• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାହାରିନ ଓଡ଼ିଆ ସମାଜ ତରଫରୁ ଉତ୍କଳ ଦିବସ ପାଳନ

Proprietor Abhimanyu Maharana by Proprietor Abhimanyu Maharana
May 23, 2022
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ବାହାରିନ ଓଡ଼ିଆ ସମାଜ ତରଫରୁ ଉତ୍କଳ ଦିବସ ପାଳନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ /୨୩ ମଇ ସୋମବାର/ ମାନାମା :- ବାହାରିନ ଓଡ଼ିଆ ସମାଜ (ବାଓସ) ତରଫରୁ ଉତ୍କଳ ଦିବସ – ୨୦୨୨ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ଏଠାକାର ଇଣ୍ଡିଆନ୍ କ୍ଳବ୍ ପ୍ରେକ୍ଷାଳୟରେ ଆୟୋଜିତ ଭବ୍ୟ ଉତ୍ସବରେ ବାଓସର ସଦସ୍ୟ, ସେମାନଙ୍କର ପରିବାରବର୍ଗ, ପରିଜନ, ଶୁଭେଚ୍ଛୁ, ପ୍ରବାସୀ ଭାରତୀୟ, ଭାରତୀୟ ଦୂତାବାସର କାର୍ଯ୍ୟକର୍ତ୍ତା ଏବଂ ବିଭିନ୍ନ ରାଷ୍ଟ୍ରର କୂଟନୀତିଜ୍ଞମାନେ ଯୋଗ ଦେଇଥିବା ଦେଖାଯାଇଥିଲା ।

ବିଶେଷ କରି କୋଭିଡ କଟକଣା ଲାଘବ ପରେ ବାସ୍ତବ ଭିତ୍ତିରେ ଦୀର୍ଘ ଦୁଇ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ଏହି ମହୋତ୍ସବକୁ କେନ୍ଦ୍ର କରି ବାହାରିନସ୍ଥିତ ଓଡ଼ିଆ ସମ୍ପ୍ରଦାୟ ମାନଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ପରିଲିଖିତ କରାଯାଇଥିଲା। ଉତ୍କଳ ଦିବସ ପାଳନକୁ କେନ୍ଦ୍ର କରି ଇଣ୍ଡିଆନ୍ କ୍ଳବ୍ ର ପ୍ରେକ୍ଷାଳୟକୁ ସୁନ୍ଦର ଭାବେ ସଜାଯାଇ ଏକ ମିନି ଓଡ଼ିଶାର ରୂପ ପ୍ରଦାନ କରାଯାଇଥିଲା।

ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ବାହାରିନ ଓ ଭାରତର ଜାତୀୟ ସଙ୍ଗୀତ ତଥା ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ ‘ଗାୟନ ପରେ ସଭାକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା। ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରି ବାହାରିନ ଓଡ଼ିଆ ସମାଜର ସଭାପତି ଦିନେଶ ମହାନ୍ତି କୋଭିଡ କାଳରେ ବାଓସର ସାମାଜିକ, ଦାତବ୍ୟ ଏବଂ ଜନହିତକର କର୍ଯ୍ୟାବଳୀର ସୂଚନା ଦେଇଥିଲେ।

କରୋନାର ପ୍ରଥମ ଲହରୀ ପର୍ଯ୍ୟାୟ ବିଭିନ୍ନ ଶିବିରରେ ଅଟକି ରହିଥିବା ଓଡ଼ିଆ ପରିବାର ମାନଙ୍କ ନିକଟରେ ଖାଦ୍ୟ ସାମଗ୍ରୀ ପହୁଁଞ୍ଚାଇବା ଏବଂ ସେମାନଙ୍କୁ ସଫଳତାର ସହିତ ଓଡ଼ିଶାକୁ ପଠାଇବା ତଥା କୋଭିଡର ଦ୍ଵିତୀୟ ଦଫାର ତୀବ୍ର ଲହର ସମୟରେ ଭାରତକୁ ଚିକିତ୍ସା ଉପକରଣ ପ୍ରେରଣ କରିବା ପାଇଁ ଭାରତୀୟ ଦୂତବାସକୁ ପାଣ୍ଠି ଯୋଗାଇଦେବା ନେଇ ବାଓସର ସଦସ୍ୟ ମାନଙ୍କର ଜୋରଦାର ଯୋଗଦାନକୁ ଶ୍ରୀ ମହାନ୍ତି ଭୂରିଭୂରୀ ପ୍ରଶଂସା କରିଥିଲେ।

ମୁଖ୍ୟଅତିଥି ରାଜ୍ୟସଭା ସାଂସଦ ଏବଂ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିର ସଦସ୍ୟ ସୁଜୀତ କୁମାର ତାଙ୍କର ଓଜସ୍ୱନୀ ଭାଷଣରେ ଗତ ଦୁଇ ଦଶନ୍ଧି ଧରି ସଂଘଟିତ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ସୂଚନା ଦେଇଥିଲେ। ମିଶନ୍ ଶକ୍ତିର ଉଦାହରଣ ଦେଇ, ଏହା ଦ୍ଵାରା ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମହିଳା ମାନଙ୍କର ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ଯୋଗୁଁ ହୋଇଥିବା ବ୍ୟାପକ ପ୍ରଗତି ସମ୍ପର୍କରେ ଶ୍ରୀ କୁମାର ଦର୍ଶାଇଥିଲେ।

ସମ୍ମାନିତ ଅତିଥି ପ୍ରତିଷ୍ଠିତ ଉଦ୍ୟୋଗପତି ଓ ଆସମାକସ୍ ଗ୍ରୁପର ଅଧ୍ୟକ୍ଷ ଡଃ ଦେବ ଲୋକନାଥ ମହାନ୍ତି, ପ୍ରବାସୀ ଓଡ଼ିଆମାନେ ଓଡ଼ିଶାର ଉତ୍କୃଷ୍ଟ କଳା, ଉତୁଙ୍ଗ ଐତିହ୍ୟ, ମହାନ୍ ସଂସ୍କୃତି ଏବଂ ଉନ୍ନତ ଭାଷାର ବାର୍ତ୍ତା ଦ୍ଵାରା ସମଗ୍ର ବିଶ୍ବକୁ ଉଦବୁଦ୍ଧ କରିବାକୁ ଆହ୍ବାନ ଜଣାଇଥିଲେ। ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ କୁମାର ପରିଜା ଓଡ଼ିଆ ଚଳଚ୍ଚିତ୍ରର ମହତ୍ତ୍ଵ ଏବଂ ଓଡ଼ିଶୀ ନୃତ୍ୟର ବିଶ୍ଵ ଆଦୃତି ଉପରେ ଆଲୋକପାତ କରିଥିଲେ।

ବରେଣ୍ୟ ଅତିଥି ଭାରତୀୟ ଦୂତାବାସର ଦ୍ଵିତୀୟ ସଚିବ ଇଜହାସ ଅସଲାମ୍ ଉତ୍କଳ ଦିବସ ଉପଲକ୍ଷେ ପ୍ରବାସୀ ଓଡ଼ିଆମାନଙ୍କୁ ବଧାଇ ଜଣାଇବା ସାଙ୍ଗକୁ ବାହାରିନସ୍ଥିତ ଭାରତୀୟ ମାନଙ୍କ ଦ୍ଵାରା ଏହିଭଳି ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ନିୟମିତ ଭାବରେ ଆୟୋଜନ କରାଯିବା ଉପରେ ଜୋର୍ ଦେଇଥିଲେ।

ଉପସ୍ଥିତ ମାନ୍ୟଗଣ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ଖଲିଲ ଆଲ ଆସାର, ଗଲଫ୍ କୋର୍ଡିନେଶନ କାଉନସିଲ, କିଙ୍ଗଡମ୍ ଅଫ ସାଉଦି ଆରାବିଆ ଏବଂ କଳିଙ୍ଗନର ପ୍ରତିନିଧି ବୃନ୍ଦ ତଥା ବାହାରିନରେ ଅବସ୍ଥାପିତ ବିଭିନ୍ନ ଭାରତୀୟ ସଂସ୍ଥାର କର୍ମକର୍ତ୍ତାମାନେ ଅନ୍ତର୍ଭୁକ୍ତ ଥିଲେ।
ଉତ୍କଳ ଦିବସ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଲୋକପ୍ରିୟ ଗାୟିକା ଓ ଗାୟକ ଯଥାକ୍ରମେ ଅନିନ୍ଦିତା ଦାସ ଏବଂ ଅଭିଜିତ ମଜୁମଦାରଙ୍କର ମନୋଲୋଭା ସଙ୍ଗୀତ ପରିବେଷଣ ବିଶେଷ ଆକର୍ଷଣ ଥିଲା।

ଏହାସହିତ ବାଓସର ସଦସ୍ୟ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଗାୟନ, ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ, ଋଷି କପୁରଙ୍କ ସ୍ମୃତି ଉଦ୍ଦେଶ୍ୟରେ ବଲିଉଡ୍ ନୃତ୍ୟ ପ୍ରଦର୍ଶନ, ବାଳୁତ କଳାକାରମାନଙ୍କ ଦ୍ଵାରା ପଣା ସଂକ୍ରାନ୍ତି, କାର୍ତ୍ତିକ ପୂର୍ଣ୍ଣିମା ଓ ରଥଯାତ୍ରା ଆଦି ପର୍ବପର୍ବାଣୀ ଉପରେ ଆଧାରିତ ନୃତ୍ୟ ନାଟିକା ମଞ୍ଚସ୍ଥ ଏବଂ ସ୍ବର୍ଗତଃ ଲତା ମଙ୍ଗେସକରଙ୍କର ସଙ୍ଗୀତକୁ ଆଧାର କରି ବାଓସର ଯୁବବାହିନୀ ଦ୍ଵାରା ପ୍ରଦର୍ଶିତ ହିନ୍ଦୀ ସିନେମା ଜଗତର ବହୁ ଆଦୃତ ନୃତ୍ୟ ସମୂହ ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ।

ବାଓସର ପୁରୁଷ ଓ ମହିଳା ସଦସ୍ୟ ମାନଙ୍କ ଦ୍ଵାରା ମଞ୍ଚ ଉପରେ ଓଡ଼ିଆ ହସ୍ତତନ୍ତ୍ରର ଅନନ୍ୟ ନମୁନା ପ୍ରଦର୍ଶନକୁ ଦର୍ଶକ ମାନେ ବେଶ୍ ଉପଭୋଗ କରିଥିଲେ। ସଭା କକ୍ଷରେ ମଲଟିମିଡ଼ିଆ ଜରିଆରେ ଉତ୍କଳ ଦିବସର ମାହାତ୍ମ୍ୟ ଏବଂ ଓଡ଼ିଶା ମାଟିର ମହକ ସଂକ୍ରାନ୍ତରେ ବିଶେଷ ଉପସ୍ଥାପନା ପ୍ରଦର୍ଶନ କରାଯାଇଥିଲା। ସମଗ୍ର କାର‌୍ୟ୍ୟକ୍ରମକୁ ପ୍ରବୋଧ କୁମାର ଷଡ଼ଙ୍ଗୀ, ଅର୍ପିତା ସାହୁ, ସୁନୀତା ସୁକଲ୍ୟାଣୀ, ମାନସୀ ମହାପାତ୍ର, ରତ୍ନା ପଟ୍ଟନାୟକ, ଯଶଶ୍ୱୀ ଜେନା, ଗାର୍ଗୀ ଷଡ଼ଙ୍ଗୀ ଓ ଅଦିତି ସାହୁ ପ୍ରମୁଖ ଖୁବ୍ ସ୍ଵଭାବ, ସୁଲଭ ତଥା ସାବଲୀଳ ଢଙ୍ଗରେ ଉପସ୍ଥାପନା ଓ ପରିଚାଳନା କରିଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 23, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 23, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version