No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ରବିବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନ ଓଡିଶା ସରକାରଙ୍କ ପଂଚାୟତରାଜ ବିଭାଗର ନିର୍ଦେଶକ (Director) ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ସାଧୁ,କର୍ତ୍ତବ୍ୟନିଷ୍ଠ, ନିରପେକ୍ଷତାର ମୂର୍ତ୍ତିମନ୍ତ ପ୍ରତୀକ,ସୁଦକ୍ଷ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ, ଯାହା ସତ୍ୟ ଉପରେ ଆଧାରିତ, ଯାହା ଆଇନଗତ ଭାବେ ସଠିକ ତାହା ନିଶ୍ଚୟ କାର୍ଯକାରୀ ହେବାକୁ ନେଇ ଯିଏ ଏହାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରି ନୟାଗଡ଼ ଜିଲ୍ଳାକୁ ସାମଗ୍ରିକ ଭାବେ ପରିପୃଷ୍ଟ କରି ସମଗ୍ର ଜିଲ୍ଲାବାସୀଙ୍କ ହୃଦୟରେ ଏବେବି ଆସୀନ,
ସେହି ମହାନୀୟ, ସମ୍ମାନନୀୟ ଶ୍ରୀଯୁକ୍ତ ଅରିନ୍ଦମ ଡାକୁଆ ( IAS )ଙ୍କ ସହ ଏକ ବର୍ଷାଭିଜା ପୂର୍ବାହ୍ନରେ ଆଜି ସାକ୍ଷାତ ହେଲା, ସେଇ ସ୍ନେହ, ଶ୍ରଦ୍ଧା, ଭଲ ପାଇବା, ଅହଂକାର ଶୂନ୍ୟତା ଏବେବି ବାରି ହୋଇ ପଡୁଥିଲା ଅରିନ୍ଦମ ସାରଙ୍କ ନିକଟରେ, ଏପରିକି ନୟାଗଡ଼ ଜିଲ୍ଲାର ସେବା ପାଇଁ ଜଣେ ସମର୍ପିତ ମହାନ ବ୍ୟକ୍ତିତ୍ୱଙ୍କୁ ପାଖରେ ପାଇ ନିଜକୁ ମଧ୍ୟ ଏ ଅଧମ ଧନ୍ୟ ମଣୁଛି .ଏହି ଅବସରରେ ଅରିନ୍ଦମ ସାରଙ୍କ ସର୍ବେବ ମଙ୍ଗଳ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ନୟାଗଡ଼ର ଆରାଧ୍ୟା ଦେବୀ ମା ଦକ୍ଷିଣକାଳୀଙ୍କ ନିକଟରେ କାମନା କରୁଛି .

No Result
View All Result