No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୨ ଜୁନ ବୁଧବାର/ଭୁବନେଶ୍ୱର :- କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କର ବୈଠକ ଆଇ.ଏନ୍.ଟି.ୟୁ.ସି ସଭାପତି ଡଃ ରାମଚନ୍ଦ୍ର ଖୁଂଟିଆ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଅଗ୍ନିପଥ ଯୋଜନା ପ୍ରତ୍ୟାହାର କରିବା ଲାଗି ଦେଶବ୍ୟାପି ପ୍ରତିବାଦ ଆନ୍ଦୋଳନ ସଂଗଠିତ କରିବା ପାଇଁ ଯେଉଁ ଡାକରା ଦିଆଯାଇଅଛି ତାହାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ସମର୍ଥନ ଜଣାଇ ଆସନ୍ତା ତା. ୨୪.୦୬.୨୦୨୨ ରିଖ ରେ ମାଷ୍ଟର କ୍ୟାଂଟିନ ଠାରେ ସମର୍ଥନ ଜଣାଇବା ଲାଗି ନିଷ୍ପତି ନିଆଯାଇଅଛି ।
ମିଳିତ ମଂଚ ପକ୍ଷରୁ ଭାରତର ସାର୍ବଭୌମତ୍ୱକୁ ସୁରକ୍ଷିତ କର, ଯୁବକ-ଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ସେନାରେ ଠିକା ନିଯୁକ୍ତି ପ୍ରଥା ଓ ବନ୍ଦ କରିବା ପାଇଁ ଦାବୀ କରାଯାଇଛି । ଏହି ବୈଠକରେ ମଧ୍ୟ ରାଜ୍ୟ ସରକାର ନିର୍ମାଣ ଶ୍ରମିକ ମାନଙ୍କର ପଞ୍ଜିକରଣକୁ ହଠାତ୍ ବନ୍ଦ କରିଦେବା ଫଳରେ ହଜାର ହଜାର ଶ୍ରମିକ ତାଙ୍କର ନାମ ପଞ୍ଜିକରଣ କରିପାରୁନାହାନ୍ତି ଓ ବିଭିନ୍ନ ସହାୟତା ପାଉନାହାନ୍ତି ଏହାର ଦୃଢ଼ ନିନ୍ଦା କରାଯାଇଛି ।
ଏହି ବୈଠକରେ ଆଇ.ଏନ୍.ଟି.ୟୁ.ସିର ନେତା-କିଶୋର ଜେନା, ପ୍ରଣତି ମିଶ୍ର, ଏ.ଆଇ.ଟି.ୟୁ.ସିର ନେତା – ଜୟନ୍ତ ଦାସ, ଏଚ.ଏମ୍.ଏସ୍ର ନେତ୍ରୀ- ସଂଯୁକ୍ତା ମହଲ, ସି.ଆଇ.ଟି.ୟୁର ନେତା- ଦୁଷ୍ମନ୍ତ ଦାସ ଓ ପୂର୍ଣ୍ଣ ପାଢ଼ୀ, ଏ.ଆଇ.ସି.ସି.ଟି.ୟୁ.ର ନେତା-ମହେନ୍ଦ୍ର ପରିଡ଼ା, ଏଲ୍.ପି.ଏଫ୍.ର ନେତା – ବିରେନ୍ଦ୍ର ପ୍ରତାପ ଦାସ ଓ ଯୁବ ଆଇ.ଏନ୍.ଟିର ସଭାପତି- ସତ୍ୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result