No Result
View All Result
ଓଡ଼ଗାଁ, ଦଶପଲ୍ଲା ଏବଂ ରଣପୁର ବ୍ଲକର ୨୫ ଜଣ କୃଷିମିତ୍ର ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି ଦ୍ୱାରା ପାରମ୍ପରିକ ଦୀର୍ଘ ସ୍ଥାୟୀ କୃଷି ଦ୍ୱାରା ତାଲିମ ପାଇଥିଲେ ।
କୃଷି କାର୍ଯ୍ୟ ସମ୍ପର୍କିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା : ପରୀକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ବଣ୍ଟନ
ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ବୁଧବାର) ନୟାଗଡ଼ :- ପାରମ୍ପରିକ ଦୀର୍ଘସ୍ଥାୟୀ କୃଷି କାର୍ଯ୍ୟ ସମ୍ପର୍କିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଛି । ନୟାଗଡ଼ ଜିଲ୍ଲାପରିଷଦଙ୍କ ସଭାଗୃହରେ ଜିଲ୍ଲାପାଳ ପୋମା ଟୁଡୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଜୀବିକା ମିଶନ କାର୍ୟ୍ୟକ୍ରମରେ କାର୍ୟ୍ୟରତ ନୟାଗଡ଼ ଜିଲ୍ଲାର ନୂଆଗାଁ,
ଓଡ଼ଗାଁ, ଦଶପଲ୍ଲା ଏବଂ ରଣପୁର ବ୍ଲକର ୨୫ ଜଣ କୃଷିମିତ୍ର ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି ଦ୍ୱାରା ପାରମ୍ପରିକ ଦୀର୍ଘ ସ୍ଥାୟୀ କୃଷି ଦ୍ୱାରା ତାଲିମ ପାଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପୋମା ଟୁଡୁଙ୍କ ସମେତ ଡିପିଏମ, ଓଏଲଏମ, ବିପିଏମ, ଜିଲ୍ଲା ପରିଷଦ, ସିଡିଏଓ, ପିଡ଼ି, କେବିକେ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ନିତ୍ୟାନନ୍ଦ ପ୍ରଧାନ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ ।

No Result
View All Result