ଓଡ଼ିଶା ତାଜା ନ୍ୟୁଜ୍/୦୬ ଜୁନ ସୋମବାର/ଭୁବନେଶ୍ୱର :- ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ। ନବ ନିର୍ବାଚିତ ବିଧାୟିକା ଅଳକା ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃଜ୍ଞତା ଜଣାଇଲେ । ସାଥିରେ ଥିଲେ ବିଧାୟକ ସୁଶାନ୍ତ ସିଂ ।
ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀକୁ ଏକ ନମ୍ବର ନିର୍ବାଚନ ମଣ୍ଡଳୀ କରିବାର ଯେଉଁ ସ୍ୱପ୍ନ ଦେଖିଥିଲେ ଅଳକା ମହାନ୍ତିଙ୍କ ସ୍ୱର୍ଗତ ସ୍ୱାମୀ ତଥା ବିଧାୟକ କିଶୋର ମହାନ୍ତି ତାହାକୁ ପୂରଣ କରିବା ପାଇଁ ଚେଷ୍ଟା କରିବେ ବୋଲି ମତାମତରେ ଅଳକା ପ୍ରକାଶ କରିଛନ୍ତି ।













