ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁନ ରବିବାର/ଭୁବନେଶ୍ୱର :- ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ଚର୍ଚାରେ ଅଛନ୍ତି ଅରୁଣ, ସଞ୍ଜୟ , ପ୍ରଦୀପ ,ସୁଶାନ୍ତ । ଏକଦା ବିଜେଡିର ପାୱାର ଫୁଲ ନେତା ମାନଙ୍କୁ ମନ୍ତ୍ରୀ ପଦରୁ ହଟାଯାଇ ନୂଆ ମନ୍ତ୍ରୀମଣ୍ଡଳରେ ସେମାନଙ୍କୁ ସ୍ଥାନ ମିଳି ନାହିଁ । ନୂତନ ମନ୍ତ୍ରୀ ମଣ୍ଡଳ ଗଠନ ପରେ ମନ୍ତ୍ରୀମାନଙ୍କ ଶପଥ ପାଠରେ ନିମନ୍ତ୍ରିତ ଅତିଥି ମାନେ ଯୋଗ ଦେଇଥିବା ବେଳେ ବିନା ନିମନ୍ତ୍ରଣରେ କିଛି ନେତା ମାନେ ଯୋଗ ଦେଇ ନଥିବା ଦେଖିବାକୁ ମିଳିଥିଲା । ଏମିତିରେ ଦେଖିବାକୁ ଗଲେ ହେଭି ୱେଟେଜ୍ ନେତା ନୟାଗଡ ବିଧାୟକ ଅରୁଣ ସାହୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜେଡ଼ି ଦଳର ସାଙ୍ଗଠନିକ ଗୁରୁ ଦାୟିତ୍ବ ମିଳିପାରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ପୁର୍ବରୁ ମଧ୍ୟ ସେ ଦଳର ସ୍ୱାର୍ଥ ପାଇଁ କାର୍ଯ୍ୟ ଦକ୍ଷତା ହାସଲ କରିଥିବା ବେଳେ ବିଜେଡ଼ି ଦଳର ସଙ୍ଗଠନ କୁ ଶକ୍ତ କରିବାରେ ମାହିର ଥିଲେ ।
ଆଗକୁ ଦଳ ସୃଦୁଢ଼ ହେବା ପାଇଁ କିଛି ଟାଣୁଆ ନେତା ମାନଙ୍କୁ ଜିଲ୍ଲା ର ସାଙ୍ଗଠନିକ ଭାର ବଣ୍ଟନ କରାଯିବ ବୋଲି ଜଣା ପଡିଛି । ଅନ୍ୟପଟେ ସଞ୍ଜୟ ଦାସ ବର୍ମା ବ୍ରହ୍ମଗିରି ରେ ହାରିବା ପରେ ମଧ୍ୟ ତାଙ୍କୁ କ୍ୟାବିନେଟ ପାହ୍ୟା ର ନିଗମ ପଦ ମିଳିଥିଲା I କିନ୍ତୁ ନିଗମ ରୁ ଇସ୍ତଫା ଦେବା ପରେ ସଞ୍ଜୟ ଙ୍କୁ ଏବେ ପୁରୀ ଜିଲ୍ଲାର ଗୁରୁଦାୟିତ୍ଵ ଦିଆଯିବ ବୋଲି ରାଜନିତୀ ମହଲରେ ଚର୍ଚା ହେଉଛି I ଏକଦା ବିଜେଡି ର ଯୁବ ତ୍ରିମୁର୍ତ୍ତି କୁହାଯାଉଥିବା ବବି-ସଞ୍ଜୟ-ଅରୁଣ ଙ୍କ ମଧ୍ୟରେ ଏକତା ଥିବା ବେଳେ ଏବେ ବିଜେଡ଼ି ଦଳରେ ନୂତନ ରଣନୀତି ପାଇଁ ଚୂଡାନ୍ତ ପ୍ରସ୍ତୁତି ଚାଲୁଥିବା ମଧ୍ୟ ଚର୍ଚ୍ଚା ହେଉଛି I
କଂଗ୍ରେସରୁ ବିଜେଡିରେ ଯୋଗ ଦେଇଥିବା ପ୍ରଦୀପ ମାଝୀ ଙ୍କୁ ଦିଆଯିବ ସଙ୍ଗଠନ ସମ୍ଭାଳିବାର ଗୁରୁ ଦାୟିତ୍ୱ I ତେବେ ପ୍ରଦୀପ ଦକ୍ଷିଣ ଓଡିଶାର ବିଜେଡି ସାଙ୍ଗଠନିକ ଭାର ସମ୍ଭାଳିବାର ସମ୍ଭାବନା ରହିଛି I ସେହିଭଳି ନୂତନ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ିଥିବା ନେତା ସୁଶାନ୍ତ ସିଂ ମନ୍ତ୍ରୀ ପଦରୁ ଅବ୍ୟାହତି ଦେଇ ପଶ୍ଚିମ ଓଡ଼ିଶା ତଥା ବରଗଡ଼ ଜିଲ୍ଲାର ସମ୍ପୁର୍ଣ୍ଣ ସାଙ୍ଗଠନିକ ଭାର ସମ୍ଭାଳିବେ ବୋଲି ରାଜନୈତିକ ମହଲରେ ଆଲୋଚନା ଜୋର୍ ଧରିଛି I ନୂତନ ମନ୍ତ୍ରୀ ମଣ୍ଡଳ ଗଠନ ପରେ ୨୦୨୪ ନିର୍ବାଚନକୁ ଦଳ କି ରଣ କୌଶଳ ପ୍ରସ୍ତୁତ କରିଛି ଓ ବବି , ଅରୁଣ , ସଞ୍ଜୟ ସଙ୍ଗଠନ କୁ କିଭଳି ସୃଦୃଢ଼ କରୁଛନ୍ତି ଆଗକୁ ଦେଖିବାକୁ ବାକି ରହିଲା ।















