ଏଣୁ ଗ୍ରାମବାସୀ ଏକତ୍ରୀତ ହୋଇ ପ୍ଳଟ ନଂ-୬୯୯ ରୁ କାମେଲକୁ ଉଠାଇବା ପାଇଁ ମୋହନା ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ତହସିଲଦାର ଓ ଅତିରିକ୍ତ ତହସିଲଦାର ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିଲେ। ସରକାରୀ ନିୟମ ଅନୁଯାୟୀ ଜମିହୀନଙ୍କୁ ଜମି ଯୋଗାଇ ଦିଆଯାଉଥିବା ଯୋଜନାରେ ବହୁ ପୂର୍ବରୁ କାମେଲକୁ ଜମି ଯୋଗାଇ ଦିଆଯାଇଥିବା ଜଣାପଡିଥିଲା ।
ଏହା ଜଣାପଡିବା ପରେ କାମେଲକୁ ୨୭/୫/୨୨ ସୁଦ୍ଧା ଉକ୍ତ ସ୍ଥାନକୁ ଛାଡିବା ପାଇଁ ନୋଟିସ କରାଯାଇଥିଲା । ସେ ଏଥିରେ ଅବହେଳା କରି ଜାଗାରୁ ନହଟିବାରୁ ବୁଧବାର ଦିନ ଅଡବା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରୀତ ହୋଇ ସ୍ଥାନୀୟ ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ତାଲା ପକାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଆସି ଲୋକଙ୍କୁ ବୁଝାସୁଝା କରିବାପରେ ଲୋକେ ତାଲା ଖୋଲିଥିଲେ । ଏ ସମ୍ପର୍କରେ ତହସିଲଦାର କିଶୋରଚନ୍ଦ୍ର ଦାସ କହିଛନ୍ତି ଅଳ୍ପଦିନ ମଧ୍ୟରେ ପ୍ରଶାସନିକ ନିୟମ ଅନୁଯାୟୀ କାମେଲକୁ ସେଠାରୁ ଉଛେଦ କରାଯିବ ଓ ଘର ଭଙ୍ଗାଯିବ ।
© 2023 Odisha Taza News.