ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁଲାଇ ମଙ୍ଗଳବାର/ମାଲକାନଗିରି :- ମାଲକାନଗିରି ଜିଲ୍ଲା ଏମ୍ ଭି -୪ ଗ୍ରାମରେ ସାନ୍ତାଳ ସମାଜ ବିକାଶ ପରିଷଦ ତରଫରୁ ମହାମହିମା ରାଷ୍ଟ୍ରପତି ଶ୍ରୀମତି ଦ୍ରୈ।ପଦୀ ମୁର୍ମୁଙ୍କ ବିଜୟ ଏବଂ ଶପଥ ଗ୍ରହଣ ପରେ ତାଙ୍କ ଉଦ୍ଧେଶ୍ୟରେ ଏକ ସ୍ବାଗତ ଅଭିନନ୍ଦନ ସଭା ଆୟୋଜିତ ହୋଇଥିଲା । ଏହି ଆୟୋଜିତ ଉତ୍ସବ ସଭାରେ ମୃଖ୍ୟ ଅତୀଥି ଭାବେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ,ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଯୋଗଦାନ କରିଥିଲେ ।
ଏହି ଅବସରରେ ସାନ୍ତାଳ ସମାଜ ବିକାଶ ପରିଷଦ ସଭାପତି ବାବୁଲି ମୁର୍ମୁ , ସଂପାଦକ ଷ୍ଟେପିନ ହେମ୍ବ୍ରମ୍, ଉପଦେଷ୍ଟା ଲାବନ ସୋରେନ୍, କୋଷାଧ୍ୟକ୍ଷ ଜି. ସୋରେନ୍, ଗ୍ରାମ ମୃଖ୍ୟା ସୁନିଲ ମଣ୍ଡି ଓ ଏମ୍ ଭି- ୪ ଗ୍ରାମର ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ଶ୍ରୀମତି ଦ୍ରୈ।ପଦୀ ମୁର୍ମୁ ଜଣେ ସାନ୍ତାଳ ଝିଅ ହୋଇଥିବା ବେଳେ ସେ ଆଜି ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ସମଗ୍ର ସାନ୍ତାଳ ସମାଜରେ ଖୁସିର ଲହରୀ ଖେଳିଯାଇଛି ।














