• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆସନ୍ତା ବର୍ଷ ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ : ବେଳଥାଉ ଥାଉ ଘର ସଜାଡ଼ିଛନ୍ତି ନବୀନ

Proprietor Abhimanyu Maharana by Proprietor Abhimanyu Maharana
June 5, 2022
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ଆସନ୍ତା ବର୍ଷ ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ : ବେଳଥାଉ ଥାଉ ଘର ସଜାଡ଼ିଛନ୍ତି ନବୀନ
Share on FacebookShare on TwitterWhatsapp

ମିଶନ ୨୦୨୩ ପାଇଁ ଘର ସଜାଡ଼ିଲେ ନବୀନ

 ଓଡ଼ିଶା ତାଜା ନ୍ୟୁଜ୍/୦୫ ଜୁନ ରବିବାର/ ଭୁବନେଶ୍ୱର :- ଏଥର ମିଶନ ୨୦୨୪ ନୁହେଁ, ମିଶନ ୨୦୨୩ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନୀଳ ନକ୍ସା ପ୍ରସ୍ତୁତ କରିଛନ୍ତି । ଆସନ୍ତା ବର୍ଷ ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ବେଳଥାଉ ଥାଉ ଘର ସଜାଡ଼ିଛନ୍ତି ନବୀନ । ଯାହାର ପ୍ରତିଫଳନ ମନ୍ତ୍ରୀମଣ୍ଡଳରେ ଦେଖିବାକୁ ମିଳିଛି । ଯେଉଁ ନେତାମାନଙ୍କୁ ନେଇ ବିରୋଧୀ ନବୀନଙ୍କୁ ଖତେଇ ହେଉଥିଲେ ସେହି ନେତାମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେଇ ନବୀନ ଚକମା ଦେବାକୁ ପ୍ରୟାସ କରିଛନ୍ତି । ଆଗକୁ ବିଜେଡ଼ିରେ ଯୁବକମାନଙ୍କ ରାଜ ଆରମ୍ଭ ହେବବୋଲି ବି ସଂକେତ ଦେଇଛନ୍ତି । ଖାଲି ଯୁବକ ନୁହଁନ୍ତି ମହିଳାମାନେ ଏବେ ବିଜେଡ଼ିର ବଳ ।ଲଟିଥିବାବେଳେ ମହିଳାଙ୍କ ଉରେ ବି ଥେଷ୍ଟ ଧ୍ୟାନ କେନ୍ଦ୍ରୀଭୂତ କର।ଯାଇଛି । ମନ୍ତ୍ରୀ ଅଦଳବଦଳ ନେଇ ଗତ ବର୍ଷେ ହେଲା ଚର୍ଚ୍ଚା ହେଉଥିଲା । କିନ୍ତୁ ସେହି ଚର୍ଚ୍ଚା ସବୁ ରାଜନୀତିକ ଅଳିନ୍ଦରେ ମିଳେଇ ଯାଉଥିବାବେଳେ ଗଣମାଧ୍ୟମର ଶବ୍ଦ ବି ଫିକା ପଡ଼ିଯାଉଥିଲା । ଏବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ସେଭଳି ଚର୍ଚ୍ଚା ହେଉନଥିବାବେଳେ ହଠାତ ନବୀନ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ପୂରା ସାଉଥ ଷ୍ଟାଇଲରେ ନବୀନ ସବୁ ମନ୍ତ୍ରୀମାନଙ୍କ ଠାରୁ ଇସ୍ତଫା ଲୋଡ଼ିଥିଲେ । ନିକଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ସମାନ ତରିକା ଆପଣାଇଥିଲେ ।

ରାଜ୍ୟ ରାଜନୀତିକ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଦକ୍ଷେ ନେଇ ନବୀନ ନୂଆ ଇତିହାସ ରଚିଛନ୍ତି କହିଲେ ଭୁଲ ହେବନାହିଁ । ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ନବୀନଯେ, ପୂର୍ବରୁ କସରତ କରି ଆସୁଥିଲେ ତାଙ୍କର ସହସା ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଯାଇଛି । ଅତୀତରେ ଅନେକ ମନ୍ତ୍ରୀଙ୍କ ନାମରେ ଅଭିଯୋଗ ଆସିଛି । ରାଜରାସ୍ତାରୁ ନେଇ ବିଧାନସଭା ପର୍ଯ୍ୟନ୍ତ ବିରୋଧୀମାନେ ସରକାରଙ୍କୁ ଘେରିଛନ୍ତି । କିନ୍ତୁ କୌଣସି ପରିସ୍ଥିତିରେ ବି ନବୀନ ମନ୍ତ୍ରୀମାନଙ୍କୁ ବାଦ ଦେଇନଥିଲେ । ଗାଏମୋଟ କହିଲେ କବାଟ ଭଳି ମନ୍ତ୍ରୀଙ୍କ ପଛରେ ଠିଆହୋଇଥିଲେ ନବୀନ । କିନ୍ତୁ ଏବେ ନୂତନ ମନ୍ତ୍ରୀମଣ୍ଡଳ ଗଠନ ବେଳେ ସେହି ମନ୍ତ୍ରୀମାନଙ୍କୁ ପଦାକୁ ଯିବାର ରାସ୍ତା ଦେଖାଇ ଦେଇଛନ୍ତି । ଡ. ଅରୁଣ କୁମାର ସାହୁ, ୍ରତା ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ଠାରୁ ନେଇ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପର୍ଯ୍ୟନ୍ତ ନେତାମାନଙ୍କୁ ନବୀନ ନିଜ ଟିମରୁ ବାଦ ଦେଇଛନ୍ତି । ପଂଚମ ପାଳିର ତୃତୀୟ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିଛନ୍ତି । ଚଳିତ ଥର ଏକ ଭିନ୍ନ ତରିକାରେ ନବୀନ ତାଙ୍କର ମନ୍ତ୍ରୀମଣ୍ଡଳ ପୁନର୍ଗଠନ କରିଛନ୍ତି । ସବୁ ମନ୍ତ୍ରୀ ଏକକାଳୀନ ଇସ୍ତଫା ଦେବା ପରେ ନୂଆ ପୁରୁଣା, ଯୁବ ବରିଷ୍ଠଙ୍କୁ ମିଶାଇ ନବୀନ ଏକ ସମତୁଲ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଆଦିବାସୀ, ମହିଳା ଓ ଯୁବ ବର୍ଗଙ୍କ ଉପରେ ନବୀନ ଫୋକସ ଦେଉଛନ୍ତି ବୋଲି ମନ୍ତ୍ରୀମଣ୍ଡଳର ରୂପରେଖରୁ ସ୍ପଷ୍ଟ ହୋଇଯାଇଛି ।

ନବୀନଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି । ସେହିପରି ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ ମଧ୍ୟ ପ୍ରଥମ ଥର ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଅପରପକ୍ଷରେ ପଂଚମ ପାଳିର ପ୍ରଥମ ଦଫାରେ ସାମିଲ ହୋଇଥିବା ନିରଞ୍ଜନ ୂଜାରୀ, ରଣେନ୍ଦ୍ର ପ୍ରତା ସ୍ୱାଇଁ, ପ୍ରଫୁଲ୍ଲ ମଲ୍ଲିକ, ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ଜଗନ୍ନାଥ ସାରକା, ସମୀର ରଞ୍ଜନ ଦାସ ଓ ତୁଷାରକାନ୍ତି ବେହେରାଙ୍କ ଉପରେ ପୁଣି ନବୀନ ଆସ୍ଥା ପ୍ରକଟ କରିଛନ୍ତି । ଅଶୋକ ଚନ୍ଦ୍ର ପଣ୍ଡା ଦୁଇ ଦୁଇ ଥର ରାଷ୍ଟ୍ରମନ୍ତ୍ରୀ ଥିବାବେଳେ ଏଥର ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ପଦୋନ୍ନତି ଦିଆଯାଇଛି । ଅପରପକ୍ଷରେ ପ୍ରଥମ ଦଫାରେ ମନ୍ତ୍ରୀ ଥିବା ୧୨ ଜଣ ନେତାଙ୍କୁ ବାଦ ଦିଆଯାଇଛି । ହେଭିୱେଟ ନେତା ଡ. ଅରୁଣ କୁମାର ସାହୁ,ପ୍ରତା ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ସହ ବିକ୍ରମ କେଶରୀ ଆରୁଖ ବି ସ୍ଥାନ ପାଇନାହାନ୍ତି । ତେବେ ଆରୁଖ ବାଚସ୍ପତି ହେବେ । ସେହିପରି ପୂର୍ବରୁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଉଥିଲେ ବି କେତେକ

ନେତାଙ୍କ ଉପରେ ନବୀନ ଆସ୍ଥା ହରାଇଥିଲେ । ଯେଉଁଥିପାଇଁ ସେମାନେ ପଂଚମ ପାଳିରେ ନବୀନଙ୍କ ଟିମରେ ସ୍ଥାନ । ଇାରିନଥିଲେ । କିନ୍ତୁ ପଂଚମ ପାଳିର ଦ୍ୱିତୀୟ ଦଫାରେ ପୁଣି ୁରୁଣା ନେତାଙ୍କ ଉରେ ଆସ୍ଥା ପ୍ରକଟ କରିଛନ୍ତି । ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରତା ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀ ଅମାତଙ୍କ ଉପରେ ନବୀନ ଆସ୍ଥା ପ୍ରକଟ କରିବା ସହ ପୁଣି ସେମାନଙ୍କୁ ନିଜ ଟିମରେ ସାମିଲ କରିଛନ୍ତି । ଜଗନ୍ନାଥ ସାରକାଙ୍କ ସହ କ୍ୟାବିନେଟ ମନ୍ତ୍ରୀ ଭାବେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତା ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତା ଦେବ, ଅତନୁ ସବ୍ୟସାଚୀ ନାୟକ,ପ୍ରଦୀ ଅମାତ, ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ରାଜେନ୍ଦ୍ର ଢ଼ୋଲକିଆ ଶପଥ ଗ୍ରହଣ କରିଥିଲେ । କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ରେ ରାଷ୍ଟ୍ରମନ୍ତ୍ରୀଙ୍କ ଶଥ ଗ୍ରହଣ ହୋଇଥିଲା । ସମୀର ରଞ୍ଜନ ଦାସ, ଅଶ୍ୱିନୀ ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ,ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ ଶପଥ ନେଇଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ବିଜୁ ଜନତା ଦଳ ମହିଳା ସଶକ୍ତିକରଣ ପାଇଁ ବହୁ ଦକ୍ଷେ ନେଉଥିବାବେଳେ ତାହାର ପ୍ରତିଫଳନ ମଧ୍ୟ ମନ୍ତ୍ରୀମଣ୍ଡଳରେ ଦେଖିବାକୁ ମିଳିଛି । ମନ୍ତ୍ରୀମଣ୍ଡଳରେ ପ୍ରମିଳା ମଲ୍ଲିକ, ଉଷା ଦେବୀ, ଟୁକୁିନି ସାହୁଙ୍କ ଭଳି ତିନି ନେତ୍ରୀ କ୍ୟାବିନେଟ ପାହ୍ୟା ପାଇଥି ବାବେଳେ ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ମନ୍ତ୍ରୀମଣ୍ଡଳ ରେ ପ୍ରଥମେ ଶଥ ନେଇଥିବା ଜଗନ୍ନାଥ ସାରକାଙ୍କୁ ପୂର୍ବଭଳି ଏସ୍‌ଟି ଏସି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ଦାୟିତ୍ୱ ଦିଆଯିବା ସହ ଆଇନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇଛି । ନିରଞ୍ଜନ ପୂଜାରୀ ପୂର୍ବରୁ ଅର୍ଥମନ୍ତ୍ରୀ ଥିବାବେଳେ ଏଥର ଅର୍ଥମନ୍ତ୍ରୀ ସହ ସଂସଦୀୟ ବ୍ୟାପାର ବିଭାଗ ବି ମିଳିଛି । ରଣେନ୍ଦ୍ରପ୍ରତା ସ୍ୱାଇଁ ପୂର୍ବରୁ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ଏବଂ ସମବାୟ ବିଭାଗ ଦାୟିତ୍ୱରେ ଥିବାବେଳେ ଏବେ ତାଙ୍କୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ କରାଯାଇଛି ।

ପ୍ରଦୀ ଅମାତଙ୍କୁ ଜଙ୍ଗଲ ଓ ପରିବେଶ ସହ ପଂଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ପ୍ରସାରଣ ବିଭାଗ ଦାୟିତ୍ୱ ଦିଆଯାଇଛି । ସେହିପରି ଦୀର୍ଘଦିନ ପରେ ମନ୍ତ୍ରୀ ମଣ୍ଡଳ କୁ ଫେରିଥିବା ପ୍ରମିଳା ମଲ୍ଲିକଙ୍କୁ ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ବିଭାଗ ମିଳିଛି । ଉଷା ଦେବୀଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ କରାଯାଇଥିବାବେଳେ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ପୂର୍ବଭଳି ଇସ୍ପାତ ଓ ଖଣି ଏବଂ ପୂର୍ତ ବିଭାଗ ଦାୟିତ୍ୱ ଦିଆଯାଇଛି । ପ୍ରତା ଦେବଙ୍କୁ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଶକ୍ତି ବିଭାଗ ଦାୟିତ୍ୱ ମିଳିଥିବାବେଳେ ଅତନୁ ସବ୍ୟସାଚୀ ନାୟକଙ୍କୁ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ସହ ସମବାୟ ମନ୍ତ୍ରୀ କରାଯାଇଛି । ନବକିଶୋର ଦାସଙ୍କୁ ପୂର୍ବଭଳି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦାୟିତ୍ୱ ଦିଆଯାଇଛି । ତେବେ ଟୁକୁନି ସାହୁ ପୂର୍ବରୁ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତିର ମନ୍ତ୍ରୀ ଥିବାବେଳେ ଏବେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ଦାୟିତ୍ୱ ମିଳିଛି । ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ କାରିଗରୀ ବିଜ୍ଞାନ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦାୟିତ୍ୱ ପ୍ରଦାନ କରାଯାଇଛି ।

ରାଜେନ୍ଦ୍ର ଢୋଲକିଆଙ୍କୁ ଯୋଜନା ଓ ସୋଂଜନା ବିଭାଗ ମିଳିଛି । ଏହି ସବୁ ମନ୍ତ୍ରୀମାନଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । ଅପରପକ୍ଷରେ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି । ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ପୂର୍ବଭଳି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମିଳିଛି । ଅଶ୍ୱିନୀ ପାତ୍ରଙ୍କୁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ଅବକାରୀ ବିଭାଗ ପ୍ରଦାନ କରାଯାଇଛି । ପ୍ରୀତିରଞ୍ଜନ ଘଡ଼େଇଙ୍କୁ ଗୁରୁତ୍ୱପୂର୍ଣ୍ଣ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ମିଳିଛି । ଶ୍ରୀକାନ୍ତ ସାହୁଙ୍କୁ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ମିଳିଥିବାବେଳେ ତୁଷାରକାନ୍ତି ବେହେରାଙ୍କୁ ପୂର୍ବଭଳି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବା ବିଭାଗ ମିଳିଛି । ତେବେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ମଧ୍ୟ କରାଯାଇଛି ।

ରୋହିତ ପୂଜାରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ମିଳିଥିବାବେଳେ ରୀତା ସାହୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ମନ୍ତ୍ରୀ ହୋଇଛନ୍ତି । ଅପରପକ୍ଷରେ ବାସନ୍ତୀ ହେମ୍ବ୍ରମଙ୍କୁ ଗୁରୁତ୍ୱପୂର୍ଣ୍ଣ ମହିଳା ଏବଂ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ମନ୍ତ୍ରୀ କରାଯାଇଛି । ଖାଲି ମନ୍ତ୍ରୀମଣ୍ଡଳ ନୁହେଁ ନବୀନ ସବୁ ନିଗମର ଅଧ୍ୟକ୍ଷଙ୍କ ହାତରୁ ବି କ୍ଷମତା କାଢ଼ି ନେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ସ୍ଥାନରେ ନୂଆ ନେତାମାନଙ୍କୁ ଦାୟିତ୍ୱ ଦିଆଯିବ । ୨୦୨୩କୁ ଆଖି ଆଗରେ ରଖି ଅନେକ ଯୁବ ଓ ବରିଷ୍ଠ ନେତାମାନଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯିବା ସହ କେତେକ ନେତାଙ୍କୁ ନିଗମ ଥୋପ ଦେଖାଇ ସନ୍ତୁଷ୍ଟ କରାଯିବ । ତେଣୁ ବିରୋଧୀ ଯେଭଳି ସବଳ ନହୋଇପାରିବେ ସେଥିପାଇଁ ନବୀନ ଏବେଠାରୁ ଗୋଟିଚାଳନା ଆରମ୍ଭ କରିଦେଇଛନ୍ତି ।

କ୍ୟାବିନେଟ୍ ପାହ୍ୟା :-

ଜଗନ୍ନାଥ ସାରକା :- ଆଇନ, ଆଦିବାସୀ କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ନିରଞ୍ଜନ ପୂଜାରୀ :- ଅର୍ଥ ଓ ସଂସଦୀୟ ବ୍ୟପ।ର ରଣେନ୍ଦ୍ର ପ୍ରତା ସ୍ୱାଇଁ :- କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରଣୀ ସଂଦ ବିକାଶ ପ୍ରମିଳା ମଲ୍ଲିକ :- ରାଜସ୍ୱ ଓ ବିର୍ଯ୍ୟୟ ପ୍ରଶମନ ଉଷା ଦେବୀ :- ଗୃହ ଓ ନଗର ଉନ୍ନୟନ ପ୍ରଫୁଲ୍ଲ ମଲ୍ଲିକ :- ଇସ୍ପାତ ଓ ଖଣି, ପୂର୍ତ୍ତ ପ୍ରତା ଦେବ :- ଶକ୍ତି, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍‌ୟୋଗ ଅତନୁ ସବ୍ୟସାଚୀ ନାୟକ :- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ପ୍ରଦୀ ଅମାତ :- ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ନବକିଶୋର ଦାସ :- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅଶୋକ ଚନ୍ଦ୍ର ପଣ୍ଡା :- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍‌ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଟୁକୁନି ସାହୁ :- ଜଳ ସଂପଦ, ବାଣିଜ୍ୟ ଓ ପରିବହନ ରାଜେନ୍ଦ୍ର ଢୋଲକିଆ :- ଯୋଜନା ଓ ସଂଯୋଜନା

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) :-

ସମୀର ରଂଜନ ଦାଶ :- ବିଦ୍ୟାଳୟ ଓ ଗଣଶିକ୍ଷା ଅଶ୍ୱିନୀ କୁମାର ପାତ୍ର :- ପର୍ଯ୍ୟଟନ, ଓଡିଆ ଭାଷା ଓ ସଂସ୍କୃତି, ଅବକାରୀ ପ୍ରୀତିରଂଜନ ଘଡ଼େଇ :- ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀକାନ୍ତ ସାହୁ :- ଶ୍ରମ ଓ ଇଏସ୍‌ଆଇ ତୁଷାରକାନ୍ତି ବେହେରା :- ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବା ରୋହିତ ପୂଜାରୀ :- ଉଚ୍ଚ ଶିକ୍ଷା ରୀତା ସାହୁ :- ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବାସନ୍ତୀ ହେମ୍ବ୍ରମ୍ :- ମହିଳା ଓ ଶିଶୁ କଲ୍ୟାଣ, ମିଶନ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version