No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୮ ଜୁଲାଇ ସୋମବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚ ପାରଳାଖେମୁଣ୍ଡି ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇ ଥିଲା । ବରିଷ୍ଠ ନାଗରିକ ମାନଙ୍କୁ ବ୍ୟାଙ୍କର ସୁବିଧା, ସ୍ୱାସ୍ଥ୍ୟ ସେବା ସୁବିଧା, ଇଲେକ୍ଟ୍ରି ବିଲ ପଇଠ ବେଳେ ସୁବିଧା, ଦେବା ସକାଶେ ଆଲୋଚନା ହୋଇଛି ।
ରେଳବାଇ ପକ୍ଷରୁ ମଞ୍ଚକୁ ଜଣାଇ ଦିଆଯାଇଛି ଯେ ପାରଳାଖେମୁଣ୍ଡି ଷ୍ଟେସନର ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବୈଠକରେ ସୁବାଷ ଚନ୍ଦ୍ର ବେହେରା ବରିଷ୍ଠ ନାଗରିକ ମାନଙ୍କ ପରିବାରରେ ସମ୍ମୁଖୀନ ହେଉଥିବା ହଇରାଣଓ ହରକତ କୁ ଆଇନ ଅନୁଯାୟୀ କିପରି ସମାଧାନ କରାଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ସଭ୍ୟ ମାନେ ବିଭିନ୍ନ ଅସୁବିଧା ବିଷୟ ଉଠାଇ ଥିଲେ ଓ ସମାଧାନ କରିବାକୁ ଚେଷ୍ଟା କରାଯାଇ ଥିଲା ।
ସହ ସମ୍ପାଦକ ମହାପାତ୍ର,ମଞ୍ଚର ବିବରଣୀ ଓ କୋଷାଧ୍ୟକ୍ଷ ଆର୍ଥିକ ବିବରଣୀ ପାଠ କରିଥିଲେ । ଶେଷରେ ଉପ ସଭାପତି ଶ୍ରୀ ରାମ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲବ ଜେନା,ସୁବାଷ ରାଉତ,ଗଣପତି ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତ ନାଗରିକ ଙ୍କୁ ମାସ୍କ ପିନ୍ଧି ବା ପାଇଁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ । ଗଜପତିରୁ ବିବେକାନନ୍ଦ ବେହେରା

No Result
View All Result