ଓଡ଼ିଶା ତାଜା ନ୍ୟୁଜ୍/୧୩,ଜୁଲାଇ ,ବୁଧ ବାର/ଭୁବନେଶ୍ୱର :- ଆଷାଢ଼ ଶୁକ୍ଳ ବଡ଼ ଏକାଦଶୀ ଦିନ ରଥ ଉପରେ ଅନୁଷ୍ଠିତ ହୁଏ ଦାରୁଦିଅଁଙ୍କ ସୁନାବେଶ । ଏହାକୁ ବଡ଼ ବଢା଼ଉ ବେଶ ବି କୁହାଯାଏ । ଶ୍ରୀମନ୍ଦିରରେ ସମ୍ପାଦିତ ୪ଥର ସୁନାବେଶର ନିର୍ଦ୍ଦିଷ୍ଟ ତଥ୍ୟ ସମ୍ପର୍କରେ ଇତିହାସ ନୀରବ । ଅପରପକ୍ଷେ ଇତିହାସ କୁହେ, ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ କରିବା ପରେ ସେଠାରୁ ଅଜସ୍ର ଧନ ରତ୍ନ, ହୀରା, ନୀଳା ଆଦି ହାତୀ ପିଠିରେ ଲଦି ଆମ ରାଜ୍ୟକୁ ଫେରିଥିଲେ । ପ୍ରାଚୀନ ପରମ୍ପରା ଅନୁଯାୟୀ ଯୁଦ୍ଧରେ ବିଜିତ ଧନରତ୍ନ ରାଜଧିରାଜ ଦାରୁଦିଅଁଙ୍କ ପାଖକୁ ହିଁ ଆସିଥାଏ ।
ଏଣୁ କପିଳେନ୍ଦ୍ର ଦେବ ଏସବୁ ଦ୍ରବ୍ୟ ଶ୍ରୀମନ୍ଦିରରେ ପହଞ୍ଚାଇବା ଲାଗି ଆଦେଶ ଦେଇଥିଲେ । ତେବେ ନିଜେ ଗଜପତି ଏକ ପଟୁଆରରେ ଆସି ଏସବୁ ଧନରତ୍ନ ଶ୍ରୀମନ୍ଦିର ଭଣ୍ଡାରକୁ ହସ୍ତାନ୍ତର କରିଥିଲେ । କପିଳେନ୍ଦ୍ର ଦେବ (୧୪୩୫-୧୪୬୬) ଜଗନ୍ନାଥଙ୍କୁ ଜାତୀୟ ଦେବତା ରୂପେ ପ୍ରଚାରିତ କରି ନିଜକୁ ତାଙ୍କର ସେବକ ଭାବେ ସ୍ୱୀକାର କରିଥିଲେ । ଏପରିକି ଅନଙ୍ଗଭୀନ ଦେବ ଓ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କୁ ଓ
ଡ଼ିଶାର ରାଜା ରୂପେ ମାନ୍ୟତା ପ୍ରଦାନ ପୂର୍ବକ ଉଭୟ ଦୁଇବର୍ଷ ଧରି ଅଭିଷେକ ହୋଇନଥିଲେ । କେତେକ ଗବେଷକଙ୍କ ମତରେ ରଥ ଉପରେ ଠାକୁରମାନଙ୍କ ଏହି ବେଶର ନାମ ବଡ଼ ବଢା଼ଉ ବେଶ । ବଡ଼ତଢାଉ ବେଶ ମତରେ କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନାଅଳଙ୍କାର ଆଣିଥିଲେ ı ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ୱାରସ୍ଥିତ ଶିଳାଲେଖରେ ସୂଚନା ରହିଛି । ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ ।
ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ । ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ । ତେଣୁ ଅନୁମାନ କରାଯାଏ ଯେ, ୧୪ଶହ ଖ୍ରୀଷ୍ଟାବ୍ଦ ୪ର୍ଥ ଦଶକ ମଧ୍ୟରେ ଏହି ଅପୂର୍ବ ଘଟଣା ରୂପାୟିତ ହୋଇଥିଲା । ଆଉ ସେବେଠାରୁ ରଥ ଉପରେ ହେଉଥିବା ସୁନାବେଶ ଆମ ଅତୀତର ସାମରିକ ଗୌରବ ଗାଥା ବଖାଣୁଛି ।
© 2023 Odisha Taza News.