ଓଡ଼ିଶା ତାଜା ନ୍ୟୁଜ୍/୧୦ ଜୁଲାଇ ରବିବାର/ବୈପାରିଗୁଡା :- ଦୀର୍ଘ ଦୁଇ ବର୍ଷ ପରେ ବୈପାରିଗୁଡାର ବଡଦାଣ୍ଡ ରଥ ଉପରେ ତିନି ଠାକୁର ବଳଭନ୍ଦ୍ର, ସୁଭନ୍ଦ୍ରା, ଜଗନ୍ନାଥ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଥିବା ବେଳେ ବହୁ ସ୍ଥାନରୁ ଭକ୍ତ ମାନେ ବୈପାରିଗୁଡା ଆସି ଚତୁର୍ଦ୍ଧାମୂର୍ତିଙ୍କ ସୁନାବେଶ ଦେଖି ଶହ ଶହ ଭକ୍ତ ମାନେ ନିଜକୁ ଧନ୍ୟ ମନେ କରିଥିବାର ଦେଖାଯାଇଛି । ଆଜି ରଥ ଉପରେ ସୁନାବେଶ ଅନୁଷ୍ଟିତ ହୋଇଯାଇଛି । ରଥ ଉପରେ ସମସ୍ତ ପୂଜା, ନୀତି ଓ ଆଳତୀ କରାଯାଇଥିଲା ଚତୁର୍ଦ୍ଧାମୂର୍ତିଙ୍କୁ ।
ସନ୍ଧ୍ୟାରେ ତିନି ଠାକୁରଙ୍କୁ ସୁନା ଅଳଙ୍କାରରେ ସୁସଜ୍ଜିତ କରାଯାଇଛି । ସୁନାର ବିଭିନ୍ନ ଅଳଙ୍କାରରେ ବଳଭନ୍ଦ୍ର, ସୁଭନ୍ଦ୍ରା, ଜଗନ୍ନାଥ ଅତି ଆକର୍ଷଣୀୟ ହୋଇଉଠିଥିଲା । ଏହି ସୁନାବେଶ ଦେଖିବାକୁ ପ୍ରବଳ ଭିଡ ମଧ୍ୟ ଜମିରହିଛି । ରଥ ତଳେ ସମ୍ମୁଖରେି ଶହ ଶହ ଭକ୍ତ ହୁଳହୁଳି ଘଣ୍ଠ, ଶଙ୍ଗନାଦରେ ପରିବେଶ ଊତ୍ସବମୁଖର ହୋଇଥିଲା । ତିନି ଠାକୁରଙ୍କ ସୁନା ବେଶକୁ ଦେଖିବାର ସୁଯୋଗ ପାଇଥିଲେ ।
ଶ୍ରୀଗୁଣ୍ଠିଚା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ବୈପାରିଗୁଡା ବଡଦଣ୍ଡାରେ ଦଣ୍ଡାୟମାନ ଥିବା ଚତୁର୍ଦ୍ଧାମୂର୍ତିଙ୍କୁ ଆକର୍ଷଣୀୟ ସୁନାବେଶ ଅନୁଷ୍ଟିତ ହୋଇଥିବା ବେଳେ ଶହ ଶହ ଭକ୍ତଙ୍କ ସମ୍ମୁଖରେ ଦର୍ଶନ ଦେଇଛନ୍ତି ତିନି ଠାକୁର । ତେବେ ଡିଏସପି ବିରଂଚି ନାରାୟଣ ଜଗତ ଓ ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ଶୃଙ୍ଗଳିତ ଦର୍ଶନ କରିବାକୁ ବ୍ୟବସ୍ଥା କରିଛନ୍ତି ।














