No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୯ ମଇ ରବିବାର/ପାରଳାଖେୁଣ୍ଡି :- ଗଜପତି ଜିଲ୍ଲାର ଆଦର୍ଶ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦ୍ରଗିରି ଠାରେ ଜଳାନ୍ତକ ରୋଗର ନିରାକରଣ ପାଇଁ ଟୀକା ଉପଲବ୍ଧ ହେବା ସଙ୍ଗେ ସଙ୍ଗେ ଗୃହର ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମହାମାରୀ ବିଶେଷଜ୍ଞ ଶରତଚନ୍ଦ୍ର ମହାପାତ୍ର ରିବନ କାଟି ଉଦଘାଟନ କରିଥିଲେ । ଜିଲ୍ଲାର ୪ଟି ବ୍ଲକ ମୋହନା, ରା.ଉଦୟଗିରି, ନୂଆଁଗଡ ଓ ରାୟଗଡା ଅଞ୍ଚଳର ଲୋକେ ମାଗଣାରେ ଜଳାନ୍ତକ ଟୀକା ପାଇବାର ସୁବିଧା ନେଇ ପାରିବେ ।
ମାଙ୍କଡ, ବିଲୁଆ, କୁକୁର , ସାପ ଆଦି ପ୍ରାଣୀ କାମୁଡିଲେ ଲୋକେ ଖର୍ଚ୍ଚାନ୍ତ ହୋଇ ପାରଳାଖେମୁଣ୍ଡି କିମ୍ଵା ବ୍ରହ୍ମପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଟୀକା ନେଉଥିଲେ । ବର୍ତମାନ ବିଭିନ୍ନ ଅଞ୍ଚଳର ଲୋକେ ସୁବିଧାରେ ଟୀକା ନେଇ ପାରି ଜୀବନ ରକ୍ଷା କରିପାରିବେ । ଜିଲ୍ଲାର ଦ୍ୱିତୀୟ ଜଳାନ୍ତକ ଟୀକାକରଣ କେନ୍ଦ୍ର ଭାବେ ଚନ୍ଦ୍ରଗିରି ସ୍ଵାସ୍ଥ୍ୟ କେନ୍ଦ୍ର ପରିଗଣିତ ହୋଇପାରିଛି ।
ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଡାକ୍ତର ଉଲ୍ଲାସ ରାଉତଙ୍କ ତତ୍ୱାବଧାନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପ୍ରଦୀପ ପାତ୍ରଙ୍କ ପ୍ରଚେଷ୍ଟାରେ ଏଭଳି ଏକ ମହତ କାର୍ଯ୍ୟ ହୋଇପାରିଥିବାରୁ ଅଞ୍ଚଳବାସୀ ଉଭୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଅଧିକାରୀ ତୁଷାର ପଟ୍ଟନାୟକ, ଡା. ଜଗତଜ୍ୟୋତି ବିଶ୍ଵାଳ,ଡ.ଜୟପ୍ରକାଶ, ଡ.ଦେବରାଜ କର, ଡ.ବିଶ୍ଵଜିତ ମହନ୍ତ, ବରିଷ୍ଠ ଫାର୍ମାଶିଷ୍ଟ ସନ୍ତୋଷ ସୁବୁଦ୍ଧି, ନିରାମୟ ଫାର୍ମାଶିଷ୍ଟ ରଘୁନାଥ ବେହେରା, ସନ୍ତୋଷ ନାୟକ, ପଞ୍ଚୁ ବିଷୋୟୀଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

No Result
View All Result