ସକାଳ ୯.୧୫ ମି ସମୟରେ ଲାଲ ବାହାଦୁର ଷ୍ଟାଡିୟମ୍ ଠାରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ଓ ଜାତି ଉଦ୍ଦେଶ୍ୟରେ ଉଦବୋଧନ କରାଯିବ । ଚଳିତବର୍ଷ ମଧ୍ୟ କୋଭିଡ ନିୟମ ମାନି କେବଳ ସୁରକ୍ଷା ବାହିନୀ ବ୍ୟତୀତ କୌଣସି ବିଦ୍ୟାଳୟ/ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ପ୍ୟାରେଡ ରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯାଇନାହିଁ । ଡି ଇ ଓ,କଳାହାଣ୍ଡି ଙ୍କ ଦ୍ଵାରା ବିଦ୍ୟାଳୟ ଛାତ୍ର ଛାତ୍ରୀ ଏବଂ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଦ୍ଵାରା ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବକ୍ତୃତା ଓ କୁଇଯ ପ୍ରତିଯୋଗିତା ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେବ। ଦାତା ଅନୁଷ୍ଠାନ ଦ୍ଵାରା ସଦର ଡାକ୍ତରଖାନା ର ଶିଶୁ ୱାର୍ଡ ,ଜେନେରାଲ ୱାର୍ଡ,ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟ,ଶିଶୁ ଭାରତୀ ଅନାଥଶ୍ରମ ,କାରାଗାରରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯିବ।
ସେଭଳି ବିଭିନ୍ନ ସଂଘ ,ଅନୁଷ୍ଠାନ ଓ ବ୍ୟକ୍ତିବଶେଷଙ୍କଦ୍ଵାରା ୧୦ ମ ବୋର୍ଡ଼ ଓ ୧୦+୨ ବୋର୍ଡ ବି ଏସ୍ ଇ,ସି ବି ଏସ୍ ଇ ଓ ଆଇ ସି ଏସ୍ ଇ ,ସି ଏଚ ଏ ଇ ମାଧ୍ୟମରେ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ର/ ଛାତ୍ରୀଙ୍କୁ ପୁରସ୍କୃତ କରାଯିବ।ଏହି ଅବସରରେ ବାଲୁଙ୍କେଶ୍ୱର ମନ୍ଦିର ଟ୍ରଷ୍ଟ ଦ୍ଵାରା ରକ୍ତ ଦାନ ଶିବିର ର ଆୟୋଜନ କରାଯିବ । ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ବାରିକାଡ଼ିଂ,ଟେଣ୍ଟ ,ସଫେଇ ,ପାନୀୟ ଜଳ,ପ୍ରାଥମିକ ଚିକିତ୍ସା ,ଶାନ୍ତି ଶୃଙ୍ଖଳା,ପତାକା ମଞ୍ଚର ସୌନ୍ଦର୍ଯ୍ୟକରଣ ,ପ୍ରତିମୂର୍ତ୍ତି ସ୍ଥଳ ରଙ୍ଗ ଓ ସଫେଇ ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା।
ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ ଶ୍ରୀ ସୁଶାନ୍ତ ପଟେଲ,ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ,ଦିବସ ପାଳନ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ,ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ,ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା,ସହରର ବିଶିଷ୍ଟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।© 2023 Odisha Taza News.