ସେହିପରି ସଙ୍ଗୀତ ପ୍ରତିଯୋଗୀତାରେ ରୁଦ୍ରାଶିଂ ଆଚାର୍ଯ୍ୟ ପ୍ରଥମ,ଦିପ୍ତୀମୟୀ ନାୟକ ଦ୍ୱିତୀୟ ଏବଂ ସ୍ୱୟଂ ଶ୍ରୀୟା,ପାୟଲ ପ୍ରିୟଦର୍ଶିନୀ ଯୁଗ୍ମଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚିତ୍ରାଙ୍କନ ପ୍ରତିଯୋଗୀତାରେ ଆକୃତି ଦାଶ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଶ୍ରେୟାଶ୍ରୀ ମିଶ୍ର ଦ୍ୱିତୀୟ ଏବଂ ଓମ ପ୍ରକାଶ ମହାନ୍ତି ମହୋଶ ପ୍ରସାଦ ଜେନା ଯୁଗ୍ମଭାବେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଏହି ସମସ୍ତ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପ୍ରତିଷ୍ଠା ଦିବସରେ ପୁରସ୍କୃତ କରାଯିବ ।
ବକ୍ତୃତା ପ୍ରତିଯୋଗୀତାରେ ବିଚାରକ ଭାବେ ଜିଲ୍ଲା ସାମ୍ବାଦିକ ରିତେନ୍ଦ୍ର ଛାଟୋଇ, ଲୋକନାଥ ମିଶ୍ର, ପୁରୁଷୋତ୍ତମ ମହାପାତ୍ର ଯୋଗଦାନ କରିଥିବା ବେଳେ ସଙ୍ଗୀତରେ ବିଚାରକ ଭାବେ ନବକିଶୋର ମିଶ୍ର,କୃଷ୍ଣମୋହନ ପଟ୍ଟନାୟକ ,ବ୍ରଜବନ୍ଧୁ ପରିଡ଼ା ଏବଂ ଚିତ୍ରାଙ୍କନରେ ପ୍ରଶାନ୍ତ କୁମାର ସାମନ୍ତରାୟ ଏବଂ ସରୋଜ ପଟ୍ଟନାୟକ ପ୍ରମୁଖ ବିଚାରକ ଭାବେ ଯୋଗଦାନ କରିଥିଲେ । ଅନୁଷ୍ଠାନର ସଭାପତି ଭାଗିରଥି ଦାସ,ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ, ସକ୍ରିୟ ସଦସ୍ୟ ତଥା ସାମ୍ବାଦିକ ରାମକୃଷ୍ଣ ରଥ ଏବଂ ଲକ୍ଷ୍ମୀଧର ସାହୁ ପ୍ରମୁଖ ଏହି ପ୍ରତିଯୋଗୀତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
© 2023 Odisha Taza News.