ୍ତରଞ୍ଜନ ନାୟକ, ବିନୋଦ ବେହେରା,ଜି.ଅନିଲ,ପୋନ୍ଦୁରୁ କୁମାର ଗଣପତି ଦାସ,ଅନିଲ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ରାମ ସାଗର ଛକ ରେ ମହିଳା ସଭାନେତ୍ରୀ ଶୈଳବାଳା ପଣ୍ଡା ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନ କରିଥିଲେ ।

No Result
View All Result