ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/ନୟାଗଡ଼ :- ନୂଆଗାଁ ବ୍ଳକ୍ ଅନ୍ତର୍ଗତ ସ୍ଥାନୀୟ ଚାହାଳିସ୍ଥିତ ଜନଶକ୍ତି ସରକାରୀ ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ରାୟଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଅଜିର ଏହି ବର୍ଣ୍ଣାଢ୍ୟ ଉତ୍ସବରେ ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୁ, ନୟାଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସ୍ୱାଇଁ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିବା ବେଳେ ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ଶ୍ରୀଯୁକ୍ତ ତ୍ରିନାଥ ମହାପାତ୍ର ସଭାପତିତ୍ବ କରିଥିଲେ ।
ଅଜିର କାର୍ଯ୍ୟକ୍ରମରେ ପ୍ରଭାତଫେରୀ, ବିଦ୍ୟାଳୟ ପରିସରରେ ଏକବୃକ୍ଷରୋପଣ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ମଶାଲ ଯାତ୍ରା ସାଙ୍ଗକୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସୁବର୍ଣ୍ଣ ଜୟନ୍ତୀ ପତାକା ଉତ୍ତୋଳନ ଓ ଜୟନ୍ତୀ ମାସ୍କଟ ଉନ୍ମୋଚିତ ହୋଇଥିଲା । ବିଦ୍ୟାଳୟ ରୂପାନ୍ତରଣ ଯୋଜନାକୁ ନିଖୁଣଭାବେ ସମ୍ପାଦିତ କରି ଜିଲ୍ଳାରେ ପ୍ରଶଂସିତ ହୋଇଥିବା ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ନାୟକଙ୍କୁ ସମ୍ମାନପତ୍ର ସହ ସ୍ଵତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା । ସୁବର୍ଣ୍ଣ ଜୟନ୍ତୀ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଶତପଥୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିବା ସହ ବିଦ୍ୟାଳୟର ସମସ୍ତ ପୁର୍ବତନ ଶିକ୍ଷକ, ଉପଦେଷ୍ଟା, ସ୍ଥାନୀୟ ସମସ୍ତ ଗ୍ରାମର ପ୍ରତିନିଧି ମାନଙ୍କୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।
କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ସଫଳତା ପାଇଁ ଅହରହ ଉଦ୍ୟମ କରିଥିବା ପୁରାତନ ଛାତ୍ର ଧୃବ ଚରଣ ବରାଡ଼, ଦିଲ୍ଲୀପ ମିଶ୍ର, ଗୁଣନିଧି ଶତପଥୀ, ବିଶ୍ଵଜିତ ଆଚାର୍ଯ୍ୟ, ସନ୍ତୋଷ କୁମାର ବେହେରା, ସୁବାସ ଚନ୍ଦ୍ର ମିଶ୍ର ପ୍ରମୁଖ ସହିତ ସବୁସମୟରେ ପ୍ରେରଣା ଦେଉଥିବା ପୁର୍ବତନ ପ୍ରଧାନ ଶିକ୍ଷକ ହରିହର ମିଶ୍ର, ସୁଦର୍ଶନ ବିଶ୍ଵାଳ, ବୃନ୍ଦାବନ ମହାପାତ୍ର ଓ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣକରିଥିବା କୃଷ୍ନ ଚନ୍ଦ୍ର ଶତପଥୀଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ଆନନ୍ଦ ଚନ୍ଦ୍ର ଶତପଥୀ, ନିରଞ୍ଜନ ସ୍ଵାଇଁ, ବଂଶୀଧର ସାହୁ, ଭାରତୀ ମିଶ୍ର, ସୁରେନ୍ଦ୍ର କୁମାର ସାହୁ, ଧରିତ୍ରୀ ମିଶ୍ର, ପ୍ରଦ୍ୟୁମ୍ନ ଆଚାର୍ଯ୍ୟ, ପ୍ରଭାତୀ ମିଶ୍ର, ପ୍ରମୋଦ ବେହେରା, ସନ୍ତୋଷ ବେହେରା ଇତ୍ୟାଦି ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ବିଶେଷକରି ପୂର୍ବତନ ଶିକ୍ଷକ ହରିହର ମିଶ୍ର, ସୁଦର୍ଶନ ବିଶ୍ଵାଳ ଓ ରବିନ୍ଦ୍ର ନାଥ ମହାରଣାଙ୍କ ଆବେଗପୂର୍ଣ୍ଣ ବକ୍ତବ୍ୟ ସମସ୍ତଙ୍କୁ ବିଭୋରିତ କରିଥିଲା । କାର୍ଯ୍ୟକ୍ରମକୁ ଜ୍ଞାନ ପ୍ରକାଶ ବାରିକ ସଂଯୋଜନା କରିଥିଲେ । ଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିପିନ ବିହାରୀ ଦାଶ, ଚିନ୍ତାମଣୀ ମିଶ୍ର, ଶତ୍ରୁଘ୍ନ ପ୍ରଧାନ, ଲକ୍ଷ୍ମୀଧର ସାହୁ, ବିରଞ୍ଚି ନାରାୟଣ ବେହେରା, ସତ୍ୟନାରାୟଣ ସାହୁ, କବିତା ବେହେରା, ଇତୁସ୍ମିତା ବିଧାର, ନିହାରିକା ସାହୁ, ପ୍ରଭାତ ସେଠୀ, ଗୋକୁଳ ଷଡଙ୍ଗୀ, ମଞ୍ଜୁଳା ଜାନି ପୂର୍ଣ୍ଣ ସହଯୋଗ କରିଥିଲେ । ଆସନ୍ତା ନଭେମ୍ବର ଶେଷ ସପ୍ତାହରେ ୩ ଦିନବ୍ୟାପି ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହର ଚୂଡାନ୍ତ ପର୍ଯ୍ୟାୟ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।
© 2023 Odisha Taza News.