No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୪,ଜୁଲାଇ,ଗୁରୁବାର/ରଣପୁର :- ରାଜସୁନାଖଳା ଫାଣ୍ଡି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ : ୬ ବାଇକ୍ ଜବତ – ୨ ଗିରଫ, ନୟାଗଡ଼ ଜିଲ୍ଲା ରାଜସୁନାଖଳା ରେ ଦିନକୁ ଦିନ ବାଇକ୍ ଚୋରା ଚାଲାଣ ରାକେଟ୍ ସକ୍ରିୟ ଥିବା ବେଳେ ରାଜସୁନାଖଳା ଫାଣ୍ଡି ପୋଲିସକୁ ମିଳିଛି ବଡ଼ ସଫଳତା । ସକାଳ ସମୟରେ ବିନୋଦପଡା ଛକ ନିକଟରେ ରାଜସୁନାଖଳା ଫାଣ୍ଡି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ଟିଭିଏସ୍ ଆପାଚି ବାଇକରେ ଆସୁଥିବା ଦୁଇଜଣ
ଯୁବକଙ୍କର କାଗଜପତ୍ର ଯାଞ୍ଚ ସମୟରେ ଗାଡ଼ିର ଚେଚିସ ଓ ଇଞ୍ଜିନ ନମ୍ବର ମ୍ୟାଚ୍ ନହେବାରୁ ପୋଲିସ ଦୁଇଜଣ ଲୁଟେରାଙ୍କୁ ଅଟକ ରଖିବା ସହ ସେମାନେ ପୂର୍ବରୁ ଚୋରୀ କରିଥିବା ଅନ୍ୟ ପାଞ୍ଚଟି ବାଇକ୍ ମଧ୍ୟ ଜବତ କରିଛି । ଲୁଟେରା ମାନେ ହେଲେ କୁଳାସର ଗାଁର ତାପସ ରଞ୍ଜନ ଦାଶ ଓ ବେଗୁନିଆ ଥାନା ରାସଳୋ ଗାଁର ଅର୍ଜୁନ ବେହେରକ୍ଷ କ୍ଷ ତେବେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

No Result
View All Result