No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୬ ଜୁଲାଇ ବୁଧବାର /ମାଲକାନଗିରି,କାଳିମେଳା :- ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ ଅନ୍ତର୍ଗତ ଜବାନପାଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୩ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଳିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଉମାଶଙ୍କର ଦଳାଇ ଯୋଗଦେଇଥିବା ବେଳେ କାଳିମେଳା ବନାଞ୍ଚଳ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଦଳେଇ, କାଳିମେଳା ବିଇଓ ଶ୍ରୀ ରମେଶ ଚନ୍ଦ୍ର ବାରୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଭାବେ ଜଵାନପାଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବ କିଶୋର ମଲ୍ଲିକ, ଵନପାଳ ସ୍ବୟଂ ପ୍ରଭା ପ୍ରଧାନ,
ସୁଶାନ୍ତ କୁମାର ସ୍ବାଇଁ, ବନରକ୍ଷୀ ଅନିତା ନାୟକ, ରାମଚନ୍ଦ୍ର ମାଝୀ, ବାବୁରାମ ଦୁରୁଆ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ପାଇଁ ସମସ୍ତେ ଗଛ ଲଗାଇବାକୁ ଉପସ୍ଥିତ ଅତିଥି ମାନେ ପରାମର୍ଶ ଦେଇଥିଲେ । ଗଛରୁ ଆମେ ଅମ୍ଳଜାନ ପାଉଥିବା ବେଳେ ଜଙ୍ଗଲ କ୍ଷୟ ଯୋଗୁଁ ପ୍ରଦୂଷଣ ବଢ଼ିବା ସହ ଅମ୍ଳଜାନ ପରିମାଣ କମୁଛି । ଫଳରେ ଜୀବଜଗତ ପାଇଁ ଏକ ବିପଦଜନକ ହୋଇ ପଡ଼ୁଛି । ତେଣୁ ଆମେ ସମସ୍ତେ ଗଛ ଲଗାଇ ପରିବେଶକୁ ସୁରକ୍ଷିତ ରଖି ପାରିଲେ ଜୀବଜଗତ ସୁରକ୍ଷିତ ରହି ପାରିବି ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅତିଥି ମାନେ ଅନେକ ମୂଲ୍ୟବାନ ଲଗାଇଥିଲେ ।
ସେହିପରି ଭାବେ କାଳିମେଳା ବନାଞ୍ଚଳ ସଭାଗୃହ ରେ ମଧ୍ୟ ୭୩ ବନମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ମୃଖ୍ୟ ଅତୀଥି ଭାବେ କାଳିମେଳା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଭାଷିନୀ ସୋଡି, କାଳିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର ଦଳାଇ, କାଳିମେଳା ତହସିଲଦାର ଦୁର୍ଗା ପ୍ରସାଦ ଦୋରା, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ପରିବେଶବିତ୍ ଦୁର୍ଯୋଧନ ପାତ୍ର , କାଳିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇ, କାଳିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ଭାଵାନୀ ଶଙ୍କର ସାହୁ ସମତେ କାଳିମେଳା ରେଞ୍ଜ ର ସମସ୍ତ ବନପାନ, ବନରକ୍ଷୀ ସହ ବନ ସୁରକ୍ଷା ସମିତିର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ । ଭଲ ବନ ସୁରକ୍ଷା ସମିତି ଗୁଡିକୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଭୈରବୀ ପାହାଡ଼ ପରିସରରେ ନିମ୍ବ, ପଣସ, ଅଁଳା, କାଜୁ ଭଳି ଅନେକ ମୂଲ୍ୟବାନ ଗଛ ଅତିଥି ମାନେ ଲଗେଇଥିଲେ ।


No Result
View All Result