ଏହି ପରିପ୍ରେକ୍ଷୀରେ ବାଲିଗୁଡା ବ୍ଲକ ରେବିଙ୍ଗିଆ ପଂଚାୟତ ର ବୁଡ଼ାଗୁଡ଼ା ସାହିର ସମସ୍ତ ଯୁବକ ଯୁବତୀ ଏକତ୍ରିତ ହୋଇ ପାରମ୍ପରିକ ରଜପର୍ବ କୁ ପାଳନ କରିଛନ୍ତି l ଗାଁ ପରିବେଶ ମଧ୍ୟରେ ଗଛ ଡାଳରେ ଦୋଳିକୁ ସଜାଇ କୁଆଁରୀ ଝିଅ ସଜବାଜ ହୋଇ ଦୋଳି ଖେଳିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l ପାରମ୍ପରିକ ନୃତ୍ୟ ସଂଗୀତ ରେ ଗାଁ ପରିବେଶ ପ୍ରକମ୍ପିତ ହୋଇଥିଲା l
ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ସମ୍ମାନିତ ଅତିଥି ଭାବେ ରେବିଙ୍ଗିଆ ସରପଞ୍ଚ ରଞ୍ଜୁଲତା ମଳିକ ଏବଂ ପୁରସ୍ତମ ବେହେରା ପ୍ରମୁଖ ମଂଚାସୀନ ଥିଲେ l ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ରେବିଙ୍ଗିଆ ଗ୍ରାମର ଗ୍ରାମବାସୀ କଳା ଓ ସଂସ୍କୃତି କୁ ଉଜ୍ଜୀବିତ କରୁଥିବା ପ୍ରୟାସ କୁ ଉଚ୍ଚ ପ୍ରଶଂସା କରିଥିଲେ l ଶେଷରେ ଗ୍ରାମର ଯୁବକ ଯୁବତୀ ମାନେ ମଞ୍ଚରେ ନିଜ ନିଜର କଳା ପରିବେଷଣ କରିଥିଲେ l
© 2023 Odisha Taza News.