• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ରଥଯାତ୍ରା ଆୟୋଜନ

Proprietor Abhimanyu Maharana by Proprietor Abhimanyu Maharana
July 8, 2022
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ରଥଯାତ୍ରା ଆୟୋଜନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/ମାଞ୍ଚେଷ୍ଟର :- ଇଂଲଣ୍ଡର ତୃତୀୟ ବୃହତ୍ତମ ମହାନଗର ମାଞ୍ଚେଷ୍ଟରଠାରେ ଦ୍ଵିତୀୟ ରଥଯାତ୍ରା ଉତ୍ସବ ଖୁବ ଯାକଜକମ ଓ ଜୋରଦାର ଢଙ୍ଗରେ ପାଳନ କରାଯାଇଛି। ଏହି ଉପଲକ୍ଷେ ସକାଳୁ ଚାରି ଦିଅଁ ବିରାଜମାନ କରୁଥିବା ଗୀତାଭବନ ଠାରେ ମୁଖ୍ୟ ପୂଜାରୀ ପଣ୍ଡିତ ଶ୍ୟାମ ସୁନ୍ଦର ଶର୍ମାଙ୍କର ତତ୍ତ୍ଵାବଧାନରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ଯଥାବିଧି ରୀତିନୀତି ସମ୍ପନ୍ନ କରାଯାଇଥିଲା।

ରଥଯାତ୍ରା ଦୃଷ୍ଟିରୁ ଗୀତା ଭବନକୁ ବେଶ୍ ଚିତ୍ତାକର୍ଷକ ଭାବରେ ସଜାଯାଇଥିବା ଦେଖାଯାଇଥିଲା। ଘୋଷଯାତ୍ରାରେ ସାମିଲ ହେବା ପାଇଁ ଉପସ୍ଥିତ ପ୍ରାୟ ୫୦୦ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଅନନ୍ୟ ଉଦ୍ଦୀପନାର ସ୍ପଷ୍ଟ ସୂଚନା ମିଳିଥିଲା। ଦିନ ୧୨.୪୫ ମିନିଟରେ ଚାରି ଠାକୁରଙ୍କର ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା।

ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ବନି ସହ ଭଜନ କୀର୍ତ୍ତନର ମୃଦ୍ୟୁମନ୍ଦ ନାଦ ମଧ୍ୟରେ ଶ୍ରଦ୍ଧାଳୁ ମାନେ ହାତରେ ନଚାଇ ନଚାଇ ଦିଅଁ ମାନଙ୍କୁ ରଥ ଉପରକୁ ନେଇଥିଲେ। ବିଶେଷ କରି ଏଠାରେ ମହିଳା ମାନେ ରୋଷଣୀ କରି ମାଆ ସୁଭଦ୍ରାଙ୍କର ପହଣ୍ଡି ବିଜେ କରାଉଥିବାର ଅନୁପମ ଦୃଶ୍ୟ ବେଶ୍ ମର୍ମସ୍ପର୍ଶୀ ଥିଲା। ଗୀତାଭବନ ସାମ୍ନାରେ ଦଣ୍ଡାୟମାନ ୧୮ ଫୁଟ ଉଚ୍ଚତା ବିଶିଷ୍ଟ ସୁନ୍ଦର, ସୁଶୋଭିତ ଏବଂ ବିଭିନ୍ନ ରଙ୍ଗବେରଙ୍ଗର କପଡ଼ାରେ ସୁସଜ୍ଜିତ ରଥଟିକୁ ମାଇକ ଓ ତାଙ୍କର ସାଥୀ ସ୍ୱେଚ୍ଛାସେବୀମାନେ ନିର୍ମାଣ କରିଥିବା ଜଣାଯାଇଛି। ରଥରେ ଶୋଭା ପାଉଥିବା ମନୋରମ ପଟ୍ଟଚିତ୍ରକୁ ବିବେକ ବାବୁ ଓ ପ୍ରଜ୍ଞାନ ବାବୁ ଅଙ୍କନ କରିଥିଲେ।

ଗୀତା ଭବନର ବରିଷ୍ଠ ଟ୍ରଷ୍ଟି ରାଜ କୌଶଳ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମାପନ କରିବା ପରେ ଅପରାହ୍ନ ଗୋଟାଏ ପନ୍ଦର ମିନିଟରେ ରଥଟଣା ଆରମ୍ଭ କରାଯାଇଥିଲା। ରାଜକୀୟ ଠାଣିରେ ମାଞ୍ଚେଷ୍ଟରର ରାଜରାସ୍ତାରେ ଗଡି ଚାଲିଥିବା ଆକର୍ଷଣୀୟ ରଥଟିକୁ ୱିଲବ୍ରହମ ରୋଡ, ସେଣ୍ଟୱେରବ୍ରୋ ରୋଡ, ବ୍ରଣ୍ଟିଂହମ୍ ରୋଡ ଓ ୱିଦିନଟଙ୍ଗରୋଡ ଆଦି ଦେଇ ପରିକ୍ରମା କରାଯାଇ ପୁଣି ଗୀତା ଭବନ ନିକଟକୁ ଫେରାଇ ଅଣାଯାଇଥିଲା। ଉପସ୍ଥିତ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ମାଞ୍ଚେଷ୍ଟର ଗୋର୍ଟନର ସାଂସଦ ଆଫଜଲ୍ ଖାନ, ଷ୍ଟକପୋର୍ଟର ସାଂସଦ ନଭେନ୍ଦୁ ମିଶ୍ର ଏବଂ ପ୍ରଖ୍ୟାତ ଚିକିତ୍ସାବିତ ଡଃ ବିଭୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଓଡ଼ିଶୀ, ଭାରତନାଟ୍ୟମ୍ ଏବଂ ଶିଶୁ ମାନଙ୍କ ଦ୍ଵାରା ପରିବେଷିତ ରାଧାକୃଷ୍ଣ ନୃତ୍ୟ ଏବଂ ସୁମଧୁର ଭଜନ ଗାୟନ ଅର୍ନ୍ତଭୁକ୍ତ ଥିଲା। ଉଦୀୟମାନ ନୃତ୍ୟାଙ୍ଗନା ନିରୁଶ୍ରୀ ମହାନ୍ତିଙ୍କ ଦ୍ୱାରା ପରିବେଷିତ ମନମୁଗ୍ଧକର ଓଡ଼ିଶୀ ନୃତ୍ୟ, ଉତ୍ସବର ପ୍ରଧାନ ଆକର୍ଷଣ ଥିଲା। ବାହୁଡ଼ା ଦିନ ପର୍ଯ୍ୟନ୍ତ ମାଉସୀମା ମନ୍ଦିରରେ ଦିଅଁ ମାନଙ୍କୁ ଅନ୍ନଭୋଗ ପରଷା ଯିବ ବୋଲି ସଙ୍ଗଠକ ମାନଙ୍କ ସୂତ୍ରରୁ ପ୍ରକାଶ।

ସମଗ୍ର ଆୟୋଜନକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ମୁଖ୍ୟ ଆୟୋଜକ ମଣ୍ଡଳୀର ସଦସ୍ୟ ଯଥା ଡଃ ଶିବ ସେନାପତି, ରେଖା ସେନାପତି, ଶିବ ରଂଜନ ବିଶ୍ଵାଳ, ବିଷ୍ଣୁ ଦାଶ, ବିବେକ ବାବୁ, ଜୀବନ ପାଣିଗ୍ରାହୀ ଏବଂ ଦୁର୍ଗେଶ ପାଣିଗ୍ରାହୀ ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ମହୋତ୍ସବର ଅଦ୍ଭୁତପୂର୍ବ ସଫଳତା ପଛରେ ମାଞ୍ଚେଷ୍ଟର୍ କାଉନସିଲ, ମାଞ୍ଚେଷ୍ଟର୍ ପୁଲିସ ଏବଂ ରାଜମାର୍ଗ କର୍ତ୍ତୃପକ୍ଷଙ୍କର ଆକୁଣ୍ଠ ସହଯୋଗ ଓ ସଂପୃକ୍ତି ପାଇଁ ଆୟୋଜକମାନେ, ଏହି ସଂସ୍ଥାଗୁଡିକୁ କୃତଜ୍ଞତା ଜ୍ଞାପନ କରିଥିଲେ।

ରିପୋର୍ଟ :- କିଶୋର ଦ୍ଵିବେଦୀ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

September 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version