No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୩ ମଇ ସୋମବାର/ବରଗଡ :- ଚତୁର୍ଥ ଆନନ୍ଦ ଆଚାର୍ଯ୍ୟ ଫୁଟବଲ ପ୍ରୀମିୟାର ଲିଗ୍ ଫୁଟବଲ ର ପଦ୍ମପୁର ର ବୋଡାସମ୍ବର ଏଫ୍ ସି ଓ ବରପାଲି ବାଇସନ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ପଦ୍ମପୁର ଦଳ ବରପାଲି ଦଳ କୁ ୨- ୦ ଗୋଲରେ ହରାଇ ଚାମ୍ପିଅନ ହୋଇଛନ୍ତି । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ କୁ ୪୦ – ୪୦ ମିନିଟ ର କରାଯାଇଥିବା ବେଳେ ଆରମ୍ଭ ରୁ ପଦ୍ମପୁର ଦଳ ବରପାଲି ଉପରେ ଘନ ଘନ ଆକ୍ରମଣ କରି ପ୍ରଥମାର୍ଦ୍ଧ ଯାଏ ୨- ୦ ଗୋଲରେ ଆଗୁଆ ଥିଲା । ଆଜିର ଖେଳକୁ ଫାଓ ରେଫରି ସୁବ୍ରତ କୁମାର ପୁରୋହିତ ପରିଚାଳନା କରିଥିଲେ । ତାଙ୍କୁ ଲାଇନ୍ ରେ ସହଯୋଗ କରିଥିଲେ ଜ୍ୟୋତି ରଞ୍ଜନ ସ୍ବାଇଁ ଓ ଦେବାଶିଷ ବାଗ ଚତୁର୍ଥ ରେଫରୀ ଥିଲେ ପଞ୍ଚାନନ ପାତ୍ର ।
ରିଜର୍ଭ ରେଫରି ଥିଲେ ନିରଞ୍ଜନ ମହାକୁର । ୟୁନାଇଟେଡ ସ୍ପୋର୍ଟସ କ୍ଲବ ର ସଭାପତି ପ୍ରେମନାଥ ଗିରି ଙ୍କ ସଭାପତିତ୍ବ ଓ ସଚ୍ଚିଦାନନ୍ଦ ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ,ବିଧାୟକ ଦେବେଶ ଆଚାର୍ଯ୍ୟ, ଫାଓ ଉପ ସଭାପତି ରବି ପଣ୍ଡା, ଜିଲ୍ଲା କ୍ରୀଡା ସଂସଦ ଉପ ସଭାପତି ଯୁଗଳ ପ୍ରସାଦ ସିଂ, ସାଧାରଣ ସମ୍ପାଦକ କିଶୋର ମିଶ୍ର , କ୍ରୀଡା ସମ୍ପାଦକ ହରଦୀପ ସିଂ, ପ୍ରତିଯୋଗୀତା ର ପ୍ରାୟୋଜକ ଓଡ଼ିଶା ଏଣ୍ଟରପ୍ରାଇଜେସ ର ମୁଖ୍ୟ ଚନ୍ଦ୍ର ଶେଖର ବାଗ, ବିକାଶ ଗ୍ରୁପ ର ପ୍ରଶାସନିକ ନିର୍ଦ୍ଧେଶକ ଡି. ନାଗେଶ୍ଵର ରାଓ, ଜିନ୍ଦଲ ଡେଭଲପର ର ମୁଖ୍ୟ ଅନିଲ ଜିନ୍ଦଲ, ସୁମନ ଷ୍ଟିଲ ର ମୁଖ୍ୟ ଦିଲିପ ସାୱଡିଆ, କ୍ରୀଡା ସଂସଦ କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ମହାପାତ୍ର, ଆଜୀବନ ସଦସ୍ୟ ପ୍ରଦୀପ ନନ୍ଦ ଓ ଜ୍ଞାନ ରଞ୍ଜନ ପୂଜାରୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଜୟୀ ଓ ଉପ ବିଜେତା ତଥା ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ ।
ଏଥିରେ ଚମ୍ପିୟାନ ପଦ୍ମପୁର ବୋଡାସମ୍ୱର ଦଳ କୁ ନଗଦ ୭୦ ହଜାର ସହ ଟ୍ରଫି ଓ ଉପ ବିଜେତା ବରପାଲି ବାଇସନ ଦଳକୁ ନଗଦ ୫୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତା ର ନୂତନ ପ୍ରତିଭାବାନ ଖେଳାଳୀ ଭାବରେ ବରପାଲି ଦଳର ଅଂଶ ଛତ୍ରିଆ, ଶ୍ରେଷ୍ଠ ଗୋଲ ରକ୍ଷକ ଭାବରେ ବରଗଡ ୱରୀୟର ଦଳର ପିନ୍ଟୁ ଭୁଏ , ଶ୍ରେଷ୍ଠ ଖେଳାଳୀ ଭାବରେ ପଦ୍ମପୁର ଦଳ ର ରାହୁଲ ମୁଖୀ , ଶ୍ରେଷ୍ଠ ସ୍କୋରର ଭାବରେ ପଦ୍ମପୁର ଦଳ ର ସଞ୍ଜୀବ ଖରା, ଶ୍ରେଷ୍ଠ ରକ୍ଷଣ ଭାଗ ଖେଳାଳୀ ଭାବରେ ବରପାଲି ଦଳର ପ୍ରବୀଣ ଟିଗା, ଫାଇନାଲ ମ୍ୟାଚ ର ଶ୍ରେଷ୍ଠ ଖେଳାଳୀ ଭାବରେ ପଦ୍ମପୁର ଦଳର ରାକେଶ । ଓରାମ ପୁରସ୍କୃତ ହୋଇଥିଲେ । ଶେଷ ରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଆୟଜକ କ୍ଲବ ର ସମ୍ପାଦକ ଅତିଶ ପଣ୍ଡା । ଏହି ପ୍ରତିଯୋଗିତା ପରିଚାଳନା ରେ ସେକ ସବଦର, ସୁରେଶ ଦାଶ ,ପ୍ରତାପ ଦାଶ,ରୁଦ୍ର ପ୍ରଧାନ, କାଳିଆ ସାହୁ, ଭୁବନ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

No Result
View All Result