ଏହି ଅଗଣତାନ୍ତ୍ରିକ ସରକାରୀ ଗୁଣ୍ଡାରାଜକୁ ପ୍ରତିବାଦ କରି ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ନିତା ଡି ସୌଜାଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ ଆଜି ଅପରାହ୍ନରେ ମାଷ୍ଟରକ୍ୟାଂଟିନ ଛକଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର କୁଶପୁତଳିକା ଦାହ କରାଯିବା ସହିତ ବହୁ ନାରିନେତ୍ରୀ ନାରାବାଜି କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ ମହିଳା କଂଗ୍ରେସ ସଂପାଦିକା ଶ୍ରୀମତୀ ସସ୍ମିତା ବେହେରା, ସ୍ୱାଧୀନବାଳା ଦାସ, ଅର୍ଚ୍ଚନା ନନ୍ଦି, କୁସୁମ ପ୍ରଧାନ, କନକଲତା ମଲ୍ଲିକ, ନିରୁପମା ପାତ୍ର, ଶ୍ରୀୟାସ୍ମିତା ପଣ୍ଡା, ଦିପ୍ତିରାଣୀ ପ୍ରଧାନ, ଲଳିତା ସାହୁ, ଜୟଶ୍ରୀ ପାତ୍ର, ଅଳକାରାଣୀ ମହାପାତ୍ର, ବିଦ୍ୟୁତପ୍ରଭା ଆଚାର୍ଯ୍ୟ, ରଞ୍ଜିତା ଯୋଶୀ, ତପସ୍ୱିନୀ ବିଶ୍ୱାଳ, ମାମିନା ପ୍ରଧାନ, ପଦ୍ମିନୀ ନାୟକ, ସମସିଦା ତୟାବ ପ୍ରମୁଖ ବହୁ ମହିଳା ନେତ୍ରୀ ଅଂଶଗ୍ରହଣ କରିଥିଲେ ।
© 2023 Odisha Taza News.