ଶରଣକୁଳ ବନବିଭାଗ ଦ୍ୱାରା ଚଢ଼ାଉ କରାଯାଇ ଶାଳ କାଠ ଗଣ୍ଡି ଓ ଶାଗୁଆନ କାଠ କଟା ଯାଇଥିବା ସାଇଜ ଜବତ ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଗୁଆନ ଓ ଶାଳ କାଠ ଜବତ
ଓଡ଼ିଶା ତାଜା ନ୍ୟୁଜ୍/୩୧ ମଇ ମଙ୍ଗଳବାର/ଓଡ଼ଗାଁ :- ଶରଣକୁଳ ନିକଟସ୍ଥ ଧୂସୁମା ଗ୍ରାମରେ ଶରଣକୁଳ ବନବିଭାଗ ଦ୍ୱାରା ଚଢ଼ାଉ କରାଯାଇ ଶାଳ କାଠ ଗଣ୍ଡି ଓ ଶାଗୁଆନ କାଠ କଟା ଯାଇଥିବା ସାଇଜ ଜବତ କରାଯାଇଛି । ସମସ୍ତ ଜବତ କାଠର ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।
କୌଣସି ସୂତ୍ରରୁ ଖବର ପାଇ ଶରଣକୁଳ ବନ ବିଭାଗ ରେଞ୍ଜ ଅଫିସର ଅର୍ଚ୍ଚନା ଗମାଙ୍ଗ,ଓଡ଼ଗାଁ ରେଞ୍ଜର ଆଶିଷ କୁମାର କଅଁର,ଏସିଏଫ ଶ୍ୱେତାଲିନା ସାହୂଙ୍କ ତତ୍ତ୍ୱାବଧାନରେ ବନପାଳ ସୂର୍ୟ୍ୟକାନ୍ତ ମହାରଣା ସଦଳବଳେ ଧୂସୁମା ଗ୍ରାମର ବାରିପଟେ ପଡିଥିବା ଶାଳ ଗଣ୍ଡି ଓ ଶାଗୁଆନ ସାଇଜ କାଠ ଜବତ କରି ଶରଣକୁଳ ରେଞ୍ଜ କାର୍ୟ୍ୟାଳୟକୁ ଅଣାଯାଇଛି ।
କାଠର ମାଲିକ କିଏ ଜଣା ନ ପଡ଼ିଥିବାରୁ ତଦନ୍ତ ପରେ ସବୁ ଜଣାପଡିବ ବୋଲି ରେଞ୍ଜର ଅର୍ଚନା ଗମାଙ୍ଗ ଓ ବନପାଳ ସୁର୍ୟ୍ୟକାନ୍ତ ମହାରଣାଙ୍କ ଠାରୁ ପ୍ରକାଶ । ବନ ବିଭାଗର ବାରମ୍ବାର ଚଢ଼ାଉ ହେଉଥିବାରୁ କାଠ ମାଫିଆ ଓ ଜଙ୍ଗଲ ଜନ୍ତୁ ଶିକାରୀଙ୍କ ମଧ୍ୟରେ କୋକୁଆ ଭୟ ହୋଇଯାଇଛି ।














