• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ : ୨୦୨୪ ରେ କଂଗ୍ରେସ ସରକାର ଗଢ଼ିବ – ଶରତ

Proprietor Abhimanyu Maharana by Proprietor Abhimanyu Maharana
June 11, 2022
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ : ୨୦୨୪ ରେ କଂଗ୍ରେସ ସରକାର ଗଢ଼ିବ – ଶରତ
Share on FacebookShare on TwitterWhatsapp

ପଦ ଭାର ସମ୍ଭାଳିଲେ ନବନିଯୁକ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସର ସଭାପତି ଦାୟିତ୍ୱ ଗ୍ରହଣ କଲେ ଶରତ ପଟ୍ଟନାୟକ ୯ ରୁ ୯୦ହେବ, ୨୦୨୪ ରେ କଂଗ୍ରେସ ସରକାର ଗଢ଼ିବ – ଶରତ

ଓଡ଼ିଶା ତାଜା ନ୍ୟୁଜ୍/୧୦ ଜୁନ ଶୁକ୍ରବାର/ଭୁବନେଶ୍ୱର :- ନବନିଯୁକ୍ତ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଆଜି ଦିନ ଘ. ୧୧.୩୦ ମି. ସମୟରେ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରେ ପଂହଚିଲା ପରେ ରାଜ୍ୟ କଂଗ୍ରେସ ତରଫରୁ ଶ୍ରୀ ପଟ୍ଟନାୟକଙ୍କ ଏକ ବିରାଟ ବଡ଼ ଶୋଭାଯାତ୍ରାରେ କଂଗ୍ରେସ କାର୍ଯ୍ୟାଳୟକୁ ଆଣିଥିଲେ । ସାରା ରାଜ୍ୟରୁ ପ୍ରତ୍ୟେକ କୋଣ ଅନୁକୋଣରୁ କଂଗ୍ରେସ କର୍ମୀ, ଶୁଭେଚ୍ଛୁ ତଥା ବ୍ଲକ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରୀୟ ନେତୃବୃନ୍ଦ ସମସ୍ତେ ଆଜି ଏକାକାର ହୋଇ ଶ୍ରୀ ଶରତ ପଟ୍ଟନାୟକଙ୍କ ପଟୁଆରରେ ସାମିଲ ହୋଇଥିଲେ । ଶ୍ରୀ ପଟ୍ଟନାୟକଙ୍କ ସହିତ ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର ଓ ସହସଂପାଦକ ଶ୍ରୀ ଜି. ରୁଦ୍ର ରାଜୁ ଏକ ଖୋଲାଗାଡ଼ିରେ ଶୋଭାଯାତ୍ରାରେ ରହିଥିଲେ ।

ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ତଥା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ଏକ ବିରାଟ ବାଇକ ର‌୍ୟାଲିର ଆୟୋଜନ କରାଯାଇଥିଲା । ଘଂଟୁଆ, ଶଙ୍ଖୁଆ, ଖୋଳ, କୀର୍ତନ ଇତ୍ୟାଦି କରି ବିମାନ ବନ୍ଦର ଠାରୁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲେ । ସାରା କଂଗ୍ରେସ କାର୍ଯ୍ୟାଳୟ ଲୋକାରଣ୍ୟ ହୋଇଯାଇଥିଲା । ସମସ୍ତଙ୍କ ମନରେ ଉତ୍ସାହ ଭରି ରହିଥିଲା ଏବଂ ସମସ୍ତେ ଆଜି ସଂକଳ୍ପବଦ୍ଧ ହୋଇ କିଭଳି କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରାଯିବ ଓ ଆସନ୍ତା ଦିନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିରୁଦ୍ଧରେ ଜୋରଦାର ଲଢ଼େଇ ହେବ ସେ ଆଶାକୁ ଉଜ୍ଜୁବିତ କରିବାପାଇଁ ଆଜି ସମସ୍ତେ ପଂହଚିଥିଲେ କଂଗ୍ରେସ କାର୍ଯ୍ୟାଳୟରେ । ଏହି ସମ୍ବର୍ଦ୍ଧନା ସଭାରେ ସମସ୍ତ ବିଧାୟକ, ପୂର୍ବତନ ପିସିସି ସଭାପତି, ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଛାତ୍ର, ଯୁବ, ମହିଳା, ସେବାଦଳର ସମସ୍ତ କର୍ମୀ ସଭାମଂଚରେ ଉପସ୍ଥିତ ଥିଲେ ।

ଏହି ସଭାରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବିଶ୍ୱାଳ, ସାଂସଦ ସପ୍ତଗିରୀ ଉଲ୍ଲାକା, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ପଂଚାନନ କାନୁନଗୋ, ଶିବାନନ୍ଦ ରାୟ, ଶରତ ରାଉତ, ସୁଶିଳା ତିରିଆ, ଶୁଭେନ୍ଦୁ ମହାନ୍ତି, ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା, ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ସିଏସ ରାଜନ ଏକା, ଅଧିରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ବାଚସ୍ପତି ଚିନ୍ତାମଣି ଧ୍ୟାନ ସାମନ୍ତରାୟ, ପୂର୍ବତନ ବିରୋଧି ଦଳ ନେତା, ସୁରେନ୍ଦ୍ର ସିଂ ଭୋଇ, କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା,

ପୂର୍ବତନ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥି, ନିରଞ୍ଜନ ନାୟକ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏବଂ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ଓ ଜିଲ୍ଲା ସଭାପତିଗଣ ଉପସ୍ଥିତ ଥିଲେ । ଶ୍ରୀ ଶରତ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଲେ ଆସନ୍ତା ଦିନରେ କଂଗ୍ରେସ ଓଡ଼ିଶାର ୩୧୪ ଟି ବ୍ଲକକୁ ଯିବ ଓ ସାରା ରାଜ୍ୟରେ ପ୍ରତ୍ୟେକ କୋଣ ଅନୁକୋଣକୁ କଂଗ୍ରେସ ପଦଯାତ୍ରା କରିବ । ୧୯୯୫ ମସିହାରେ ଯେଉଁଭଳି ଭାବରେ କଂଗ୍ରେସ ପୂର୍ନବାର କ୍ଷମତା ଦଖଲ କରିଥିଲା ୨୦୨୪ ସାଧାରଣ ନିର୍ବାଚନରେ ଠିକ ସମାନ ଭାବରେ ସମାନ ଢ଼ଙ୍ଗରେ କଂଗ୍ରେସ ୯ ରୁ ୯୦ ବିଧାୟକ ଜିତିବ ପୂର୍ନବାର କ୍ଷମତା ଦଖଲ କରିବ । ଦୀର୍ଘ ୨୨ ବର୍ଷ କାଳ ଓଡ଼ିଶାରେ ଏକ ସରକାର ଚାଲିଛି କିନ୍ତୁ ଏ ସରକାରର ନିଷ୍ଠା ନାହିଁ ଓଡ଼ିଶାର ପ୍ରଗତି କରିବାପାଇଁ । ଏ ରାଜ୍ୟର ଶିକ୍ଷିତ ଯୁବକ ଯୁବତୀ ଆଜି ବେକାର ।

ପ୍ରତିବର୍ଷ ୨ଲକ୍ଷ ଯୁବକ ଯୁବତୀଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇଥିବା ନବୀନ ବାବୁ ୨୨ ବର୍ଷରେ ୪୪ଲକ୍ଷ ରୋଜଗାର ଦେବା କଥା କିନ୍ତୁ ଆଜି ରାଜ୍ୟରେ ୬୪ ଲକ୍ଷ ଯୁବକ ଯୁବତୀ ବେକାର ହୋଇ ବୁଲୁଛନ୍ତି । ଏ ସରକାର ଶିକ୍ଷିତ ଯୁବକ ଯୁବତୀଙ୍କୁ ଠିକା ନିଯୁକ୍ତି ପ୍ରଦାନ କରି ତାଙ୍କର ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଉଛନ୍ତି । ଏ ରାଜ୍ୟରେ କୃଷକମାନଙ୍କର ଆୟ ଭାରତ ବର୍ଷର ସବୁଠାରୁ କମ୍ ବୋଲି କେନ୍ଦ୍ର ସରକାର ଏ ତଥ୍ୟ ପ୍ରକାଶ କରିଛନ୍ତି । କୃଷକମାନଙ୍କର ଆୟ ଦ୍ୱିଗୁଣା କରିବାପାଇଁ ୨୦୦୪ ମସିହାରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ୨୨ ବର୍ଷ ମଧ୍ୟରେ ତାହା ପୂରଣ ହୋଇପାରିଲା ନାହିଁ । ଧାନମଣ୍ଡିରେ ପଡ଼ି ରହୁଛି । ରବି ଧାନ ରାଜ୍ୟ ବାହାରକୁ ଚାଲାଣ ହୋଇଗଲାଣି । ଅଭାବିବିକ୍ରି ଏ ରାଜ୍ୟରେ କୃଷକମାନଙ୍କର ମେରୁଦଣ୍ଡ ଭାଙ୍ଗିସାରିଲାଣି । ସାରା ରାଜ୍ୟରେ ମଦର ବନ୍ୟା, ନାରୀ ନିର୍ଯ୍ୟାତନା ଓ ବେଭିଚାର ଆଜି ଭାରତବର୍ଷର ସବୁ ରାଜ୍ୟମାନଙ୍କ ତୁଳନାରେ ଅଧିକ ।

ଏ ସରକାର ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର ତେଣୁ ମୁଁ ସମସ୍ତ କଂଗ୍ରେସ କର୍ମୀ, ବୟଜେଷ୍ଠ ନେତୃବୃନ୍ଦ ତଥା ଯୁବ, ଛାତ୍ର, ମହିଳା ସମସ୍ତଙ୍କୁ ନିବଦେନ କରୁଛି ଆପଣମାନେ ସମସ୍ତ ଆସନ୍ତୁ ହାତକୁ ହାତ ମିଳାଇ ଏକ ହୋଇ ଲଢ଼ିବା ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟରେ ଯେଉଁ ଅଗଣତାନ୍ତ୍ରିକ ସରକାର ଚାଲିଛ ତା ବିରୁଦ୍ଧରେ ଲଢ଼େଇ କରିବା । ଆଜି ଭାରତବର୍ଷକୁ ଖଣ୍ଡବିଖଣ୍ଡିତ କରିବପାଇଁ କିଛି ଶକ୍ତି ମୁଣ୍ଡ ଟେକିଛନ୍ତି । ଘୃଣା, ବ୍ୱିଦେଷ, ହିଂସା ଓ ଧର୍ମୀୟ ଭାବନାରେ ବିଭାଜିତ କରିବାପାଇଁ ଲାଗିପଡ଼ିଛନ୍ତି । ଆମେ ସମସ୍ତେ ଆମ ସ୍ୱପ୍ନର ଭାରତକୁ ରକ୍ଷା କରିବା । ଦରଦାମ ବୃଦ୍ଧି ପାଖରୁ ଆରମ୍ଭ କରି କୃଷକର ସମସ୍ୟା ପର୍ଯ୍ୟନ୍ତ ସବୁକୁ ମୋଦି ସରକାର ସମାଧାନ କରିବାରେ ବିଫଳ ।

କଂଗ୍ରେସ ସରକାରକୁ ଫେରିଲେ ଠିକା ନିଯୁକ୍ତି ବନ୍ଦ, ସମସ୍ତଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା, ଶୂନ୍ୟ ସହିଂଷୃତା, ନାରୀ ନିର୍ଯ୍ୟାତନା କ୍ଷେତ୍ରରେ, ସମସ୍ତ ଧାନ ଓ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟକୁ ସରକାର କ୍ରୟ କରିବେ ଓ ବିକ୍ରି କରିବାରେ ସହାୟତା କରିବେ । କୃଷକକୁ ଧାନର ଉଚିତ ମୂଲ୍ୟ ଦିଆଯିବ । ଯୁବକମାନଙ୍କୁ ସଂଗଠନ ଓ ଆସନ୍ତା ନିର୍ବାଚନରେ ପ୍ରାଧାନ୍ୟତା ଦିଆଯିବ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପୂର୍ଣ୍ଣାଙ୍ଗ ନିଯୁକ୍ତି ପ୍ରାଥମିକତାରେ କରାଯିବ । ଜଳସେଚନକୁ ପୂର୍ଣ୍ଣ ପ୍ରାଧ୍ୟାନତା ଦିଆଯାଇ ଏହାକୁ ୮୦ ଭାଗ ପର୍ଯ୍ୟନ୍ତ କରାଯିବ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version