No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ଜୁଲାଇ ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଦମାଦୁଆ ଗ୍ରାମର ଜଣେ ନାବାଳିକା ନିଖୋଜ ନେଇ ଥାନାରେ ୧୮/୫ରେ ଅଭିଯୋଗ କରିଥିଲେ ନାବାଳିକାର ମାଆ।ତାଙ୍କ ଅଭିଯୋଗ ପରେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ନିଜ କର୍ମଚାରୀଙ୍କୁ ପଠାଇ ବହୁ ସ୍ଥାନରେ ଖୋଜାଖୋଜି କରିବା ପରେ ବିଶେଷ ସୂତ୍ରରୁ ଖବର ପାଇ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟଣାରୁ ନାବାଳିବାକୁ ଉଦ୍ଧାର କରିଛନ୍ତି। ସୂଚନା ଯୋଗ୍ୟ ଅଡବା ଥାନା ଦମାଦୁଆ ଗ୍ରାମର ନାବାଳିକା ଅପହରଣ ନେଇ ପ୍ରଥମେ ବାପା ଗତ ୬/୫ରେ ଅଭିଯୋଗ କରିଥିଲେ।
ଏହାପରେ ଅଡବା ପୁଲିସ ତନାଘନା କରି ନାବାଳିକାକୁ ଉଦ୍ଧାର କରିବା ସହ ଯୁବକକୁ ମଧ୍ଯ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଘଟଣାର କିଛି ଦିନ ଯାଇନି ପୁଣି ନାବାଳିକା ନିଖୋଜ ନେଇ ମାଆ ୧୮/୫ରେ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଝିଅର ସନ୍ଧାନ ମିଳିବା ବିଳମ୍ବ ହେବାରୁ ମୋହନା ଆଦିବାସୀ ସୁରକ୍ଷା ମଞ୍ଚର ସହଯୋଗରେ ମୋହନା ବିଜୁ କଲ୍ୟାଣ ମଣ୍ଡପ ଠାରେ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ନିକଟରେ ଅଭିଯୋଗ କରିବାର କିଛି ଦିନ ପରେ ନାବାଳିକାକୁ ପୁଲିସ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଉଦ୍ଧାର କରିଛି।
ତାର ଡାକ୍ତରୀ ମଇନା କରାଯିବା ପରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟଳୟକୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପାତ୍ର କହିଛନ୍ତି। ନାବାଳିକାକୁ ଉଦ୍ଧାର କରିବା ପାଇଁ ଅଡବା ଥାନା ଏସଆଇ ଜୟକୃଷ୍ଣ ପାଣିଗ୍ରାହୀ, ଏସଆଇ, ଭାଗ୍ୟଲତା ଦାଶ, ଚାଇଲ୍ଡ ଲାଇନର କର୍ମଚାରୀ ଅନିତା ନାୟକ, ନାବାଳିକାର ବାପା ଆନ୍ଧ୍ରପ୍ରଦେଶ ଗ୍ରସ୍ତ କରିଥିଲେ।

No Result
View All Result