ସୂଚନା ଅନୁଯାୟୀ ବୈପାରିଗୁଡା ଲ୍ୟାମ୍ପସରେ ମୋଟ ୧୫ ଜଣ ନିର୍ଦେଶକ ରହିଥିବା ବେଳେ ଏଥିମଧ୍ୟରୁ ୧୪ ଜଣ ନିର୍ଦେଶକ କୁନ୍ତଳାକୁ ସମର୍ଥନ ଦେବା ପରେ କୁନ୍ତଳା ଲ୍ୟାମ୍ପ ସଭାପତି ଭାବେ ବାଜି ମାରିଥିଲେ । ବ୍ଳକ ଅଧ୍ୟକ୍ଷ , ବୈପାରିଗୁଡା ସରପଂଚ ପଦ ଓ ଲ୍ୟାମ୍ପସ ନିର୍ବାଚନରେ ଲ୍ୟାମ୍ପ ସଭାପତି ପଦ ମଧ୍ୟ ବିଜେଡି ଦଳ ହାତେଇଥିବା ବେଳେ ବିଜେଡି ଦଳ ଏବେ ବୈପାରିଗୁଡା ବ୍ଲକର ଶାସନ ଭାର ନେଇ ଥିବାର ଜଣାପଡିଛି ।
କୋରାପୁଟ ଜିଲ୍ଲା ବରିଷ୍ଟ ବିଜେଡି ନେତା ରମା ରାଉଳ,ବ୍ଲକ ବିଜେଡି ଆବାହକ ହେମନ୍ତ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ଗୁପ୍ତା,ଜିଲ୍ଲାପରିଷଦ ସଭ୍ୟ ରାଜେଶ୍ୱର ମହୁରିଆ,ବ୍ଲକ ଯୁବ ସଭାପତି ତଥା କୋରାପୁଟ ବିଧାୟକ ପ୍ରତିନିଥି ରମେଶ ସ୍ୱାଇଁଙ୍କ ସହ ୧୪ ଜଣ ଲ୍ୟାମ୍ପସ ନିର୍ଦେଶକ ଓ ବିଜେଡି ଦଳର ଦଳୀୟ କର୍ମୀ ମାନେ ଉପସ୍ଥିତ ରହିଥିଲେ ।
© 2023 Odisha Taza News.