No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୩୧ ମଇ ମଙ୍ଗଳବାର/ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ପରିସର ମଧ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥି ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତିକ ପାଢୀ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ୟକ୍ଷ ପୂର୍ଣ୍ଣମା ବାରିକ, ଅତିରିକ୍ତ ତହସିଲଦାର ସଞ୍ଜୀବ କୁମାର ସାହୁ , ବିଜେଡି ବ୍ଲକ ଆବାହକ ହେମନ୍ତ କୁମାର ମହାପାତ୍ର, ନବରଙ୍ଗପୁର ସାସଂଦ ପ୍ରତିନିଧି ସାଥିରାମ ନାୟକ , ଜୋନ୍-୧ ଜିଲ୍ଲା ପରିଷଦ ସଭ୍ୟା ରାଜେଶ୍ବର ମହୁରିଆ ,
ବୈପାରିଗୁଡା ସମିତିସଭ୍ୟା ମଞ୍ଜୁଲତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଥମେ ସହିଦ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତିରେ ପୁଷ୍ଣମାଲ୍ଯା ଅର୍ପଣ କରିବା ପରେ ବୁଦ୍ଧିଦାତା ଶ୍ରୀ ଗଣେଶ ଙ୍କ ମୂର୍ତିରେ ନଡିଆ ଭାଙ୍ଗି ବା ସହ ଧୂପଦୀପ ଦେଇ ପୁଜାଚର୍ଚ୍ଚା କରାଯାଇଥିଲା ! ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଂଚଳ ମହାପାତ୍ର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୌଦାମିନି ପ୍ରଧାନ ଯୋଗଦାନ କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତିକ ପାଢୀ , ସୁବାଷ ନାୟକ କାର୍ଯ୍ଯକ୍ରମରେ ସହାୟକ ଏହି ଶିବିରର ଆୟୋଜନ ଓ ସୁପରିଚାଳନା କରିଥିଲେ । ଏହି ଶିବିରର ସମୁଦାୟ ୩୩୮ ଜଣ ଦିବ୍ୟାଙ୍ଗଜନ ନାମ ପଞ୍ଜିକରଣ କରାଯାଇଥିଲା |
ସେମାନଙ୍କ ମଧ୍ୟରୁ ଦୃଷ୍ଟି ବାଧିତ- ୫୧ , ମୁକ ଓ ବଧିର- ୫୧ , ଅସ୍ଥିଶଲ୍ୟ- ୧୭୬, ମାନସିକ ରୋଗୀ- ୪୬ ଏବଂ ଅନ୍ୟାନ୍ୟ ବର୍ଗ- ୧୪ ଜଣ ଅଂଶଗ୍ରହଣ କରିଥିବା ନେଇ ସୂଚନା ମିଳିଛି । ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ କୋରାପୁଟ ର ଡାକ୍ତର ମାନେ ଏହି ଶିବିରକୁ ଆସି ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା ନିରୀକ୍ଷା ଏବଂ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ଦିବ୍ୟାଙ୍ଗଜନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରିବାକୁ ଅନୁମୋଦନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଭିନ୍ନକ୍ଷମ ପୂନର୍ବାସ କେନ୍ଦ୍ର କୋରାପୁଟ, ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଅଗ୍ନିଶମ ବିଭାଗ, ରାଜସ୍ବ ବିଭାଗ , ସ୍ଥାନୀୟ ଏନ.ଜି.ଓ.ର କର୍ମକର୍ତ୍ତା ଏବଂ ବ୍ଲକର ସମସ୍ତ ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଅତି ସୁନ୍ଦର ଭାବରେ ଏହି ଶିବିର ଆୟୋଜିତ ହୋଇଥିଲା । ସମସ୍ତଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ସୁବ୍ୟବସ୍ଥା ସହିତ ମାଗଣାରେ ଦିବ୍ୟାଙ୍ଗମାନଙ୍କପାଇଁ ପାସ୍ ଫୋଟ ଏବଂ ଜେରକ୍ସର ବ୍ୟବସ୍ଥା କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଥାନା ଅଧିକାରୀ ତଥା ଡିଏସପି ବିରଂଚି ନାରାୟଣ ଜଗତ ଙ୍କ ନେତୃତ୍ୱରେ ପୋଲିସ ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।


No Result
View All Result